କାତାପାଲୀ ଗ୍ରାମ ନିକଟ ଜଙ୍ଗଲରେ ଗଛିତ ଥିବା ୧୯୨ କିଲୋ ୬ଶହ ଗ୍ରାମ ଗଞ୍ଜେଇ ଜବତ
ମାଲକାନଗିରି:(ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ କାତାପାଲି ଗ୍ରାମ ନିକଟ ଜଙ୍ଗଲରେ
ବାହାର ଅଞ୍ଚଳକୁ ଚୋରା ଚାଲାଣ କରିବା ପାଇଁ ୯ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖିଥିବା ନେଇ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଥିଲା। ତେବେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ସେଠାରେ ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଥିଲେ। ତେବେ
ଏ ନେଇ ଥାନାରେ କେସ ନମ୍ବର -୨୨୭/୨୦୨୫ ରେ ଦଫା ୨୦(ବି )(ii)(ସି ) ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରା ଯାଇଛି।
ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ଗିରଫ ହୋଇନାହାନ୍ତି
ଗତକାଲି ଶୁକ୍ରବାର ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରାଙ୍କ ଉପସ୍ଥିତରେ ଜବତ ହୋଇଥିବା ସମସ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ତେବେ ଜବତ ହୋଇଥିବା ଗଞ୍ଜେଇ ମୋଟ ୧କ୍ୱିଣ୍ଟାଲ ୯୨ କିଲୋ ୬୦୦ ଗ୍ରାମ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।ଏହି ଘଟଣାର ତଦନ୍ତ ଏସଆଇ ମିଳନ ବରିହା ଜାରୀ ରଖିଥିବା ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ମାଲକାନଗିରିରେ ଚୋରା ଗଂଜେଇ ବେପାରୀ ଛାନିଆ //ବାହାର ଅଞ୍ଚଳକୁ ଚୋରା ଚାଲାଣ କରିବା ପାଇଁ ୯ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖିଥିବା ନେଇ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଥିଲା,ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ପୁରା ୧୯୨ କିଲୋ ୬ଶହ ଗ୍ରାମ ଗଞ୍ଜେଇ ଜବତ କଲେ-ମନୋଜ ଦେବ ପାଙ୍ଗି

Leave a Reply