୮ କିଲେଗ୍ରାମ ଗଞ୍ଜେଇ ସହ ଦୁଇଟି ବାଇକ ଜବତ ତିନି ଗିରଫ
ମାଲକାନଗିରି :ଦର୍ଶନ ସମୀକ୍ଷା
ଜିଲ୍ଲା ବାଲିମେଳା ସହର ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ତଥା ବାଲିମେଳା ଛକ ନିକଟରେ ତିନିଜଣ ଯୁବକ ଦୁଇଟି ବାଇକ ଯୋଗେ ଆଠ କିଲୋ ଗଞ୍ଜେଇ ନେଇଯାଉଥିବାବେଳେ ଓର୍କେଲ ପୋଲିସ ହାବୁଡ଼ରେ ଧରାପଡିଛନ୍ତି।ତେବେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଏମ୍ ଭି 79 ଅଞ୍ଚଳର ବିପ୍ରଜିତ ପାଉଲ(30),ସମର ମଣ୍ଡଳ(37)ଏବଂ ଅନ୍ୟଜଣେ କାଲିମେଳା ଅଞ୍ଚଳର ରଞ୍ଜିତ ରାଓ(37)ବୋଲି ଜଣାପଡିଛି।ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୂତାବକ ତିନିଜଣ ଯୁବକ ବାଇକ ଯୋଗେ ଗଂଜେଇ ବାହାର ଅଞ୍ଚଳକୁ ଚାଲାଣ କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଥାନାଧିକାରୀ ଧୀରେନ ପଟନାୟକ ଙ୍କୁ ସୂଚନା ମିଳିଥିଲା।ତେବେ ଥାନାଧିକାରୀ ଙ୍କ ନିର୍ଦେଶକ୍ରମେ ଏସ୍ ଆଇ ଅଜିତ ସିଂହ ବରିହା ଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ଅପରାହ୍ନ ପ୍ରାୟ ଦୁଇଟା ସମୟରେ ବାଲିମେଳା ଛକ ଠାରେ ପହଞ୍ଚି ଗଞ୍ଜେଇ ଚାଲାଣ ହେଉଥିବା ଦୁଇଟି ବାଇକ କୁ ଅଟକେଇ ଜ୍ଜାଞ୍ଚ କରିଥିଲେ।ଦୁଇଟି ଯାକ ବାଇକ ରେ ଚାରି ଚାରି କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରେ ପୋଲିସ ଉକ୍ତ ଗଞ୍ଜେଇ ସହ ଦୁଇଟି ବାଇକ ଜବତ କରିବାସହ ବାଇକ ଆରୋହି ତିନି ଜଣଙ୍କୁ ଗିରଫ କରିଥିଲେ।ଏନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର ୨୧୭/୨୦୨୫ ଦଫା ୨୦(ବି)(ii)(ବି)/୨୫ଏନ ଡି ପି ଏସ୍ ଆକ୍ଟ ରେ ଏକ ମାମଲା ରୁଜୁକରି ଏହି ତିନିଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟନାୟକ ସୂଚନା ଦେଇଛନ୍ତି।
Leave a Reply