ମାଲକାନଗିରି //ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ବୋଲବମ କାଉଡିଆଙ୍କ ସମେତ ଶତାଧିକ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି-ମାଲକାନଗିରି ରୁ ମନୋଜ କୁମାର ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଶ୍ରାବଣ ମାସ ତୃତୀୟ ସୋମବାର
ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ଭିଡ଼

ମାଲକାନଗିରି:ଦର୍ଶନ ସମୀକ୍ଷା
ଶ୍ରାବଣ ଦୁତୀୟ ସୋମବାର ପାଇଁ ମାଲକାନଗିରି ଜିଲ୍ଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ବୋଲବମ କାଉଡିଆଙ୍କ ସମେତ ଶତାଧିକ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।ବାଲିମେଳା ସହରରେ ଥିବା ଆଖଣ୍ଡଳମଣି ମନ୍ଦିର, ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବ ମନ୍ଦିର,କୋରୁକୋଣ୍ଡା ବ୍ଲକ ଅଧିନସ୍ତ
ସୁବଳେଶ୍ୱର ଶୈବପୀଠ,ଟେକଗୁଡା ରେ ଥିବା ଜଳେଶ୍ୱର ଶିବ ମନ୍ଦିର,କଣ୍ଡେଲ ଗ୍ରାମରେ ଥିବା ଶିବ ମନ୍ଦିର,ନୀଳାଦ୍ରୀ ନଗରରେ ଥିବା ଗଣେଷ ମନ୍ଦିର, ନାକାମାମୁଡି ପଞ୍ଚାୟତର ଖଡ଼ିକାଯୋଡିରେ ଥିବା
ନୀଳକଣ୍ଠେଶ୍ଵର ମନ୍ଦିର,ବାଲିମେଳା ଛକରେ ଥିବା ରାଜଲିଙ୍ଗେଶ୍ୱର ମନ୍ଦିର,ତାର୍ଲାକୋଟାରେ ନିକଟରେ ଥିବା ସିଦ୍ଧେଶ୍ବର ଶିବ ମନ୍ଦିର, କାମ୍ବେଡାରେ ଥିବା ଶୈବପୀଠ
ଏବଂ ପୁରୁଣା ଓର୍କେଲରେଗ୍ରାମରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ମାନଙ୍କରେ ସୋମବାର ଶତାଧିକ କାଉଡିଆ ଏବଂ ଭକ୍ତ ମାନଙ୍କର ଭିଡ ଜମିଥିଲା।ନାକାମାମୁଡି ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଗ୍ରାମର ପ୍ରାୟ ୪୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ମାନସିକଧାରୀ ମାନେ ଗ୍ରାମ ନିକଟସ୍ଥ ଖଡ଼ିକାଯୋଡି ନଦୀରେ ପୂଜାର୍ଚ୍ଚନା କରିବା ପରେ ପାଣି ଉଠାଇ ପ୍ରାୟ ୧୫ କିମି ଦୂର ଚାଲି ଚାଲି ଯାଇ ଚିତ୍ରକୋଣ୍ଡା ବ୍ଲକ ଟର୍ନେଲ କ୍ୟାମ୍ପ ଅଧିନସ୍ତ ଡ଼ାଇକ-୧ ଗ୍ରାମ ନିକଟ ଚିତ୍ରକୋଣ୍ଡା ଡ୍ୟାମ ପାର୍ଶ୍ଵରେ ଥିବା ବହୁ ପୁରାତନ ଶୈବ ପୀଠରେ ପହଁଞ୍ଚି ସେଠାରେ ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହ ଜଳ ଲାଗି କରିଥିଲେ।
ସେହିପରି ଉପରୋକ୍ତ ସମସ୍ତ ଶିବ ମନ୍ଦିରରେ ବାଲିମେଳା ଓ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମର କାଉଡିଆମାନେ ସେମାନଙ୍କର ନିକଟସ୍ଥ ଶିବ ମନ୍ଦିରରେ ଜଳ ଲାଗି କରିଥିଲେ।ମୁଖ୍ୟତଃ ମାଲକାନଗିରି ଜିଲ୍ଲା ବାଲିମେଳା ସହରରୁ ପ୍ରାୟ ୨୦୦ ଜଣ ଶିଶୁ ସୋମବାର ବାଲିମେଳା ଛକ ନିକଟ ରାଜଲିଙ୍ଗେଶ୍ୱର ଶୈବ ପୀଠକୁ ଜଳ ନେଇ ଯାତ୍ରା କରିଛନ୍ତି। ସେମାନେ ସକାଳେ ସ୍ଥାନୀୟ ଚିତାପାରି ନଦୀ ନିକଟରେ ପୂଜାର୍ଚ୍ଚନା କରିବା ପରେ ପାଣି ଉଠାଇଥିଲେ। ଏହାପରେ ସେମାନେ ବାଲିମେଳା ସହର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ସେଠାରୁ ପ୍ରାୟ ଦୀର୍ଘ ୫ କିମି ଦୂର ଖାଲି ପାଦରେ ଚାଲି ଚାଲି ଯାଇ ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାରେ ଥିବା ରାଜଲିଙ୍ଗେଶ୍ୱର ମନ୍ଦିରରେ ପହଞ୍ଚି ମହାଦେବଙ୍କ ନିକଟରେ ଜଳଲାଗି କରିଥିଲେ। ଶିଶୁ ମାନଙ୍କର ଏହି ବୋଲବମ ଯାତ୍ରା ଦେଖିବା ପାଇଁ ସହରର ବଭିନ୍ନ ଛକ ଗୁଡିକରେ ଭିଡ ଜମିଥିଲା।

Leave a Reply

Your email address will not be published. Required fields are marked *