ମାଲକାନଗିରି //ଡାକ୍ତର ହେବେ ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା, ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ,ଖଇରପୁଟ ବ୍ଳକ୍ ନାକାମାମୁଡି ଗ୍ରାମ ପଞ୍ଚାୟତର ଆମ୍ଲିବେଡ଼ା ଗ୍ରାମର ଆଦିମ ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ନିଟ ପରୀକ୍ଷାରେ କୃତକାର୍ଯ୍ୟ ପରେ ଚମ୍ପା ରାସପେଦାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି -ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ଡାକ୍ତର ହେବେ ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା, ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ମାଲକାନଗିରି:ଦର୍ଶନସମୀକ୍ଷା

ଚମ୍ପା ରାସପେଦାଙ୍କୁ ଶୁଭେଚ୍ଛା । ଡାକ୍ତର ହେବେ ଖଇରପୁଟ ବ୍ଳକ୍ ନାକାମାମୁଡି ଗ୍ରାମ ପଞ୍ଚାୟତର ଆମ୍ଲିବେଡ଼ା ଗ୍ରାମର ଆଦିମ ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ନିଟ ପରୀକ୍ଷାରେ କୃତକାର୍ଯ୍ୟ ପରେ ଚମ୍ପା ରାସପେଦାଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପ୍ରତିଭାଶାଳୀ ଯୁବତୀ ଚମ୍ପା ପ୍ରଥମ ପ୍ରୟାସରେ ସଫଳତାର ସହ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚମ୍ପା ନିଜ ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ପାଇଛନ୍ତି । ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ଚମ୍ପା । ତାଙ୍କର ଏହି ସଫଳତା ନିଶ୍ଚୟ ଅନ୍ୟ ଯୁବକ ଯୁବତୀ ଓ ବିଶେଷ ଭାବେ ଝିଅ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଜିଲ୍ଲାପାଳ । ଆଦିମ ଦିଦାୟୀ ଜନଜାତିର ପ୍ରଥମ ମହିଳା ଭାବେ ଚମ୍ପା ଏହି ସଫଳତା ହାସଲ କରି ଇତିହାସ ରଚିଛନ୍ତି। ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ। ଚମ୍ପା ଚିତ୍ରକୋଣ୍ଡା ଏସଏସଡି ବାଳିକା ବିଦ୍ୟାଳୟରୁ ୨୦୧୯ ରେ ଦଶମ ଶ୍ରେଣୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ। ତାପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପ୍ରଥମରୁ ପଞ୍ଚମ ନନ୍ଦିନୀଗୁଡା ଏସଏସଡି ଇଜୁକେସନାଲ କମ୍ପ୍ଲେକ୍ସ ଠାରେ ଅଧ୍ୟୟନ କରିଥିଲେ।

ନିଜର କଠିନ ଅଧ୍ୟବସାୟ, ଦୃଢ଼ ସଂକଳ୍ପ ଓ ଅନେକ ସଙ୍ଘର୍ଷ ପରେ ଏହି ଗୌରବ ହାସଲ କରିଛନ୍ତି ଚମ୍ପା। ଏହି ସଫଳତା ପାଇଁ ବଡବେଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି । ଯୁକ୍ତ ୨ ପରେ ଶିକ୍ଷକ ତାଙ୍କ ଭଉଣୀଙ୍କ ପାଖରେ ରଖି ନିଜସ୍ଵ ଅର୍ଥରେ ବାଲେଶ୍ବରର ଏକ କୋଚିଂ ସେଣ୍ଟରରେ ତାଲିମ ନେବାରେ ସହଯୋଗ କରିଥିଲେ । ଏବେ ତାଙ୍କ ସଫଳତା ପାଇଁ ତାଙ୍କ ଗ୍ରାମ ସମେତ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଜିଲ୍ଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରରୀ ମଧ୍ୟ ତାଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *