ମାଲକାନଗିରି//ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲାରେ ବେଆଇନ ମଦ କାରବାର, ଚୋରାଚାଲାଣ ରୋକିବାକୁ କୁହାଯାଇଛି । ଏନଫୋର୍ସମେଣ୍ଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ମାଲକାନଗିରି(ମନୋଜ ଦେଵ ପାଙ୍ଗି)

ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ -ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର (ରାଜସ୍ୱ), ସହକାରୀ ଜ଼ିଲ୍ଲାପାଳ (ରାଜସ୍ୱ), ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ରାଜସ୍ୱ ଆଦାୟ, ସରକାରୀ ଜମିରେ ହୋଇଥିବା ବେଆଇନ ଜବର ଦଖଲ ଉଚ୍ଛେଦ, ଆଦି ରାଜସ୍ୱ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ କହିଥିଲେ ଜନସାଧାରଣ ହେଉଛନ୍ତି ରାଜା, ପ୍ରଶାସନ ହେଉଛନ୍ତି ସେମାନଙ୍କ ସେବକ । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ୱ ଦେବାକୁ ଜ଼ିଲ୍ଲାପାଳ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ । ସେ ସମସ୍ତ ଯୋଜନା ର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।ଏଥିସହ ସ୍କୁଲ ପଟ୍ଟା ପ୍ରଦାନ ଅଭିଯାନ, ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବସୁନ୍ଧରା ଯୋଜନା ରେ ଯେପରି ଜଣେ ମଧ୍ୟ ହିତାଧିକାରୀ ବାଦ ନ ପଡିବେ, ସେଥିପ୍ରତି ଦୃଷ୍ଟି ଦେବାପାଇଁ ସମସ୍ତଙ୍କୁ ତାଗିଦ କରିଥିଲେ । ଜିଲାରେ ଯେଉଁ ସବୁ ପ୍ରକଳ୍ପ କାମ ଜମିଅଧିଗ୍ରହଣ ପାଇଁ ଅଟକି ରହିଛି ତୁରନ୍ତ ଜମିଅଧିଗ୍ରହଣ କାମ ସାରିବାକୁ କୁହାଯାଇଛି । ବିଶେଷ ଭାବେ ଜିଲ୍ଲାରେ ହେବାକୁ ଥିବା ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ କୁହାଯାଇଛି ।ଜିଲାରେ ବେଆଇନ ମଦ କାରବାର, ଚୋରାଚାଲାଣ ରୋକିବାକୁ କୁହାଯାଇଛି । ଏନଫୋର୍ସମେଣ୍ଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *