ମାଲକାନଗିରି //ଆନ୍ଧ୍ରପ୍ରଦେଶ ରାଜ୍ୟର ଭଦ୍ରାଚଳମରୁ ବାଲିମେଳା ସହର ଅଭିମୁଖେ ସିମେଣ୍ଟ ବୋଝେଇ କରି ଆସୁଥିବା ଏକ ଟ୍ରକ ଗାଡି ନମ୍ବରଏପି -୧୬-ଟିଇ-୭୫୮୯ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲକୁ ଓଲଟି ପଡିଛି- ମନୋଜ କୁମାର ଦେବ ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

*ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ


  • ମାଲକାନଗିରି(ମନୋଜ ଦେଵ ପାଙ୍ଗି)
    ମାଲକାନଗିରି ଜିଲ୍ଲା ବାଲିମେଳା -ଗୋମ୍ଫାକୋଣ୍ଡା କେନାଲ ରାସ୍ତା ତଥା କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ କତାପାଲି ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ରବିବାର ଅପରାହ୍ନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ପାଖରାଜ୍ୟ ଆନ୍ଧ୍ରପ୍ରଦେଶ ରାଜ୍ୟର ଭଦ୍ରାଚଳମରୁ ବାଲିମେଳା ସହର ଅଭିମୁଖେ ସିମେଣ୍ଟ ବୋଝେଇ କରି ଆସୁଥିବା ଏକ ଟ୍ରକ ଗାଡି ନମ୍ବର
    ଏପି -୧୬-ଟିଇ-୭୫୮୯ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲକୁ ଓଲଟି ପଡିଛି।ତେବେ ଉକ୍ତ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣାରେ
    ଟ୍ରକ ଚାଳକ ଏମ ନରେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ ଏବଂ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ଓର୍କେଲ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ସତଦଳ ମଣ୍ଡଳଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ସିମେଣ୍ଟ ବୋଝଇ ଟ୍ରକଟି ଉକ୍ତ ରାସ୍ତାରେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ରାସ୍ତା ଦେବାକୁ ଯାଇ ଟ୍ରକଟିକୁ ଚାଳକ ରାସ୍ତା ପାର୍ଶ୍ୱକୁ ନେଇଥିଲେ। ରାସ୍ତା ପାର୍ଶ୍ଵରେ ମାଟି ଧସି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଖାଲକୁ ଓଲଟି ପଡିଥିଲା।
    ଦୁଇଟି କ୍ରେନ ସହାର୍ଯ୍ୟରେ ଟ୍ରକଟିର ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ବୋଲି ଏଏସଆଇ ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *