ମାଲକାନଗିରି //ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଜନ ସାଧାରଣଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ଅଭିନଵ ପ୍ରୟାସ,ଆତ୍ମହତ୍ୟା ନିବାରଣ ନିମନ୍ତେ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି-ମନୋଜ ଦେବ ପାଙ୍ଗି ମାଲକାନଗିରି

Spread the love

ଆତ୍ମହତ୍ୟା ନିବାରଣ ନିମନ୍ତେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି :ଦର୍ଶନ ସମୀକ୍ଷା

ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ ଗୁରୁବାର ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ବାଲିମେଳା ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲଙ୍କ ସଭାପତିତ୍ୱରେ ଆତ୍ମହତ୍ୟା ନିବାରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଏସଆଇ ମନୋହର ସାହୁ, ଏସଆଇ ଅଜିତ ସିଂ ବରିହା, ଏସଆଇ ହରପ୍ରିୟା ଶବର, ଏଏସଆଇ ମିନାକ୍ଷୀ ଦାସ, ବରିଷ୍ଠ ନାଗରିକ ରାଜେନ୍ଦ୍ର କୁଲଦୀପଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରୀ ଛାତ୍ର ଉପସ୍ଥିତ
ଥିଲେ।ମଣିଷ ଜୀବନ ହେଉଛି ଶ୍ରେଷ୍ଠ
ଜୀବନ ହେଲେ ଜଣେ ବ୍ୟକ୍ତି କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରୁଛି। ମଣିଷ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ। ଏହି ସମସ୍ୟା ଗୁଡିକର ମୁକାବିଲା କରିବାର ଆବଶ୍ୟକତା ରହିଛି। ଯେ କୌଣସି ପ୍ରକାର ସମସ୍ୟା ଆସିଲେ ସେ ସମ୍ପର୍କରେ ତୁରନ୍ତ ନିଜର ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଜର ସାଙ୍ଗ ସାଥୀଙ୍କୁ ତୁରନ୍ତ ଘଟିଥିବା ଘଟଣାକୁ ଆଦୌ ନ ଲୁଚାଇ ସେମାନଙ୍କୁ ଅବଗତ କରାଇବାର ବହୁ ଆବଶ୍ୟକତା ରହିଛି।ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଜନ ସାଧାରଣଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୧୧୨, ଶିଶୁ ମାନଙ୍କର ସୁରକ୍ଷା ପାଇଁ ୧୦୯୮ ଏବଂ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ୧୮୧ ହେଲ୍ପ ଲାଇନ ନମ୍ବରକୁ ଉପଲବ୍ଧ କରାଯାଇଛି।ଯେ କୌଣସି ମହୁର୍ତ୍ତରେ ଆପଣମାନ ସ୍ଥାନୀୟ ପୋଲିର ମଧ୍ୟ ସହାୟତା ମଧ୍ୟ ନେଇପାରିବେ। ତେବେ କୌଣସି ବି ପରିସ୍ଥିତିରେ ଆତ୍ମହତ୍ୟା କରିବା ଭଳି ପଦକ୍ଷପ ଆଦୌ ନ ନେବାକୁ ମଞ୍ଚାସୀନ ପୋଲିସ ଅଧିକାରୀ ମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତେ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲ କହିଥିଲେ।

Leave a Reply

Your email address will not be published. Required fields are marked *