ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ବିଶ୍ବ ନୋ ତବାଖୁ ଦିବସ
ଭୁବନେଶ୍ୱର :ଦର୍ଶନ ସମୀକ୍ଷା…..ଆଜି (ସି ବି ଏସ୍ ଇ ଗେଟ୍ ଓୟେ ଇନଷ୍ଟିଚ୍ୟୁଟ) ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ରଣଜିତ କର (ଏଚ୍ ସିଇଜି ପଣ୍ଡା Cancer ଇନଷ୍ଟିଚ୍ୟୁଟ)ତବାଖୁ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ବୁଝେଇ ଥିଲେ। କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ ପିଲାମାନଙ୍କୁ ତବାଖୁ କେତେ ଶରୀର ପାଇଁ କ୍ଷତିକାରକ ବୁଝେଇ ଥିଲେ ଏବଂ ସଭାରେ ଆଜିଠୁ ତବାଖୁ ବର୍ଜନ କରିବାକୁ ଏକ ଶପଥ ନିଆଯାଇଥିଲା।

ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ସୋଭେଦିତା ରାୟ, ଦିପ୍ତି ବେହେରା,କିରଣବାଳା ମିଶ୍ର, ଗାୟତ୍ରୀ ଦୂବେଦୀ, ଅର୍ଚ୍ଚନା ପୃଷ୍ଟି,ସର୍ମିଷ୍ଠା ରାଉତ ଯୋଗଦାନ କରିଥିଲେ।ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ପଚାଶ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
Leave a Reply