ଭୁବନେଶ୍ୱର //ରୋଟାରି ଭବନ ପରିସରରେ କ୍ଷୁଦ୍ର ନାଟକ ଓ ନୃତ୍ଯ ମାଧ୍ଯମରେ ରବିବାର ଦିନ ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଏମ୍. ଡି. କ୍ରିଏସନ୍ସ ଏବଂ ଗ୍ରୁପ ଦ୍ବାରା ଛୋଟ ନାଟକ ଓ ନୃତ୍ଯ ମାଧ୍ଯମରେ ପରିବେଷଣ କରାଯାଇଥିଲା..

Spread the love

ନାଟକ ଓ ନୃତ୍ୟ ମାଧ୍ୟମରେ କ୍ୟାନସର ସଚେତନତା ଅଭିଯାନ
ଭୁବନେଶ୍ବର, ୨୫/୫: ଦର୍ଶନ ସମୀକ୍ଷା…..ସ୍ଥାନୀୟ ରୋଟାରି ଭବନ ପରିସରରେ କ୍ଷୁଦ୍ର ନାଟକ ଓ ନୃତ୍ଯ ମାଧ୍ଯମରେ ରବିବାର ଦିନ ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଏମ୍. ଡି. କ୍ରିଏସନ୍ସ ଏବଂ ଗ୍ରୁପ ଦ୍ବାରା ଛୋଟ ନାଟକ ଓ ନୃତ୍ଯ ମାଧ୍ଯମରେ ପରିବେଷଣ କରାଯାଇ ଥିବା ବେଳେ ଗ୍ରୁପର କଳାକାର ସଦସ୍ଯ ମାନେ ପ୍ରଦର୍ଶନ କରିଥିଲେ। ଲୋକମାନଙ୍କ ମଧ୍ୟରେ କ୍ୟାନସର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏବଂ ଏହାକୁ ତୁରନ୍ତ ଚିହ୍ନଟ କରିବା ସହ ଚିହ୍ନଟ ବ୍ଯକ୍ତିର କିପରି ଚିକିତ୍ସା କରାଯାଇ ପାରିବ ସେ ବିଷୟରେ ଅବଗତ କରାଯାଇ ଥିଲା ଏବଂ ରୋଗୀମାନେ କିପରି ଆରୋଗ୍ଯ ମୁକ୍ତ ଜୀବନ ଅତିବାହିତ କରିପାରିବେ ତାହା ଉପସ୍ଥିତ ଡ. ଅମିତାଭ ଜେନା, ଡ. ସଞ୍ଜିବ ମିଶ୍ର, ଡ. ଅନ୍ତରା ସନ୍ୟାଲ, ଡ. ଆରତୀ ନାୟକ, ଡ. ପି. କେ. ସାହୁ ପ୍ରମୁଖ ସଚେତନ କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଥିଲେ। କାର୍ଯ୍ୟକ୍ରମ ଶେଷରେ ଏମ୍. ଡି. କ୍ରିଏସନ୍ସର ମୁଖ୍ଯ ମନୋରଞ୍ଜନ ଦାସ ଏବଂ ମମତା ଦାଶ ସଚେତନତା ଅଭିଯାନରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୁମାର ଗୌରବ ଓ ଅନୁସୂୟା ସାହୁ କାର୍ଯ୍ୟକ୍ରମ ସଞ୍ଜୋଜନା କରିଥିଲେ।

Leave a Reply

Your email address will not be published. Required fields are marked *