ଭୁବନେଶ୍ୱର //ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଙ୍ଗଠନର ପ୍ରଦେଶ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ୍, ଗୋପବନ୍ଧୁଙ୍କ ଆଦର୍ଶ ଓ ତ୍ୟାଗମୟ ଜୀବନୀ ଉପରେ ଆଲୋକପାତ କରିଥିଲେ ।

Spread the love

ପ୍ରେସ ବିଜ୍ଞପ୍ତି

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ବର, ୯/୧୦ – =(ଦର୍ଶନ ସମୀକ୍ଷା) ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଙ୍ଗଠନର ପ୍ରଦେଶ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ୍, ଗୋପବନ୍ଧୁଙ୍କ ଆଦର୍ଶ ଓ ତ୍ୟାଗମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଉତ୍କଳମଣି ଗୋପବନ୍ଧୁ ଦାସ ସମାଜ ଓ ଜାତିର ସେବା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ଏକ ଆଦର୍ଶ ହିନ୍ଦୁ ଜୀବନର ନିଦର୍ଶନ ଥିଲା ତାଙ୍କର ଜୀବନଶୈଳୀ । ଉତ୍କଳମଣିଙ୍କ ମହାନ୍ ବିଚାର —
“ନିଜ ସ୍ବାର୍ଥ ଲାଗି ଜାତ ନୁହେଁ ହିନ୍ଦୁ ।
ବିଶ୍ବ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ।।”
ଏହା ତାଙ୍କ ନିଜ ଜୀବନଶୈଳୀରେ ପ୍ରତିଫଳିତ ହୋଇଥିଲା । ଏ ବିଶାଳ ହିନ୍ଦୁ ଭୂଖଣ୍ଡର ଗୋଟିଏ ପ୍ରାନ୍ତରେ ଏକ ଗ୍ରାମୀଣ ପରିବେଶରେ ଜନ୍ମ ଗ୍ରହଣ କରିଥିଲେ ବି ତାଙ୍କର ଚିନ୍ତା ଚେତନା ବିଶ୍ଵମାନବ ପାଇଁ ଉତ୍ସର୍ଗୀକୃତ ଥିଲା । ନିଜର କର୍ମମୟ ଜୀବନ ଭିତରେ ଶିକ୍ଷାଦାନ ଜରିଆରେ ସମାଜରେ ଉତ୍କୃଷ୍ଟ ମାନବ ନିର୍ମାଣକୁ ସେ ଜୀବନର ଲକ୍ଷ୍ୟ କରି ନେଇଥିଲେ । ବକୁଳ ବନର ଗଛ ଛାଇ ତଳେ ପିଲାଙ୍କୁ ପାଠ ପଢ଼ାଇ ମୁକ୍ତ ପ୍ରାଙ୍ଗଣରେ ଶିକ୍ଷା ଗ୍ରହଣର ଏକ ଅନନ୍ୟ ଆଦର୍ଶ ପ୍ରତିଷ୍ଠା କରିଥିଲେ । ଇଂରେଜ ଶାସନ ବିରୋଧରେ ଆନ୍ଦୋଳନ କରି ଅନେକ ଥର କାରାବାସ ଭୋଗ କରିବା ସମୟରେ କାରାଗୃହରେ ଥାଇ କାରା କବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ଗୋ ମାହାତ୍ମ୍ୟ ଭଳି ଅନେକ କାବ୍ୟ କବିତା ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ ମହାମାନବ ଗୋପବନ୍ଧୁ ଦାସ । ଲାଲା ଲଜପତ୍ ରାୟଙ୍କ ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ଓଡ଼ିଶା ଦାୟିତ୍ଵରେ ରହି ଅତ୍ୟନ୍ତ ନିଷ୍ଠାର ସହ ବନ୍ୟା ପ୍ରଭାବିତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଜନସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଲୋକଙ୍କ ସେବାରେ ଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ପ୍ରବଳ ଜ୍ବରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଏଭଳି ତ୍ୟାଗପୂତ ଜୀବନର ବିରଳ ଆଦର୍ଶ ଥିଲେ ଉତ୍କଳମଣି ଗୋପବନ୍ଧୁ । ବହୁ କଷ୍ଟରେ ନିଜର ପ୍ରତିଷ୍ଠିତ ଖବରକାଗଜ “ସମାଜ” ମାଧ୍ୟମରେ ଲୋକଙ୍କ ପାଖରେ ଦେଶର ବାର୍ତ୍ତା ପହଞ୍ଚାଇ ଇଂରେଜ ଶାସନ କାଳରେ ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ । ଉତ୍କଳ ମାଟିର ଏଭଳି ଜଣେ ବରେଣ୍ୟ ପ୍ରତିଭାଙ୍କୁ ସ୍ମରଣ କରି ହିନ୍ଦୁ ସମାଜର ମୌଳିକ ଆଦର୍ଶ ‘ବିଶ୍ବ କଲ୍ୟାଣ’କୁ ପୁନଃ ସ୍ଥାପିତ କରିବାର ସଂକଳ୍ପ ନେବା ପାଇଁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ସଂଗଠନର କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଦୀନବନ୍ଧୁ ଷଡ଼ଙ୍ଗୀ, ଧୃବାନନ୍ଦ ବାରିକ, କୃତ୍ତିବାସ ରଥ, ଜଗବନ୍ଧୁ ସାହୁ , ରାମଚନ୍ଦ୍ର ପାତାଳସିଂ
ପଦ୍ମନାଭ ଦାଶଙ୍କ ସମେତ ଅନେକ ଶିକ୍ଷକ, ସମାଜସେବୀ, ଯୁବକ ଓ ମହିଳା ସଦସ୍ୟମାନେ ଅଂଶଗ୍ରହଣ କରି ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ପ୍ରେରିତ ହୋଇଥିଲେ।

ଡ଼. ସୁନୀତି ମୁଣ୍ଡ୍
ପ୍ରଦେଶ ଅଧ୍ୟକ୍ଷା, ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ଓଡ଼ିଶା
ମୋ : 97783 11533

Leave a Reply

Your email address will not be published. Required fields are marked *