ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସାମୁହିକ ପ୍ରାର୍ଥନା//ଭୁବନେଶ୍ଵର ସ୍ଥିତ ଫରେଷ୍ଟ ପାର୍କଠାରେ ଆଧ୍ଯାତ୍ମିକ ଜାଗରଣ ମଞ୍ଚ ପକ୍ଷରୁ ଡ. ସୁନୀତି ମୁଣ୍ଡଙ୍କ ନେତୃତ୍ଵରେ ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ

Spread the love

ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସାମୁହିକ ପ୍ରାର୍ଥନା

(ସୁନୀତିଙ୍କ ନେତୃତ୍ଵରେ ସାମୁହିକ ପ୍ରାର୍ଥନା)

ଭୁବନେଶ୍ବର, 13/5 🙁 ଦର୍ଶନ ସମୀକ୍ଷା) ଆଜି ଭୁବନେଶ୍ଵର ସ୍ଥିତ ଫରେଷ୍ଟ ପାର୍କଠାରେ ଆଧ୍ଯାତ୍ମିକ ଜାଗରଣ ମଞ୍ଚ ପକ୍ଷରୁ ଡ. ସୁନୀତି ମୁଣ୍ଡଙ୍କ ନେତୃତ୍ଵରେ ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ଫରେଷ୍ଟ ପାର୍କକୁ ପ୍ରଭାତରୁ ଆସୁଥିବା ବିଭିନ୍ନ ଯୋଗ ଗ୍ରୁପ, ଶାରୀରିକ ବ୍ୟାୟାମ ଗ୍ରୁପ, ୱାକର୍ସ ଗ୍ରୁପ ତଥା ଉପସ୍ଥିତ ଜନସାଧାରଣ ଏକତ୍ରୀତ ହୋଇ ପହଲଗ୍ରାମ ତଥା ଅପରେଶନ ସିନ୍ଦୁରରେ ସହିଦ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଅନବରତ ଯୁଦ୍ଧ ଜାରି ରଖିଥିବା ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ। ଭାରତୀୟ ସେନା ଦିନ ରାତି ଭାରତର ସୀମାରେ ରହି ପାକିସ୍ତାନୀ ସନ୍ତ୍ରାସବାଦ ବିରୁଦ୍ଧରେ ଲଢୁଛନ୍ତି। ଏହାକୁ ପାଥେୟ କରି ଡଃ ସୁନୀତି ମୁଣ୍ଡ ସ୍ଥାନୀୟ ଲୋକଙ୍କୁ ଏହି ସଂକ୍ରାନ୍ତରେ ଅବଗତ କରାଇବା ସହିତ ଯୁଦ୍ଧ ସମୟରେ ସେନାଙ୍କ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ସାମୁହିକ ପ୍ରାର୍ଥନା କରିଥିଲେ। ଏହି ସାମୁହିକ ପ୍ରାର୍ଥନାରେ ପ୍ରାୟ ଶତାଧିକ ଲୋକ ଏକତ୍ରିତ ହୋଇଥିଲେ।

Leave a Reply

Your email address will not be published. Required fields are marked *