ଭଗବାନ ସମସ୍ତଙ୍କୁ ଗୋଟିଏ ମାଟିରେ ଗଢିଛନ୍ତି,କିନ୍ତୁ ପାର୍ଥକ୍ଯ ଏତିକି ଯେ, କିଏ ବାହାରୁ ସୁନ୍ଦର ହୋଇଥାଏ ତ ଆଉ କିଏ ହ୍ରୁଦୟରୁ ସୁନ୍ଦର ହୋଇଥାଏ।
ନିଜସ୍ବ ବୁଦ୍ଧି,ସଚ୍ଚା ଭାବନା ଓ ଅଟଳ ବିଶ୍ୱାସର ଜୀବନ ଅନ୍ୟକୁ ପ୍ରେରଣା ଦିଏ । କଥାରେ ଅଛି ମନୋବଳ ସୁଦୃଢ ଥିଲେ ମୃତ୍ୟୁକୁ ମଧ୍ୟ ପରାସ୍ତ କରି ହୁଏ।
ବେଇମାନ କେବେବି ଅନୁତାପ କରେ ନାହିଁ ସ୍ୱାର୍ଥପର କେବେବି କୃତଜ୍ଞତା ଜଣାଏ ନାହିଁ ଆଉ ସୁବିଧାବାଦୀ କେବେବି କାହାର ଆପଣାର ହୁଏ ନାହିଁ।
Life ରେ ଏହି ଦୁଇଜଣଙ୍କ ପଛରେ କେବେ ବି ଦୌଡ଼ିବ ନାହିଁ,ଦୌଡ଼ୁଥିବା ଘୋଡ଼ା ଆଉ ପ୍ରଚୁର ଟଙ୍କା ଥିଲା ବାଲା ମଣିଷ।ଏମାନେ ଯେ କୌଣସି ସମୟରେ ମଧ୍ଯ Kick ମାରି ପାରନ୍ତି।
ଜନ୍ମ ଅଛି ମାନେ ମୃତ୍ୟୁ ବି ତ ଅଛି
ଏହା ଚିରନ୍ତନ ସତ୍ୟ,
ଶେଷ ସମୟରେ ଧର୍ମ ଏକା ସାହା
ଛାଡନି ଧର୍ମର ପଥ।
ଜୀବନର ପ୍ରତ୍ୟେକ ରହସ୍ୟ ଲେଖା ଯାଏ ନାହିଁ କାରଣ କାଗଜ ମଧ୍ୟ ବେଳେ ବେଳେ ବିଦ୍ରୋହ କରେ ….।
ଦୁନିଆଁର ସବୁଠାରୁ ସୁଖୀ ଲୋକ ସେହି, ଯିଏ ଅନୁଭବ କରିଛି ଯେ ଅନ୍ୟମାନଙ୍କଠାରୁ କିଛି ଆଶା କରିବା ବୃଥା ଅଟେ ….।
ସବୁ କିଛିର Copy କରି ସଫଳତା ପାଇହେବ କିନ୍ତୁ ଚରିତ୍ର, ଆଚରଣ, ସଂସ୍କୃତି ଏବଂ ଜ୍ଞାନର Copy କରାଯାଇ ପାରିବ ନାହିଁ ।
Leave a Reply