ଶ୍ରୀ ସୁବୁଦ୍ଧେଶ୍ୱର ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ : ମା ମହାଲକ୍ଷ୍ମୀ ଦଳ ଚମ୍ପିୟାନ
ବାରଙ୍ଗ 04/07-ଦର୍ଶନ ସମୀକ୍ଷା
ବାଆଁରା ସ୍ଥିତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠ ପରିସରରେ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଶ୍ରୀ ସୁବୁଦ୍ଧେଶ୍ୱର ଦିବାରାତ୍ର ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲମ୍ୟାଚ ମା ମହାଲକ୍ଷ୍ମୀ ଭଲିବଲ ଦଳ ଓ ବାବା ଧୂଳିଆଷଣ୍ଢ ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମା ମହାଲକ୍ଷ୍ମୀ ଦଳ 16-14 ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା, ବାବା ଧୂଳିଆଷଣ୍ଢ ଦଳ ରନର୍ସ ଅଫ ହୋଇଥିଲା ପ୍ରାରମ୍ଭରେ ରେ ଏହି ମ୍ୟାଚ କୁ ସ୍ଥାନୀୟ ପି. ଏମ. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ର କ୍ରୀଡା ଅଧ୍ୟାପକ ଡ଼. ପ୍ରଦୀପ କୁମାର ଦୋରାମୁଖ୍ୟ ଅତିଥି ଭାବେ ଉଦଘାଟନ ଉଦଘାଟନ କରିଥିଲେ।

ଫାଇନାଲ ମ୍ୟାଚ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ରାଉତ, ଜ୍ୟୋତିପ୍ରକାଶ ପାତ୍ର ବରିଷ୍ଠ ଶିକ୍ଷକ ମହେଶ କୁମାର ବାଡ଼ତିଆ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ବିରଞ୍ଚି ଦାସ, ଆଦିତ୍ୟ ରାଉତ, ମୁନା ରାଉତ, କୁନା ରାଉତ, ସ୍ୱାଧୀନ ବଳ, ଦେବା ରାଉତ, ଲିଟୁ ପ୍ରଧାନ ଓ ଚିଣ୍ଟୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l
Leave a Reply