ବଡ଼ବିଲ //ଟ୍ରେଡ୍ ୟୁନିଅନ ଗୁଡ଼ିକ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ।ବଡ଼ବିଲ ରେ ବନ୍ଦର ବ୍ୟାପକ ପ୍ରଭାବ ।ଶହ ଶହ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି । ଅଧିକାଂଶ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ଇତ୍ୟାଦି ବନ୍ଦ ରହିଛି । ରାସ୍ତାରେ କେବଳ ୨ ଚକିଆ ଯାନକୁ ଛାଡି ପ୍ରାୟତଃ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି

Spread the love

ଟ୍ରେଡ୍ ୟୁନିଅନ ଗୁଡ଼ିକ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ।
ବଡ଼ବିଲ ରେ ବନ୍ଦର ବ୍ୟାପକ ପ୍ରଭାବ ।
ଦର୍ଶନ ସମୀକ୍ଷା ବଡ଼ବିଲ
ତା-09-7-2025

ସତର ଦଫା ଦାବି ନେଇ ‘ଭାରତ ବନ୍ଦ’ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ସଂଗଠନ । ସରକାରଙ୍କ ଶ୍ରମିକ, କର୍ମଚାରୀ ମାରଣ ନୀତି ବିରୋଧରେ ଦଶ ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ସେମାନଙ୍କର ସହଯୋଗୀ ୟୁନିଟ୍ ମଞ୍ଚ ଦ୍ୱାରା ଆଜି ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରକୁ ଗୌଣ କରି ବିଶେଷ ଲାଭ କର୍ପୋରେଟ ହାଉସ ଓ ପୁଞ୍ଜିପତିମାନଙ୍କୁ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ ଚାରି ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ଶ୍ରମିକ ସଂଗଠନ ଗୁଡ଼ିକ ଦାବି କରିଛନ୍ତି ।

ଧର୍ମଘଟ ଯୋଗୁଁ ବଡବିଲ ରେ ଖଣି ଅଞ୍ଚଳରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ତ୍ରେଡ୍ ୟୁନିଅନର ଶ୍ରମିକ ନେତାଶ୍ରୀ କପିଳ ମହାନ୍ତି, ଶ୍ରୀ ଇନ୍ଦ୍ର ମଣି ବେହେରା ଓ ଶହ ଶହ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି । ଅଧିକାଂଶ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ଇତ୍ୟାଦି ବନ୍ଦ ରହିଛି । ରାସ୍ତାରେ କେବଳ ୨ ଚକିଆ ଯାନକୁ ଛାଡି ପ୍ରାୟତଃ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଗୋଟିଏ ପଟେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଥିବା ବେଳେ, ଆଜିର ବନ୍ଦ ଯୋଗୁଁ ଖଣିଜ ପରିବହନ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଏନ୍ ଏଚରେ ଟ୍ରକ୍ ସବୁ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି । ବସ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟାଙ୍କିଙ୍ଗ, ଡାକ ସେବା, ପେଟ୍ରୋଲ ପମ୍ପ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Leave a Reply

Your email address will not be published. Required fields are marked *