ଫୁଲନଖରା //କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ସହିତ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗର ମୁଖ୍ୟ ମନୋରଞ୍ଜନ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି କଟକ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଉପସ୍ଥିତ ଥିଲେ

Spread the love

ପଦାର୍ଥ ବିଜ୍ଞାନ ବିଭାଗରେ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଫୁଲନଖରା, ୨୦/୯(ଦର୍ଶନ ସମୀକ୍ଷା) କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ସହିତ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗର ମୁଖ୍ୟ ମନୋରଞ୍ଜନ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି କଟକ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଅଧ୍ୟକ୍ଷା ଶକୁନ୍ତଳା ସାମଲ, ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ଡ. ବଂଶୀଧର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଦେଶାତ୍ମକ ମନ୍ତବ୍ୟ ଦେବା ସହ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । +୩ ଦିତୀୟ ବର୍ଷର ଛାତ୍ରଛାତ୍ରୀମାନେ ବିଦାୟ ଜଣାଇଥିବା ବେଳେ ବିଦାୟୀ ଛାତ୍ରଛାତ୍ରୀ ମାନେ ଅତୀତର ସ୍ମୃତି ରୋମନ୍ଥନ କରିଥିଲେ । ଅଧ୍ୟାପିକା ପ୍ରତିକ୍ଷା ସାହୁ ମଞ୍ଚ ପରିଚାଳନା କରିଥିଲାବେଳେ ଉପେନ୍ଦ୍ର ବିଶ୍ବାଳ, ହିତାଂଶୁ ଶେଖର ଦାସ, ଗୋଲମ ମୁସ୍ତାପ ଖାଁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *