ପ୍ରେସ ନୋଟ ଖୋର୍ଦ୍ଧା // ବିଶ୍ୱାସ ଶିକ୍ଷାନୁଷ୍ଠାନ ତରଫରୁ ଭାରତ ସରକାରଙ୍କ ଆହ୍ବାନ କ୍ରମେ ” ଗୋଟିଏ ଗଛ ମୋ ମା ଙ୍କ ନାମରେ” ବୃକ୍ଷ ରୋପଣ ତଥା ବିଶ୍ୱାସ ବନମହୋତ୍ସବ -୨୦୨୫ କାର୍ଯ୍ୟକ୍ରମ ବିଶ୍ୱାସ ଶିକ୍ଷାନୁଷ୍ଠାନ,ପିତାପଲ୍ଲି, କଲେଜ ପରିସର ପ୍ରାୟ ୧,୦୦୦ ଚାରାଗଛ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭା.ଜ.ପା. ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ

Spread the love

ବିଶ୍ୱାସ ଶିକ୍ଷାନୁଷ୍ଠାନ, ପିତାପଲ୍ଲି, ଖୋର୍ଦ୍ଧା
ବିଷୟ:- ବନମହୋତ୍ସବ,”ଏକ୍ ପେଡ୍ ମା କେ ନାମ”, କାର୍ଯ୍ୟକ୍ରମ
ପ୍ରେସ ଇସ୍ତାହାର
ଆଜି ତା ୨୯/୦୭/୨୦୨୫ ରିଖ ଦର୍ଶନ ସମୀକ୍ଷା

ମଙ୍ଗଳବାର ଅପରାହ୍ନ ଘ ୩.୦୦ ଣ୍ଟିକା ସମୟରେ ବିଶ୍ୱାସ ଶିକ୍ଷାନୁଷ୍ଠାନ ତରଫରୁ ଭାରତ ସରକାରଙ୍କ ଆହ୍ବାନ କ୍ରମେ ” ଗୋଟିଏ ଗଛ ମୋ ମା ଙ୍କ ନାମରେ”( ଏକ୍ ପେଡ୍ ମା କେ ନାମ)” ସାମୁହିକ ବୃକ୍ଷ ରୋପଣ ତଥା ବିଶ୍ୱାସ ବନମହୋତ୍ସବ -୨୦୨୫ କାର୍ଯ୍ୟକ୍ରମ ବିଶ୍ୱାସ ଶିକ୍ଷାନୁଷ୍ଠାନ,ପିତାପଲ୍ଲି, କଲେଜ ପରିସର ଏବଂ ଚର୍ତୁପାଶ୍ୱରେ ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଙ୍କ ଦ୍ଵାରା ପ୍ରାୟ ୧,୦୦୦ ଚାରାଗଛ ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭା.ଜ.ପା. ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ଏବଂ ଗଛ ଗୁଡ଼ିକର ଉପକାର ଏବଂ ଯତ୍ନ ସମ୍ଵନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ।
ବିଶ୍ୱାସ ଶିକ୍ଷାନୁଷ୍ଠାନ ଦୀର୍ଘ ୨୦ ବର୍ଷ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତଥା ଗ୍ରାମାଞ୍ଚଳର ଉଚ୍ଚ ମାଧ୍ୟମିକ ଏବଂ ନର୍ସିଙ୍ଗ ଓ ପାରାମେଡିକାଲ୍ ଶିକ୍ଷାଗ୍ରହଣ ପାଇଁ ଗରିବ ଓ ମେଧାବୀ ଛାତ୍ରଛତ୍ରୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଅଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ, ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସଚେତନତା ବିଭିନ୍ନ ରୋଗ ନିରୁପଣ ଶିବିର ଇତ୍ୟାଦି କାର୍ଯ୍ୟକ୍ରମ ପରିଚାଳନା କରି ସାରା ରାଜ୍ୟରେ ଲୋକପ୍ରିୟତା ପାଇ ପାରିଛି।
ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ପ୍ରତୀମା ଘଡ଼ାଇ ଙ୍କ ପ୍ରେରଣା ଓ ସହଯୋଗରେ ସମସ୍ତ ସମାଜଧର୍ମୀ କାର୍ଯ୍ୟକ୍ରମ ହୋଇ ଆସୁଅଛି। ଏହା ବ୍ୟତିତ ଅନୁଷ୍ଠାନ ର ଚେୟାରମ୍ୟାନ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇ ଓ ମାନନୀୟା ସଂପାଦିକା ଶ୍ରୀମତୀ ନନ୍ଦିନୀ ଘଡ଼ାଇ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଗ୍ରାମାଞ୍ଚଳ ର ଗରିବ ଓ ମେଧାବି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସହ ବୃତ୍ତି ଭିତ୍ତିକ ଯୋଗ୍ୟତା ଗଠନ କରି ଆସୁଛନ୍ତି।
ଉକ୍ତ କାର୍ଯ୍ୟକ୍ରମକୁ ମାନନୀୟା ସାଂସଦ ଭୁବନେଶ୍ୱର, ମାନ୍ୟବର ବିଧାୟକ ଜଟଣୀ, ଜିଲ୍ଲାପାଳ ଖୋର୍ଦ୍ଧା ମହୋଦୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ମହୋଦୟା, ତହସିଲଦାର ଜଟଣୀ ମହୋଦୟା,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଖୋର୍ଦ୍ଧା ମହୋଦୟ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀନାରାୟଣ ପଣ୍ଡା ପରିଚାଳନା କରିଥିଲେ। ଅନୁଷ୍ଠାନର ପ୍ରତ୍ୟେକ ଅଧ୍ୟକ୍ଷ, କର୍ମଚାରୀ, ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ପ୍ରତ୍ୟେକ ଗୋଟିଏ ଲେଖାଏ ଗଛ ଚାରା ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *