ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଜିଲ୍ଲା ସାଧାରଣ ପରିଷଦ ବୈଠକରେ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକର ସୁରକ୍ଷା, ସାମ୍ବାଦିକ ସଂଘକୁ ଶକ୍ତିଶାଳୀ କରିବା ସହିତ ସାମ୍ବାଦିକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ସମ୍ବନ୍ଧରେ ବିଷଦ ଆଲୋଚନା କରାଯାଇଥିଲା

Spread the love

ପେଶାଦାର ସାମ୍ବାଦିକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ
(ଦର୍ଶନ ସମୀକ୍ଷା) ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଜିଲ୍ଲା ସାଧାରଣ ପରିଷଦ ବୈଠକରେ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକର ସୁରକ୍ଷା, ସାମ୍ବାଦିକ ସଂଘକୁ ଶକ୍ତିଶାଳୀ କରିବା ସହିତ ସାମ୍ବାଦିକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ସମ୍ବନ୍ଧରେ ବିଷଦ ଆଲୋଚନା କରାଯାଇଥିଲା। ଅନ୍ୟତମ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ସଭାପତି ହରିହର ସ୍ୱାଇଁ, ନିମାପଡ଼ା ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା ରକ୍ଷା ପାଇଁ ସବୁମତେ ଉଦ୍ୟମ ଆବଶ୍ୟକ ରହିଥିବା ବିଷୟ ସର୍ବସମ୍ମତି କ୍ରମେ ମତପ୍ରକାଶ କରିଥିଲେ। ଉପସ୍ଥିତ ସମସ୍ତ ସଭ୍ୟଙ୍କ ଅନୁମୋଦନ କ୍ରମେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଜିଲ୍ଲାର ସଭାପତି, ଆଦିତ୍ୟ ରାଉତଙ୍କୁ ସାଧାରଣ ସମ୍ପାଦକ, ସମୀର କରଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ତୁଷାର ଦୀକ୍ଷିତ, ବିଚିତ୍ରାନନ୍ଦ ସାହୁ, ଅକ୍ଷୟ ବେହେରାଙ୍କୁ ପରାମର୍ଶଦାତା ଭାବେ ମନୋନୀତ କରାଯାଇଥିଲା। ନିମାପଡ଼ାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜରେ ନିୟମିତ ଭାବେ ପ୍ରେସକ୍ଲବ ବିରୁଦ୍ଧରେ ଅଶୋଭନୀୟ, କପୋଳକଳ୍ପିତ ତଥା ମୂଲ୍ୟହୀନ ଖବର ପ୍ରକାଶ ପାଉଥିବା ନେଇ ସମସ୍ତ ସଭ୍ୟ ନିନ୍ଦା କରିବାସହ ଏହାର ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ରାଜ୍ୟ ସଭାପତିଙ୍କୁ ଅବଗତ କରାଯାଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ପ୍ରସ୍ତାବ ନିଆଗଲା। ବୈଠକରେ ପୁରୀଜିଲ୍ଲା ଅସ୍ତରଙ୍ଗ, କାକଟପୁର,ଡେଲାଙ୍ଗ, କୋଣାର୍କ, ନିମାପଡ଼ା, ପିପିଲି ଆଦି ବ୍ଲକର ଶତାଧିକ ସାମ୍ବାଦିକମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *