ପାଲଲହଡ଼ା // ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି

Spread the love

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପାଲଲହଡା- ଦର୍ଶନ ସମୀକ୍ଷା

ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଭୀମ ଭୋଇ
ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି I ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ରୀନାରାଣୀ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ତନ୍ମୟ କୁମାର ସାହୁ, ଢେଙ୍କାନାଳ ସାଂସଦ ଙ୍କ ପ୍ରତିନିଧ୍ ଶ୍ରୀଯୁକ୍ତ ଲିଙ୍ଗରାଜ ଦାସ ଯୋଗ ଦେଇଥିଲେ। ଏଥିରେ ଅନୁଗୋଳ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ରୁ ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡ଼ା. ଦୁର୍ଲ୍ଲଭ ସାହୁ, ଶିଶୁ ବିଭାଗ ବିଶେଷଜ୍ଞ ଡ଼ା. ସ୍ବାତି ସାହୁ, କର୍ଣ୍ଣବାସ୍ତ ବିଭାଗ ର ବିଶେଷଜ୍ଞ ଡ଼ା ପି. କେ ମହାନ୍ତି, ଦୃଷ୍ଟି ବାତ ବିଭାଗ ର ବିଶେଷଜ୍ଞ ଡ଼ା ପରମେଶ୍ବର ଜେନା, ମେଡିସିନ ବିଭାଗ ଡ଼ା ଡି. ଭୋଇ, ମାନସିକ ବିକାରଗ୍ରସ୍ତ ବିଭାଗ ର ବିଶେଷଜ୍ଞ ଡ଼ା ରଞ୍ଜିତା ଭଞ୍ଜ ଦେଓ ଯୋଗ ଦେଇ ଭିନ୍ନକ୍ଷମ ଚିହ୍ନଟ କରିଥିଲେ I ଶିବିରରେ ମୋଟ ୪୯୬ ଜଣ ପଞ୍ଜୀକରଣ କରିଥିଲେ I ତଥା ବସ୍ ପାସ ପାଇଁ ୮ ଜଣଙ୍କୁ, କୃତିମ ଅଙ୍ଗ ପାଇଁ ୨ ଜଣଙ୍କୁ, ଦକ୍ଷତା ବିକାଶ ପାଇଁ ୨ ଜଣଙ୍କୁ, ଭତ୍ତା ପାଇଁ ୩୨ ଜଣଙ୍କୁ ଚିହ୍ନଟ କରାଗଲା । ବ୍ଲକ ପ୍ରଶାସନର କର୍ମଚାରୀବୃନ୍ଦ, ମହତାବ ଉଚ୍ଚ ବିଦ୍ୟାଳୟର କର୍ମଚାରୀବୃନ୍ଦ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ ଗଣ ଶିବିର ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *