ପାରଳା ସମାଚାର // ଗଜପତିର ଗୁମ୍ମାରେ ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଭିଜିଲାନ୍ସ ତଦନ୍ତ

Spread the love

ଗଜପତିର ଗୁମ୍ମାରେ ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଭିଜିଲାନ୍ସ ତଦନ୍ତ ଦାବି

ପାରଳାଖେମୁଣ୍ଡି, 5/12 (ତାରିଣୀ ପ୍ରସାଦ ପଣ୍ଡା ): (ଦର୍ଶନ ସମୀକ୍ଷା)

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଠାରେ ପାରଳାଖେମୁଣ୍ଡି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ ) ପକ୍ଷରୁ ଶହେଶଯ୍ୟା ବିଶିଷ୍ଟ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀବାସ କୋଠା ନିର୍ମାଣ ଚାଲିଛି| ତେବେ ଏହି କୋଠା ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଯଦ୍ୱାରା କୋଠାର ସ୍ଥାୟୀତ୍ବ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି. ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପାଇଥିବା ଠିକାଦାରଙ୍କ ବଦଳରେ ଆଉ ଜଣେ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। କୋଠା ନିର୍ମାଣରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ନିମ୍ନମାନର ସିମେଣ୍ଟ ଓ ଛଡ଼ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି. ଏଭଳି ନିମ୍ମମାନର କାର୍ଯ୍ୟ ଓ ଶସ୍ତା ଏବଂ ନିମ୍ନମାନର ସିମେଣ୍ଟ ଓ ଛଡକୁ ବ୍ୟବହାର କରାଯିବା ନେଇ ମଧ୍ୟ କୋଠାର ସ୍ଥାୟିତ୍ଵ ନେଇ ସନ୍ଦେହ ପ୍ରକାଶ ପାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରି କୋଠା ନିର୍ମାଣ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି. ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଆଇଟିଡିଏ ସହକାରୀ ଯନ୍ତ୍ରୀ ରୋହିତ ବେହେରାଙ୍କୁ ପଚାରିବାରୁ ଯେଉଁ ସିମେଣ୍ଟ ଓ ଛଡ଼ ବ୍ୟବହାର କରାଯାଉଛି ତାହା ଉଚିତମାନର ବୋଲି କହିବା ସହ ଏଭଳି କୌଣସି ନିମ୍ନମାନର କାର୍ଯ୍ୟ ଏହି କୋଠା ନିର୍ମାଣରେ ହେଉନାହିଁ ବୋଲି କହିଛନ୍ତି ।
ପାରଳା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଦାନହୁଣ୍ଡିରୁ ବାହାରିଲା 9 ଲକ୍ଷ 45 ହଜାର 590 ଟଙ୍କା ପାରଳାଖେମୁଣ୍ଡି, 5/11(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ଅନେକ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ ହୋଇ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି. ବର୍ତ୍ତମାନ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରହିଥିବା ଦାନହୁଣ୍ଡିରୁ 9 ଲକ୍ଷ ଲକ୍ଷ 45 ହଜାର 590 ଟଙ୍କା ବାହାରିଛି. ଏହି ଅର୍ଥକୁ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗାମାଧବ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି.
ପାନୀୟ ଜଳ ସଙ୍କଟକୁ ନେଇ ଗଜପତି ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ।

ପାରଳାଖେମୁଣ୍ଡି, 5/12(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବlଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖlରୀକୁଟି ଏବଂ ଢେପlଲାଜୁ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଦୁଇ ଗ୍ରାମବାସୀ ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଥିବାର ଜଣାପଡିଛି । ଉଭୟ ଗ୍ରାମରେ ପ୍ରାୟ ତିନି ଶହ ଲୋକ ବସବାସ କରୁଥିଲେ ସୁଦ୍ଧା ଏବେ ବି ଜଳ ସଂକଟ ଲାଗି ରହିଥିବାର ପ୍ରକାଶ କରିଛନ୍ତି l ଗ୍ରୀଷ୍ମ କାଳରେ ଏହି ଗ୍ରାମବାସୀମାନେ ଦୁଇ କିଲୋମିଟର ଅତିକ୍ରମ କରି ନାଳପାଣି ଆଣିବାକୁ ପଡିଥାଏ । ଏହି ନାଳପାଣି ପିଇବା ଦ୍ବାରା ନାନାଦି ସଂକ୍ରମଣ ରୋଗର ଶିକାର ହେବା ସହ ପାଣି ପାଇଁ ଡହଳବିକଳ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଲୋକେ । ଗ୍ରାମରେ ନଳକୂପ ଥିଲେ ସୁଦ୍ଧା ଲୌହଗନ୍ଧ ଯୁକ୍ତ ପାଣି ବାହାରୁଥିବାରୁ ଏହା ପାନୀୟ ଜଳ ଲାଗି ଉପଯୁକ୍ତ ନୁହେଁ । ଜଳ ସଙ୍କଟ ଦୂର ଲାଗି ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର କହିଛନ୍ତି । ଏନେଇ ଯୁବନେତା ତଥା ସମାଜସେବୀ ଅଭାନ ନାୟକ ଓ ଲକ୍ଷ୍ମଣ ମଲ୍ଲିକ କହିଛନ୍ତି ଯେ ଏହି ଗ୍ରାମ ଗୁଡିକରେ ସୌରଚାଳିତ ପମ୍ପ ଓ ମୋଟର ବ୍ୟବସ୍ଥା କରି ଜଳ ଯୋଗାଇଦେଲେ ଜଳକଷ୍ଟ ଦୂର ହେବ । ବର୍ତ୍ତମାନ ଆମେ ନିଜ ନିଜ ଉଦ୍ୟମରେ ନଳକୂପ ଗୁଡିକୁ ସଜାଡି ପାଣି ସଂଗ୍ରହ କରୁଛୁ । ଯାହାକି କିଛି ଦିନ ପରେ ପୁଣି ଏହି ନଳକୂପ ଗୁଡିକ ଭାଙ୍ଗିଯାଉଛି । ଫଳରେ ଯେଉଁ ଜଳକଷ୍ଟ ଅବସ୍ଥାକୁ ସେହି ଅବସ୍ଥା । ଏହାର ଗୋଟିଏ ମାତ୍ର ବିକଳ୍ପ ରହିଛି ଯେ ସୌରଚାଳିତ ପମ୍ପ ଓ ମୋଟର ସହ ଓଭର ହେଡ୍ ଟାଙ୍କି ସ୍ଥାପନ କଲେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନାଗାଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଭାରପ୍ରାପ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଥିବାର ଏହି ଦୁଇ ଗ୍ରାମାଞ୍ଚଳବାସୀ କହିଛନ୍ତି ।
ପାରଳା ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ପାର୍ଳାଖେମୁଣ୍ଡି,5/12(ତାରିଣୀ ପ୍ରସାଦ ପଣ୍ଡା):

ପାରଳାଖେମୁଣ୍ଡି ଠାରେ ଥିବା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ-ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ଛାତ୍ରୀମାନଙ୍କ କ୍ରୀଡାନୈପୁଣ୍ୟ, କ୍ରୀଡା କୌଶଳ ଓ ଶୃଙ୍ଖଳାବଦ୍ଧତା ଦର୍ଶକମାନଙ୍କ ମନକୁ ଆକୃଷ୍ଟ କରିଥିଲା।

ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ପାରଳାଖେମୁଣ୍ଡି ପୌରପାଳିକାର ଅଧ୍ୟକ୍ଷା, ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I ଯୁବ ସମ୍ଭାବନା, ଶାରୀରିକ କୌଶଳ ଓ କ୍ରୀଡାପ୍ରତି ପ୍ରତିବଦ୍ଧତାକୁ ଆପଣାଇ ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ବଞ୍ଚିବାକୁ ସେ ପରାମର୍ଶ ଦେଇଥିଲେ ।

କ୍ରୀଡା ପରିଷଦ ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମହେନ୍ଦ୍ର ରଇତ ଉପସ୍ଥିତ ଛାତ୍ରୀ ମାନଙ୍କୁ କ୍ରୀଡା ମାନବଜୀବନର ଅବିଭାଜ୍ୟ ଅଂଶ। ଏହା ଶାରୀରିକ ସୁସ୍ଥତା ସହିତ ଚରିତ୍ର ଗଢ଼େ, ଶୃଙ୍ଖଳା ଶିଖାଏ ଓ ନେତୃତ୍ୱ ଗୁଣ ଉଦ୍ଭାସିତ କରେ ବୋଲି ବୁଝାଇଥିଲେ I
ବରିଷ୍ଠ କ୍ରୀଡା ପ୍ରଶିକ୍ଷକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା
ଉତ୍ସବର କ୍ରୀଡା ପରିଚାଳନା କରିଥିଲେ I କ୍ରୀଡ଼ା ଉତ୍ସବରେ ରନିଂ, ଜମ୍ପିଂ, ଥ୍ରୋଇଂ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, କବାଡ଼ି, ଅଖା ଦୌଡ ଏବଂ ଅନ୍ୟାନ୍ୟ ରୋମାଞ୍ଚକ ପ୍ରତିଯୋଗିତାରେ ଛାତ୍ରୀମାନଙ୍କ ହ୍ରଦୟସ୍ପର୍ଶୀ ପ୍ରଦର୍ଶନ ଦେଖିବାକୁ ମିଳିଲା। ସର୍ବୋପରି ଛାତ୍ରୀମାନଙ୍କ ସାମୂହିକ ଉତ୍ସାହ ଓ ପରିଶ୍ରମ ପ୍ରଶଂସାନୀୟ ଥିଲା। ଏଥିରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷର ଛାତ୍ରୀ ଅନିତା ନାୟକ ଏ ବର୍ଷର ଚାମ୍ପିଅନ ଟ୍ରଫି ଜିତି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଉତ୍କୃଷ୍ଟ ପାରଦର୍ଶିତା ଓ ମଲ୍ଟି-ଇଭେଣ୍ଟ ପ୍ରଦର୍ଶନକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି। କ୍ରୀଡ଼ା ପରିଷଦର ଉପ-ସଭାପତି ଶ୍ରୀ ଟି. ତେଜା ରାଓ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମସ୍ତ ସହ-ସଭାପତି ଓ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀ ଏହି ଉତ୍ସବକୁ ସଫଳ କରିବାରେ ସମନ୍ୱୟ ରୂପେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *