ପାରଳାଖେମୁଣ୍ଡି //ପାରଳା ସହରରେ ମଠ ଓ ମନ୍ଦିରରେ ଅଚଳାବସ୍ଥା…….ମନ୍ଦିର ସମ୍ପତି ଦଲାଲ ଓ ଜବଦଖଲକାରୀଙ୍କ ହାତରେ,!!!ପାରଳା ଶ୍ମଶାନରେ ସଫେଇ କାର୍ଯ୍ୟକ୍ରମ ଓ ଗଜପତିର କାଶୀନଗରରେ 4 ଟିକିଆ ହାତୀପଲ ନେଇ ସାଧାରଣରେ ଆତଙ୍କ, ବନ ବିଭାଗ ତରଫରୁ ସଜାଗ-ତାରିଣୀ ପ୍ରସାଦ ପଣ୍ଡା ଗଜପତି

Spread the love

ପାରଳା ଶ୍ମଶାନରେ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, 19/10(ତାରିଣୀ ପ୍ରସାଦ ପଣ୍ଡା):-=(ଦର୍ଶନ ସମୀକ୍ଷା)

ଶ୍ମଶାନ ଭୂମିର ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନ କଥାକୁ ମନେ ପକାଇବାକୁ ଯାଇ ଜିଲ୍ଲା ନ୍ୟାୟାଳୟର କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ସହାୟତାରେ ଓ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, ସହକାରୀ ଖଣି ଅଧିକାରୀ ଚିଣ୍ଟୁ ଦେହୁରୀ, ଗଜପତି ଓକିଲ ସଂଘ ସଭାପତି ଜିତୁ ପଟ୍ଟନାୟକ, ସମ୍ପାଦକ ଏମ୍ ପୃଥ୍ୱୀରାଜ, ସହ ସମ୍ପାଦକ ରାଜା ପଟ୍ଟନାୟକ, ପାରଳାଖେମୁଣ୍ଡି ଥାନା ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ଜଗାରଙ୍ଗ, ହାବିଲଦାର ବିପିନ ବେହେରା ତଥା ଗାୟତ୍ରୀ ଶକ୍ତିପୀଠର ସନ୍ତୋଷ କୁମାର ଗନ୍ତାୟତ, ସମାଜସେବୀ ମନୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ ଯୋଗ ଦେଇ ଆଜି ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମଶାନକୁ ସକାଳ ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ସଫେଇ କରି ପରିଷ୍କାର କରିଥିଲେ। ଆଜିର ଏହି ସଫେଇ କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଅତୁଲ ପାଣିଗ୍ରାହୀ, ରାଜେଶ ନାହାକ, ଶଶୀଭୂଷଣ ପଟ୍ଟନାୟକ, ପ୍ରଶାନ୍ତ ପ୍ରଧାନ, ଓକିଲ ହୀରା ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଯଥାର୍ଥ ସାହାଯ୍ୟ ସହଯୋଗର ହାଥ ବଢାଇଥିଲେ। ସର୍ବଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଯଥାର୍ଥ ସାହାଯ୍ୟ ସହଯୋଗ ନିମନ୍ତେ ସାଧୁବାଦ ଜଣାଇଥିଲେ।

ପାରଳା ସହରରେ ମଠ ଓ ମନ୍ଦିରରେ ଅଚଳାବସ୍ଥା…….
ମନ୍ଦିର ସମ୍ପତି ଦଲାଲ ଓ ଜବଦଖଲକାରୀଙ୍କ ହାତରେ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅନେକ ମଠ ମନ୍ଦିର ବର୍ତ୍ତମାନ ଅଚଳା ଅବସ୍ଥା ସୃଷ୍ଟି ହେଲାଣି।ରଜା ରାଜୁଡା ସମୟରୁ ମିଳିଥିବା ମନ୍ଦିର ସମ୍ପତିକୁ ଅନେକାଂଶ ସରକାରୀ ଖାତାକୁ ଚାଲିଗଲା ଓ ଅବଶିଷ୍ଟ ସମ୍ପତି ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁଁ ଏବେ ମନ୍ଦିର ସମ୍ପତି ଦଲାଲ ଓ ଜବରଦଖଲକାରୀ ଙ୍କ ହାତରେ।ଏବେ ପରିସ୍ଥିତି ଏଭଳି ଯେ ପାରଳାଖେମୁଣ୍ଡି ଠାରେ ଥିବା ମଠ ମନ୍ଦିର ଗୁଡିକରେ ଦିଅ ମାନଙ୍କ ନିତିଦିନିଆ କାର୍ଯ୍ୟକ୍ରମ ଓ ପରିଚାଳନା ହେବା କଷ୍ଟକର ବ୍ୟାପାର ହୋଇପଡିଛି।
ମଠ ମନ୍ଦିର ଭରା ପୁରାତନ ସହର ପାରଳାଖେମୁଣ୍ଡି।କାହିଁ ରାଜା ରାଜୁଡ଼ ଅମଳରୁ ପାରଳାଖେମୁଣ୍ଡି ସହରର ଗଳି କନ୍ଦିରେ ଅନେକ ପୁରୁଣା ମଠ ମନ୍ଦିର ଗୁଡିକ ରହିଛି।ଏହି ମଠ ମନ୍ଦିର ପରିଚାଳନା ପାଇଁ ପୂର୍ବରୁ ରାଜ ପରିବାର ତରଫରୁ ସହ ସହ ଏକର ଜମି ବିଭିନ୍ନ ଦେବା ଦେବୀଙ୍କ ନାମରେ ମଠ ମନ୍ଦିର ଗୁଡିକୁ ପ୍ରଦାନ କରାଯାଇଥିଲା।ହେଲେ ସିଲିଂ ଆକ୍ଟ ଅନୁସାରେ ପରବର୍ତ୍ତୀ ସମୟରେ ସବୁ ମଠ ମନ୍ଦିରର ୬୦ ରୁ ୭୦ ପ୍ରତିଶତ ଜମି ସରକାରୀ ଖାତାକୁ ଚାଲିଯାଇଛି।ତେବେ ଅବଶିଷ୍ଟ ଜମି ଉପରେ ବର୍ତ୍ତମାନ କିଛି ଦଲାଲ ଓ ଜବର ଦଖଲକାରୀଙ୍କ ଲଲୁପ ଦୃଷ୍ଟି ପଡିଛି।ଘଟଣାଟି ସାମ୍ମନାକୁ ଆସିଲା ପାରଳାଖେମୁଣ୍ଡି ସହରରେ ଥିବା ଦେଓ ମଠ ଏବଂ ଗୋପୀନି ସାହିରେ ଥିବା ପରିଛା ମଠର ସ୍ଥିତିକୁ ଅନୁଧ୍ୟାନ କରିବା ସମୟରେ।ବିଶ୍ବହିନ୍ଦୁ ସଙ୍ଘଠନ ପକ୍ଷରୁ ଗୋଶାଳା ନିର୍ମାଣ ପାଇଁ ଦେଓ ମଠ ମହନ୍ତ ମଠର ଜମି ଦେବାପାଇଁ ଅନୁମତି ଦେଇଥିଲେ।ଚିନ୍ହଟ ହୋଇଥିବା ଜମିକୁ ଯେତେବେଳେ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ଯାଇ ଦେଖିବା ସମୟରେ ସେହି ଜମି ଉପରେ କିଛି ଜବର ଦଖଲକାରୀ ଘର କରିଛନ୍ତି ଏବଂ କିଛି ଦଲାଲ ସେଠାରେ ପଥର ପୋତି ବିନା ରେଜିଷ୍ଟ୍ରେସନରେ ଗୋଟିଏ ୫୦ ଟଙ୍କିଆ ଷ୍ଟାମ୍ପ ପେପର୍ ରେ କବଲା ପ୍ରସ୍ତୁତ କରି ଉକ୍ତ ଜମିକୁ କିଣାବିକା କରି ଲକ୍ଷ ଲକ୍ଷ ଟଙ୍କା କାରବାର କରିଥିବା ଘଟଣା ଦେଖିବାକୁ ମିଳିଛି। ଅନ୍ୟପଟେ ଯଦି ଗୋପୀନି ସାହିର ପରିଛା ମଠ କଥା କହିବା ତେବେ ପରିସ୍ଥିତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।ମନ୍ଦିରର ସର୍ବମୋଟ ସମ୍ପତି ଥିଲା ୧୯୬ ଏକର।ସିଲିଂ ଆକ୍ଟ ରେ ସରକାରୀ ଖାତାକୁ ଗଲା ୧୪୮ ଏକର।ଅବଶିଷ୍ଟ ମନ୍ଦିର ନାମରେ ଥିବା ୪୮ ଏକରରୁ ଦବୋତ୍ତର ବିଭାଗର କୌଣସି ଅନୁମତି କିମ୍ବା କୌଣସି ବିଜ୍ଞପ୍ତି ନଥାଇ ଗୁମ୍ମା ବ୍ଲକ ଜିଲିରିପାଡୁ ମୌଜାର କୁର୍ଲୁଣ୍ଡା ଗ୍ରାମର ପ୍ରାୟ ୧୬ ଏକର ଜମି ସେହି ଗ୍ରାମର ଭରତ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଟ୍ଟା ହୋଇ ତାହାଭି ତିନି ଥର ବିକ୍ରି ଭଟା ହୋଇ ସାରିଲାଣି ଉକ୍ତ ଜମି।ତେବେ ମନ୍ଦିରର ମାର୍ଫତଦାର ଅଭିଯୋଗ ଆଣିଛନ୍ତି ଯେ ୨୦୧୬ ମସିହାରେ କିଛି ସରକାରୀ ଅଧିକାରୀ ଏବଂ କିଛି ଦଲାଲ ମିଶି ମନ୍ଦିରର ସ୍ଥାବର ସମ୍ପତିକୁ ଦେବୋତ୍ତର ବିଭାଗର କୌଣସି ଅନୁମତି ନଥାଇ ନିଜ ନାମରେ କରିବା ସହ ୧୬ ଏକର ଜମିକୁ ବିକ୍ରି କରିଛନ୍ତି।ଏ ନେଇ ୨୦୧୬ ମସିହାରୁ ଦୀର୍ଘ ୯ବର୍ଷ ହେଲାଣି ଅନେକ ଥର ଦେବୋତ୍ତର ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ନଜରକୁ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ସେପଟେ ବାକି ଜମି ଗୁଡିକରେ ମଧ୍ୟ ଯେଉଁ ଲୋକମାନେ ଚାଷବାସ କରୁଛନ୍ତି ସେମାନେ ମଧ୍ୟ ମନ୍ଦିର ପରିଚାଳନା ପାଇଁ କୌଣସି ପାଉଣା ଦେଉନାହାନ୍ତି।ଯାହା ଫଳରେ ପ୍ରତି ଦିନର ମନ୍ଦିର ନୀତିକାନ୍ତି ଚଳାଇବା କଷ୍ଟ ହେଲାଣି ବୋଲି କହିଛନ୍ତି ଦେଓ ମଠ ମହନ୍ତ ରାମାନନ୍ଦ ମହାରାଜ ଓ ପରିଛା ମଠ ମାର୍ଫତଦାର ହରିଶ୍ଚନ୍ଦ୍ର ପରିଛା।ସହରର ଏହି ଦୁଇଟି ମନ୍ଦିର ନୁହେଁ ଗଳି କନ୍ଦିରେ ରହିଥିବା ସମସ୍ତ ମନ୍ଦିରର ସ୍ଥିତି ଏକା ରକମର।ଯାହାକୁ ନେଇ ବିଶ୍ବହିନ୍ଦୁ ପରିଷଦ ଆପତି କରିବା ସହ ପ୍ରଶାସନ ଏହି ଦିଗରେ ହସ୍ତକ୍ଷେପ କରି ମନ୍ଦିର ଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଶ୍ୱହିନ୍ଦୁ ପରିଷଦ ପରିଚାଳନା ସଭାପତି ଲୋକନାଥ ମିଶ୍ର।
ଘଟଣାକୁ ନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ କହିବା ହେଲା ମଠ ମନ୍ଦିର କିମ୍ବା ଦେବୋତ୍ତର ବିଭାଗ ତରଫରୁ ଯେତେବେଳେଭି କିଛି ଅଭିଯୋଗ ଆସେ ତେବେ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତେବେ ଏହି ଦୁଇ ମନ୍ଦିରର ଘଟଣା ସାମ୍ମନାକୁ ଆସିବା ପରେ ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଦେବୋତ୍ତର ବିଭାଗ ମନ୍ଦିର ଗୁଡିକର ପରିଚାଳନା ନିମନ୍ତେ ବିଭିନ୍ନ ଦେବଦେବୀଙ୍କ ନାମରେ ଥିବା ଜମିଜମାକୁ ଲିଜ ସୂତ୍ରରେ ପ୍ରଦାନ କରି ବାର୍ଷିକ ଦେୟ ମନ୍ଦିରକୁ ପୈଠ କରିବା ଇତ୍ୟାଦି କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ ଦାଇତ୍ୱ ନେଇ ପରିଚାଳନା କରିବା କଥା କିନ୍ତୁ ଗଜପତି ଜିଲ୍ଲାରେ ଜିଲ୍ଲା ଗଠନ ହେବା ପରଠାରୁ ଏହି ଦାଇତ୍ୱ ନା ଜିଲ୍ଲା ପ୍ରଶାସନ ନା ଦେବୋତ୍ତର ବିଭାଗ କେହି ହସ୍ତକ୍ଷେପ କରୁନାହାନ୍ତି ଯାହା ଫଳରେ ଦଲାଲ ମାନେ ସକ୍ରିୟ ହୋଇ କିଛି ଭ୍ରଷ୍ଟ ଅଧିକାରୀଙ୍କୁ ହାତଗୁଞ୍ଜ ଦେଇ ନିଜ କଳା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

ଗଜପତିର କାଶୀନଗରରେ 4 ଟିକିଆ ହାତୀପଲ ନେଇ ସାଧାରଣରେ ଆତଙ୍କ, ବନ ବିଭାଗ ତରଫରୁ ସଜାଗ
ଗଜପତି ଜିଲ୍ଲା କାଶୀନଗର ବ୍ଲକରେ 4 ଟିକିଆ ହାତୀପଲ ବୁଲିଥିବା ନେଇ ସାଧାରଣରେ ଭୟ ଓ ଆତଙ୍କ ଦେଖାଦେଇଛି. ବର୍ତ୍ତମାନ ସୁଦ୍ଧା ଏହି ହାତୀମାନଙ୍କ ଦ୍ୱାରା କୌଣସି କ୍ଷୟକ୍ଷତି ଘଟି ନାହିଁ. ହେଲେ ଏଥି ପୂର୍ବରୁ ଏହି ହାତୀପଲଙ୍କ ଦ୍ୱାରା ଧାନ ଫସଲ ସହ ବିଭିନ୍ନ ଫସଲ ନଷ୍ଟ ହେବା ସହ କେତେକ ଗ୍ରାମାଞ୍ଚଳରେ କିଛି ଘର ଭାଙ୍ଗି ଥିବା ଦୃଷ୍ଟାନ୍ତ ରହିଛି. ବର୍ତ୍ତମାନ ଭାନ୍ନା, ଗୌରୀ ଓ ଗୌରୀଗୁଡ଼ା ଗ୍ରାମ ଉପକଣ୍ଠରେ ୪ ଟିକିଆ ହାତୀପଲ ବୁଲୁଥିବା ଯୋଗୁ ବନ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ତକ ଓ ସଚେତନତା କରାଯାଉଛି I ଦୁଇଦିନ ଧରି ହାତୀ ବଂଶଧାରା ନଦୀ ଉପକୂଳରେ ଓ ଉପରୋକ୍ତ ଗ୍ରାମରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି I ଶୁକ୍ରବାର ଏସିଏଫଓ ସାଇନଶ୍ରୀ ଦାସ ହାତୀପଲ ଥ‌ିବା ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ | ତାହା ସହ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ସହ ହାତୀ ଥୂବା ଅଞ୍ଚଳକୁ ଲୋକଙ୍କୁ ନଯିବା, ବାଣ ନଫୁଟାଇବା, ହର୍ଣ୍ଣ ନ ବଜାଇବାକୁ ସର୍ତକ କରିଥିଲେ I ସେହିପରି ସ୍ଥାନୀୟ ଗ୍ରାମ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଇଥିବା କାଶୀନଗର ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟ କ‌ହିଛନ୍ତି। ବର୍ତ୍ତମାନ ବନବିଭାଗର ୮ ଜଣିଆ ଦଳ ଉକ୍ତ ଅଞ୍ଚଳରେ ରହି ହାତୀର ଗତିପଥ ଉପରେ ଦୃଷ୍ଟି ରଖୁବା ସହ ଅଞ୍ଚଳର ସୁରକ୍ଷା କରାଯାଉଛି.

Leave a Reply

Your email address will not be published. Required fields are marked *