ପଞ୍ଚତତ୍ତ୍ଵେ ଗଢା ମାନବ ଶରୀରପ୍ରାଣ ଛାଡ଼ିଗଲେ ମଡ଼ା,ସୃଷ୍ଟି ନିୟନ୍ତାଙ୍କ ଅପୂର୍ବ ସର୍ଜନାଧନ୍ୟ ଅଟେ ତାଙ୍କ ଲୀଳା।

Spread the love

ପଞ୍ଚତତ୍ତ୍ଵେ ଗଢା ମାନବ ଶରୀର
ପ୍ରାଣ ଛାଡ଼ିଗଲେ ମଡ଼ା,
ସୃଷ୍ଟି ନିୟନ୍ତାଙ୍କ ଅପୂର୍ବ ସର୍ଜନା
ଧନ୍ୟ ଅଟେ ତାଙ୍କ ଲୀଳା।

ଅନ୍ନ ପରଷିବା ଗୋଟିଏ ସାଧାରଣ କଥା ନୁହେଁ,ସେ ହେଉଛି ଅତି ସୌଭାଗ୍ୟ ଏବଂ ପୂର୍ଣ୍ଣ୍ୟର କଥା…..ସେ ସୌଭାଗ୍ୟ ତ ଭଗବାନ ଅଧିକାଂଶ ନାରୀ ମାନଙ୍କୁ ଦେଇଛନ୍ତି, ଗୋଟିଏ ଗୃହର ଗୃହିଣୀ ହିସାବରେ ।

ଛୋଟିଆ ମିଠା କଥା ପଦେ ମଣିଷର ହୃଦୟକୁ ଜିତିଥାଏ କିନ୍ତୁ ଛୋଟିଆ କଟୁ କଥା ପଦେ ମଣିଷର ହୃଦୟକୁ ଭାଙ୍ଗି ଦିଏ, ମଣିଷକୁ ମାଡ଼ ନୁହେଁ କଟୁ କଥା ଅଧିକ ଆଘାତ ଦେଇଥାଏ ।

ଆତ୍ମସମ୍ମାନ ଓ ସ୍ବାଭିମାନ ଅକ୍ଷୁର୍ଣ୍ଣ ରଖିବାକୁ ଯାଇ କେବେ କୌଣସି କାରଣରୁ କାହା ପାଖରେ ଆତ୍ମସମର୍ପଣ କରନ୍ତୁ ନାହିଁ। ନିଜ ସମସ୍ୟାକୁ ନିଜେ ହିଁ ସମାଧାନ କରନ୍ତୁ।

           

ଜୀବନରେ ବିନା ସାଧନାରେ ଧ୍ୟାନ କରିବା ଅପେକ୍ଷା,ଗୋଟିଏ ଦିନ ବୁଝିସୁଝି ବଞ୍ଚିବା ବହୁତ୍ ଭଲ।

ପ୍ରତ୍ୟେକ ମନୁଷ୍ୟର ଭଲ ଏବଂ ଖରାପ ସ୍ବାସ୍ଥ୍ୟ ସବୁବେଳେ ନିଜର । ଏଥିପାଇଁ ଖାଦ୍ୟ, ପାନୀୟ ଏବଂ ଦିନଚର୍ଯ୍ୟାର ଧ୍ୟାନ ରଖିବା ଆବଶ୍ୟକ।

ବିତି ଯାଇଥିବା ଖରାପ ସମୟକୁ ମନେ ନପକାଇବା ଉଚିତ୍। ଭବିଷ୍ୟତ ପାଇଁ ସ୍ବପ୍ନ ନଦେଖି କେବଳ ବର୍ତ୍ତମାନକୁ ଧ୍ୟାନ ଦେଲେ,ଭବିଷ୍ଯତ ସୁଧୁରି ଯିବ।

ବିନା କାରଣରେ କେବେ କାହା ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ । ସନ୍ଦେହ ସବୁବେଳେ ଲୋକଙ୍କୁ ପରସ୍ପରଠାରୁ ଅଲଗା କରି ଦେଇଥାଏ।

           

Leave a Reply

Your email address will not be published. Required fields are marked *