ନିମାପଡା : ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ନାଟ୍ୟକାର।ଓମଫେଡ ଛକ ନିକଟସ୍ଥ ୭୪ବର୍ଷୀୟ ପ୍ରଭାତ ଚନ୍ଦ୍ର ମହାପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ୬୪ବର୍ଷୀୟ ମଞ୍ଜୁଶ୍ରୀ ମହାପାତ୍ରଙ୍କ ଆଜି ୫୦ତମ ବିବାହ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା।

Spread the love

ନିମାପଡା :ଦର୍ଶନ ସମୀକ୍ଷା ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ନାଟ୍ୟକାର।

ଖବର ମୁତାବକ ନିମାପଡ଼ା ଓମଫେଡ ଛକ ନିକଟସ୍ଥ ୭୪ବର୍ଷୀୟ ପ୍ରଭାତ ଚନ୍ଦ୍ର ମହାପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ୬୪ବର୍ଷୀୟ ମଞ୍ଜୁଶ୍ରୀ ମହାପାତ୍ରଙ୍କ ଆଜି ୫୦ତମ ବିବାହ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିମାପଡ଼ା ଚଅଁରପଦା ନିକଟସ୍ଥ ପତିତପାବନ ସେବାଶ୍ରମ ଠାରେ ବୃଦ୍ଧ ଦମ୍ପତୀ ତାଙ୍କର ପୁତ୍ର ଅରୁଣ ମହାପାତ୍ରଙ୍କ ସହାୟତାରେ ସମସ୍ତ ଭିନ୍ନକ୍ଷମ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ। ଭିନ୍ନକ୍ଷମମାନେ ଦମ୍ପତୀଙ୍କୁ ଆଶୀର୍ବାଦ କରିବା ସହ ଦୀର୍ଘଜୀବୀ ଏବଂ ଆରୋଗ୍ୟ କାମନା କରିଥିଲେ। ଜନ୍ମଦାତା ନାମରେ ଏକ ନାଟକ ରଚନା କରୁଥିବା ସମୟରେ ନିଜ ପିତାମାତାଙ୍କ ନିମନ୍ତେ ଏହି କର୍ତ୍ତବ୍ୟ ପାଳନ କରିବା ପାଇଁ ଚିନ୍ତାଧାରା ଆସିଲା ବୋଲି କୁହନ୍ତି ବୃଦ୍ଧ ଦମ୍ପତିଙ୍କ ଏକମାତ୍ର ପୁତ୍ର ନାଟ୍ୟକାର ଅରୁଣ ମହାପାତ୍ର। କ୍ଲବ, ହୋଟେଲରେ ମହା ଆଡମ୍ବର ସହକାରେ ଉତ୍ସବ ପାଳନ ନକରି ଭିନ୍ନକ୍ଷମଙ୍କ ଗହଣରେ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏହି ପ୍ରୟାସ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ। ଅନ୍ଧ, ମୁକ, ବଧିର, ବୃଦ୍ଧବୃଦ୍ଧାମାନେ ଦୁନିଆଁ ବିଷୟରେ କିଛି ଜାଣନ୍ତିନି। ସେମାନଙ୍କ ସାଥିରେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କ ମୁହଁରେ ଟିକେ ହସ ଦେଖିବା ପାଇଁ ଆମ ପୁଅବୋହୁ, ଝିଅଜ୍ୱାଇଁମାନେ ଏହି ସିଦ୍ଧାନ୍ତ ନେଇଥିଲେ ବୋଲି କହିଛନ୍ତି ମଞ୍ଜୁଶ୍ରୀ। ପ୍ରଭାତ ଏବଂ ମଞ୍ଜୁଶ୍ରୀ ଅନ୍ଧ, ମୁକ ପିଲାମାନଙ୍କ ଗହଣରେ ତାଙ୍କର ବିବାହର ୫୦ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯେଉଁ ସିଦ୍ଧାନ୍ତ ନେଇଛନ୍ତି ଏହା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅରୁଣ ତା’ର ପିତାମାତାଙ୍କ ବିବାହ ବାର୍ଷିକ ପୂର୍ତ୍ତି ଯେଉଁଭଳି ପାଳନ କରିଛନ୍ତି ପ୍ରତ୍ୟକ ଯୁବପିଢ଼ି ଏହାକୁ ଅନୁକରଣ କରିବା ଆବଶ୍ୟକ ବୋଲି ସେବାଶ୍ରମ ଅଧ୍ୟକ୍ଷ ଜଗତ ପ୍ରସାଦ ସାବୁତ କହିଛନ୍ତି।

Leave a Reply

Your email address will not be published. Required fields are marked *