ନିମାପଡ଼ା ପ୍ରେସକ୍ଲବ ଏବଂ ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ମିଳିତ ସହଯୋଗରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏବଂ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Spread the love

ନିମାପଡ଼ା ପ୍ରେସକ୍ଲବ ଏବଂ ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ମିଳିତ ସହଯୋଗରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏବଂ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁନିକୁନି ପିଲାମାନେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପ୍ରେସକ୍ଲବର ସଦସ୍ୟ ମାନଙ୍କ ସହିତ ମିଶି ସ୍କୁଲ ପରିସର ଓ ରାସ୍ତା କଡରେ ୨୦୦ରୁ ଉର୍ଦ୍ଧ୍ୱଗଛ ରୋପଣ କରିଥିଲେ। ଅନ୍ୟମାନଙ୍କ ଗହଣରେ ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରା, ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ରମାକାନ୍ତ ବେହେରା, ଉପଦେଷ୍ଟା ଶରତ କୁମାର ସେନାପତି, ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ଖଟୋଇ, ପୂର୍ବତନ ଅଧ୍ୟକ୍ଷା କାଦମ୍ବିନୀ ମଲ୍ଲିକ,ସମ୍ପାଦକ ବିରଞ୍ଜନ ମଲ୍ଲିକଙ୍କ ସମେତ ସୈନିକ ସ୍କୁଲର ସମସ୍ତ କର୍ମକର୍ତ୍ତା ଏବଂ ପ୍ରେସକ୍ଲବର ସଦସ୍ୟମାନେ ଉପସ୍ଥିତଥିଲେ। ପରିବେଶ ସୁରକ୍ଷାପାଇଁ ସମସ୍ତେ ଗଛ ଲଗାଇବାକୁ ଅନୁରୋଧ କରିବା ସହିତ ଜଳ, ବାୟୁ, ମାଟି ପ୍ରଦୂଷଣ ରୋକିବାକୁ ସମସ୍ତେ ସଚେତନ ହେବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ ସହିତ ନଡ଼ିଆ, ଆମ୍ବ, ଦେବଦାରୁ, ଅଶୋକ, ଅଁଳା ଆଦି ବିଭିନ୍ନ ପ୍ରକାରର ଚାରା ବଣ୍ଟନ କରାଯାଇଥିଲା। ବନ ମହୋତ୍ସବ ପାଳନ ଅବସରରେ ନିମାପଡ଼ା ପ୍ରେସ କ୍ଲବ ଏବଂ ଓଡ଼ିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲର ଏହି ପଦକ୍ଷେପକୁ ପରିବେଶ ସୁରକ୍ଷା ପାଇଁ ମିଳିତ ଭାବେ ଦାୟିତ୍ୱଗ୍ରହଣ କରିଥିବାରୁ ସମ୍ପାଦକ ବିରଞ୍ଜନ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *