ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ପ୍ରଜ୍ବଳନ
ବ୍ରହ୍ମପୁର,୨୧/୬ (ଦର୍ଶନ ସମୀକ୍ଷା ) ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ କାରଣରୁ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଅବସରରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବ୍ରହ୍ମପୁର କମାପଲ୍ଲୀ ଶିବ ମନ୍ଦିରରେ ଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରାଯାଇଛି।

କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ତତ୍ୱାବଧାନରେ ଦଳର ଯୁବ ନେତା ଓ ସମର୍ଥକ ମାନେ ଏକାଠି ହୋଇ ଦୀପ ଜାଳି ନବୀନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଏଥିରେ ବିଜୟ ଭାସ୍କର ସିଂ ସାମନ୍ତ,ରଞ୍ଜନ ପୋଲେଈ,ଅମିତ ଦାସ, ଜଗନ୍ନାଥ ସାବତ,ଚନ୍ଦ୍ରମୋହନ ସାହୁ, କିରଣ କୁମାର ସାହୁ, ମହେଶ ତ୍ରିପାଠୀ,ରୁପେଶ ପଣ୍ଡା,ଉମା ପଣ୍ଡା,କ୍ରିଷ୍ଣା ରେଡି, ଅରୁଣ ଗରୁଡ, ଶଙ୍କର ଗୌଡ଼, ଶରତ ନାୟକ, ସମୀର ନାୟକ, ବଳରାମ ମହାନ୍ତି, କାହ୍ନା ମହାନ୍ତି, କମଲ ଦାସ,ବାଦଲ ପାଢ଼ୀ, ସାଲୁ ଦାସ, ଖିରୋଦ ଦାସଙ୍କ ସମେତ ବହୁ ସମାଜସେବି ଓ ଯୁବ କର୍ମୀ ଉପସ୍ଥିତ ଥିଲେ l
Leave a Reply