ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ (1950-56), ୧୯୩୩ରେ ତରିକୁନ୍ଦ/ଅଣଖିଆ (ଜଗତସିଂହପୁର)ରେ ଆଶ୍ରମ କଲାବେଳେ ପତ୍ନୀ ମାଳତୀ ସେନ (ଚୌଧୁରୀ)ଙ୍କ ଅଳଙ୍କାର ବିକି ଚାଷୀ, କୃଷକଙ୍କ ସମସ୍ୟା କାଢ଼ିବା ପାଇଁ ସାପ୍ତାହିକୀ ‘ସାରଥୀ’ ପ୍ରକାଶ କରିଥିଲେ।
ସେତେବେଳେ ସେ ତରିକୁନ୍ଦରେ ‘ଓଡ଼ିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଙ୍ଘ’ ଗଢ଼ିଥିଲେ।
୧୯୩୭ରେ ପ୍ରଥମେ ତିର୍ତୋଲ-ଏରସମାରୁ ବିଧାୟକ ହେଲା ବେଳୁ ‘ସାରଥୀ’ ବନ୍ଦ ହୋଇଯାଇଥିଲା ଓ ସେ କଟକରୁ ‘କୃଷକ’ ସପ୍ତାହିକୀ କାଢୁଥିଲେ।
୧୯୫୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲାବେଳକୁ ତାଙ୍କ ହାତରେ ‘କୃଷକ’ ପତ୍ରିକା ନଥିଲା; ସୁରେନ୍ଦ୍ର ଦ୍ବିବେଦୀ, କିଶନ ପଟନାୟକଙ୍କ ଭଳି ସୋସାଲିଷ୍ଟମାନେ ‘କୃଷକ’ ଚଳାଉଥିଲେ!
ନବକୃଷ୍ଣ ଚୌଧୁରୀ (1950-56) ନିଜେ ମୁଖ୍ୟମନ୍ତ୍ରୀ ଥାଇ ତାଙ୍କ ପତ୍ରିକା `କୃଷକ’ ଛପାଇ ପାରିଲେ ନାହିଁ, ସ୍ତ୍ରୀ (ମାଳତୀ ଚୌଧୁରୀ)ଙ୍କ କାନଫୁଲ ବିକି ପ୍ରେସ ଖର୍ଚ୍ଚ ଭରଣା କଲେ!
NCERT Book
Life of 100 great personalities of Odisha
(*କିଛିଟା ତଥ୍ୟଗତ ସଂଶୋଧନ ଆବଶ୍ୟକ)
Leave a Reply