ଢେଙ୍କାନାଳ //ହିନ୍ଦୋଳ ଉପଖଣ୍ଡର ବରିଷ୍ଠ ତଥା ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ବିରଞ୍ଚି ନାରାୟଣ ପତିଙ୍କ(୮୦) ଆଜି ଭୁବନେଶ୍ୱରର ଆପୋଲୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସ୍ବର୍ଗତ ପତି ବରିଷ୍ଠ ଅଧ୍ୟାପକ ଭାବରେ ବିଭିନ୍ନ କଲେଜରେ ଚାକିରୀ ଜୀବନ ଆରମ୍ଭକରି ଅବସର ବେଳକୁ ସ୍ଥାନୀୟ ସାତମାଇଲସ୍ଥିତ ଜନତାମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ କାର୍ଯ୍ୟକରି ଅବସର ନେଇଥିଲେ।

Spread the love

ପରଲୋକରେ ହିନ୍ଦୋଳର ବିଶିଷ୍ଟ ଶିକ୍ଷାବିତ ବିରଞ୍ଚିନାରାୟଣ ପତି


ଖଜୁରିଆକଟା -ଢେଙ୍କାନାଳ:ଦର୍ଶନ ସମୀକ୍ଷା

ହିନ୍ଦୋଳ ଉପଖଣ୍ଡର ବରିଷ୍ଠ ତଥା ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ବିରଞ୍ଚି ନାରାୟଣ ପତିଙ୍କ(୮୦) ଆଜି ଭୁବନେଶ୍ୱରର ଆପୋଲୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସ୍ବର୍ଗତ ପତି ବରିଷ୍ଠ ଅଧ୍ୟାପକ ଭାବରେ ବିଭିନ୍ନ କଲେଜରେ ଚାକିରୀ ଜୀବନ ଆରମ୍ଭକରି ଅବସର ବେଳକୁ ସ୍ଥାନୀୟ ସାତମାଇଲସ୍ଥିତ ଜନତାମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ କାର୍ଯ୍ୟକରି ଅବସର ନେଇଥିଲେ। ସ୍ବର୍ଗତ ବିରଞ୍ଚି ବାବୁ ଜଣେ ପ୍ରସିଦ୍ଧ ଶିକ୍ଷାବିତ ସାଙ୍ଗକୁ ଏକାଧାରରେ ଛାତ୍ରବତ୍ସଳ, ମେଳାପୀ, ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ଏବଂ ବହୁ ଅନୁଷ୍ଠାନ ସହିତ ଜଡିତ ଥିଲେ।ସ୍ବର୍ଗତ ପତିଙ୍କ ବିୟୋଗରେ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ଗଭୀର ଶୋକବ୍ୟକ୍ତ କରିବାସହ ସ୍ବର୍ଗତ ବିରଞ୍ଚି ବାବୁ ହିନ୍ଦୋଳର ଗର୍ବଗୌରବ ଥିଲେ ବୋଲି କହିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ବିରଞ୍ଚି ବାବୁଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବାସହ ହିନ୍ଦୋଳ ଉପଖଣ୍ଡରେ ଶୋକର ଛାୟା ଖେଳିଯାଇଛି ଏବଂ ଅନ୍ତିମ ସମୟରେ ଧର୍ମପତ୍ନୀ,ଦୁଇ ପୁତ୍ର, ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହିଥିଲେ ଓ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପର୍ଣ୍ଣ କରାଯାଇଛି

Leave a Reply

Your email address will not be published. Required fields are marked *