ଢେଙ୍କାନାଳ ଜିଲ୍ଲା ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆଜି ଗଁଦିଆ ବ୍ଲକ ସଭାଗୃହ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି

Spread the love

ଗଁଦିଆ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଢେଙ୍କାନାଳ /ଗଁଦିଆ :=(ଦର୍ଶନ ସମୀକ୍ଷା)
ଢେଙ୍କାନାଳ ଜିଲ୍ଲା ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆଜି ଗଁଦିଆ ବ୍ଲକ ସଭାଗୃହ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଗଁଦିଆ ବ୍ଲକର ୨୯ଟି ପଞ୍ଚାୟତରୁ ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସାର୍ଟିଫିକେଟ ପାଇଁ ଆବେଦନ କରାଯାଇଥିଲା। ଶତାଧିକ ଭିନ୍ନକ୍ଷମ ମାନେ ଆସି ଏହି ଶିବିରରେ ଯୋଗଦେଇଥିଲେ। ଏହି ଶିବିରରେ ମୋଟ 418ଜଣ ହିତାଧିକାରୀ ସେମାନଙ୍କ ର ନାମ ପାଞ୍ଜି କାରଣ କରିଥିଲେ।ସେଥିମଧ୍ଯ ରୁ ମାନସିକ ଅନଗ୍ରସର ବିଭାଗରେ 66ଜଣ ,ଅସ୍ଥି ଶଲ୍ୟ ବିଭାଗର 92ଜଣ ,ଦ୍ରୁଷ୍ଟି ଶକ୍ତି ବିଭାଗର 71ଜଣ ,ଶ୍ରବଣ ବିଭାଗର 44ଜଣ, ମେଡିସିନ ବିଭାଗର 42ଜଣ ଅଶେଷମେଣ୍ଟ କରାଯାଇଛି ।ଏହି ଶିବିରରେ ସମସ୍ତ ବିଭାଗର ଚିକିତ୍ସକମାନେ ଯୋଗଦାନ କରିବା ସହ ଭିନ୍ନକ୍ଷମ ମାନଙ୍କୁ ପରିକ୍ଷା ନୀରିକ୍ଷା କରିଥିଲେ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବ୍ଲକ ପ୍ରତିନିଧି ତଥା ପୋରୁହଖୋଜ ସରପଞ୍ଚ ରତିକାନ୍ତ ସାହୁ , ବ୍ଲକ ଅଧ୍ୟକ୍ଷା ରିନାରାଣୀ ଖଟୁଆ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏସ. ନୈବେଦ୍ୟ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ କୁମାର ସ୍ୱାଇଁ ,ଏ ଡି ଓ ଦୀପକ ନାୟକ, ଡି ପି ଏ.ଦିବ୍ୟରଞ୍ଜନ ମହାନ୍ତି ଓକୋଡିନେଟର ଶୁଭଶିଷ ମହାପାତ୍ର,ଗୋଷ୍ଟି ସାମାଜିକ ଅଧିକାରୀ ସମ୍ବିତୀ ସାମଲ ,. ବୀ ପି ଏ ଲୀନା ରାଣୀ ସ୍ଵାଇଁ ଓ ସମସ୍ତ ବ୍ଲକ୍ କର୍ମଚାରୀଙ୍କ ଉପସ୍ଥିତ ରେ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଆସିଥିବା ସମସ୍ତ ଦିବ୍ୟାଙ୍ଗ, ବିକଳାଙ୍ଗ,ବୟସ୍କ ବ୍ୟକ୍ତି ବିଶେଷ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ସହିତ ପାନୀୟ ଜଳ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *