ସରକାରୀ ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ
ଢେଙ୍କାନାଳ,୨୭ା୮: ଦର୍ଶନ ସମୀକ୍ଷା
ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସରକାରୀ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଢେଙ୍କାନାଳ ସହରର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ତାଇକୋଣ୍ଡୋ କ୍ରୀଡ଼ା ବିଦ୍ୟାଳୟ ସମୂହରେ ସାମିଲ ହୋଇ ବହୁ ପ୍ରସିଦ୍ଧି ଲାଭ କରିବା ସହ ଗତ ବର୍ଷ ୪ଟି ପଦକ ହାସଲ କରିଥିବାରୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଇକୋଣ୍ଡୋର ଉନ୍ନତି ନିମନ୍ତେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ଉଦ୍ୟମ ଓ ଉତ୍ସାହକୁ ପ୍ରସଂଶା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଏହି କ୍ରୀଡ଼ାର ଆହୁରି ପ୍ରସାରପ୍ରଚାର ପାଇଁ ମତ ପ୍ରଦାନ କରିଥିଲେ । ଓ ଆମେଚର ତାଇକୋଣ୍ଡୋ ସଂଘର ସମ୍ପାଦକ ତଥା ଜାତୀୟସ୍ତରର କୋଚ୍ ୪ର୍ଥ ଡ଼ାନ୍ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଯୋଗଦାନ କରି ମୂଖ୍ୟ ରେଫେରିର ଦାୟିତ୍ୱ ବହନ କରିବା ସହ ବିଦ୍ୟାଳୟରେ ତାଇକୋଣ୍ଡୋକୁ କିଭଳି ଆହୁରି ଅଧିକା ଗୁରୁତ୍ୱ ଦିଆଯିବ ସେ ନେଇ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଶିକ୍ଷା ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି । ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସାରା ରାଜ୍ୟରେ ପ୍ରଥମେ ୨୦୧୨ ମସିହାରୁ ଏହି ଖେଳ ବିଦ୍ୟାଳୟ ସ୍ତରରେ ପ୍ରଦର୍ଶନ ଭାବରେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କ ପକ୍ଷରୁ ହୋଇଆସୁଥିବା ବେଳେ ଗତ ୪ ବର୍ଷ ହେଲା କେବଳ ଢେଙ୍କାନାଳ ଜିଲ୍ଲାରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇ ବହୁ ପ୍ରତିଭାବାନ ଖେଳାଳି ମାନଙ୍କୁ ଉତ୍ସାହିତ କରାଯାଉଅଛି ଏହି ସଫଳତା ପାଇବା ପରେ ଢେଙ୍କାନାଳ ଜିଲ୍ଲାର ବହୁ ଯୋଗଦାନ ରହିଥିବାରୁ ସମସ୍ତେ ଏହି ପ୍ରୟାସ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ୧୪ ବର୍ଷ ଓ ୧୭ ବର୍ଷ ବିଭାଗରେ ବାକିକା ୧୩ ଜଣ ଓ ବାଳକ ୧୨ ଜଣ ସମୁଦାୟ ୨୫ଜଣ ପ୍ରତିଯୋଗୀ ବ୍ଲକରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ କୃତି ତଥା ଉକôୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ, ଏହି ଚୟନ ପ୍ରକ୍ରିୟାରେ ରେଫରୀ ଭାବରେ ସୁଚିସ୍ମିତା ବେହେରା, ଲୋପାମୁଦ୍ର ସାହୁ, ରାଜେନ୍ଦ୍ର ବେହେରା, ଇନ୍ଦ୍ରଜିତ ସାହୁ, ପ୍ରତାପ ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ । ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ସଂଘର ସହ ସମ୍ପାଦକ ସୁବ୍ରତ କୁମାର ମିଶ୍ର, କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ସୁଚାର ରୂପେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ଏହି ପ୍ରତିଯୋଗିତା ବି.ବି. ହାଇ ସ୍କୁଲରେ କରିଥିବାରୁ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେବା ସହ ଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ।
ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତାରେ ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ର ୮ ଖେଳାଳୀ
ଢେଙ୍କାନାଳ,୨୭ା୮: ଚେନ୍ନାଇ, ତାମିଲନାଡୁର ଜବହାର ଲାଲ୍ ନେହେରୁ ଇନେ୍ଦାର ଷ୍ଟାଡ଼ିୟମ ଠାରେ ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ ପ୍ରତିଯୋଗିତା ଚାଳିତ ମାସ ୨୭ ରୁ ୩୧ ପର୍ଯନ୍ତ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟ୍ରେ ଭାଗ ନେବା ପାଇଁ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ର ବାଳକ ବିଭାଗରେ ୨ଜଣ ବିହାନ ଜେନା, ଭବାନୀ ପ୍ରସାଦ ଭଞ୍ଜ ଏବଂ ବାଳିକା ବଭାଗରେରେ ୬ଜଣ ଅଙ୍କିତା ପ୍ରିୟଦର୍ଶିନୀ ଭଞ୍ଜ, ଅନୁଶୟା ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ଶ୍ରୀତ୍ରିସ୍ନା ସାହୁ, ବିଷ୍ଣୁପ୍ରିୟା ଭୋଳ, ରିତିଶା ମହାପାତ୍ର ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଭାଗ ନେବେ । ଏହିମାନେ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇ ଚୟନ ହୋଇଛନ୍ତି । ଉକ୍ତ ପ୍ରତଯୋଗିତାରେରେ ଭାଗ ନେବା ପାଇଁ ସମ୍ପୂର୍ଣ ଖର୍ଚ୍ଚ କ୍ରୀଡ଼ା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ବହନ କରାଯାଇଛି । ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି, ତେଣୁ ପ୍ରତିଥର ପରି ଏଥର ମଧ୍ୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ । ଏହି ଖେଳାଳୀ ମାନେ ମଙ୍ଗଳବାର ଦିନ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ର ସଭାପତି ଶଶିକାନ୍ତ ଗଡନାୟକ, ଉପ ସଭାପତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କୀର୍ତି ରାଣୀ ସାହୁ, ଯୁଗ୍ମ ସମ୍ପାଦକ ବାପି ସାମଲ, କୋଷାଧ୍ୟକ୍ଷ ଅରବିନ୍ଦ ବେହେରା, ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
Leave a Reply