ଢେଙ୍କାନାଳସ୍ଥିତ ବିନୋଦ ଭବନ ଠାରେ ୬ଷ୍ଠ ଅଧିଷ୍ଠାନ ଦିବସ ଖୁବ ଆନନ୍ଦର ସହିତ ପାଳନ କରାଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡଃ. ମୃନାଲ ଚାଟାର୍ଜୀ, ସମ୍ମାନିତ ଅତିଥି ଡିଆରଆର ଡଃ ସତ୍ୟବ୍ରତ କର, ରୋଟାରୀଆନ ସଭାନେତ୍ରୀ ସାଗରୀକା ମିଶ୍ର ଏବଂ ସଭାପତି ରାଜକିଶୋର ବେହେରା ଯୋଗଦାନ ଦେଇଥିଲେ

Spread the love


ଢେଙ୍କାନାଳ,୨୬୮: =(ଦର୍ଶନ ସମୀକ୍ଷା) ଢେଙ୍କାନାଳସ୍ଥିତ ବିନୋଦ ଭବନ ଠାରେ ୬ଷ୍ଠ ଅଧିଷ୍ଠାନ ଦିବସ ଖୁବ ଆନନ୍ଦର ସହିତ ପାଳନ କରାଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡଃ. ମୃନାଲ ଚାଟାର୍ଜୀ, ସମ୍ମାନିତ ଅତିଥି ଡିଆରଆର ଡଃ ସତ୍ୟବ୍ରତ କର, ରୋଟାରୀଆନ ସଭାନେତ୍ରୀ ସାଗରୀକା ମିଶ୍ର ଏବଂ ସଭାପତି ରାଜକିଶୋର ବେହେରା ଯୋଗଦାନ ଦେଇଥିଲେ । ସର୍ବ ପ୍ରଥମେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ଜାତୀୟ ସଂଗୀତର ଗାନ ସହ ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା । ରୋଟାରି ଫାଉଣ୍ଡର ପାଉଲ ପି. ହାରୀଶଙ୍କ ଫୋଟୋ ସମୁଖରେ ପ୍ରଦୀପ ପ୍ରଜ୍ୱଳନ କରିଯାଇଥିଲା । ପୂର୍ବତନ କ୍ଲବ ସଭାପତି ରୋଟ୍ରାକ୍ଟର ଆଇପିପି ଅମିଶା ନାୟକଙ୍କ ଦ୍ୱାରା ସ୍ୱାଗତ ଭାଷଣ ଏବଂ କାଦମ୍ବରୀ ମହାକୁଡ଼ଙ୍କ ଦ୍ୱାରା ୨୦୨୪ – ୨୦୨୫ ର ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ନୂତନ ମେମ୍ବରଙ୍କର ପରିଚୟ କରାଇବା ସହ ସେମାନଙ୍କୁ ଲାପେଲ ପିନ, ଜଏନିଙ୍ଗ କୀଟ ଆଦି ଦିଆଯାଇଥିଲା । ଏତଦ୍ବ୍ୟତୀତ ରୋଟ୍ରାକ୍ଟ କ୍ଲବର ନୂତନ ସଭାପତି ସୌମ୍ୟବ୍ରତ ସାହୂ ଓ ସୁଶ୍ରୀ ପ୍ରଜ୍ଞା ବଳଙ୍କର ପରିଚୟ ପତ୍ର ପଢ଼ାଯିବା ପରେ ରୋଟ୍ରାକ୍ଟର ଅନ୍ୟ ବୋର୍ଡÿ ମେମ୍ବର ମିଳିତ ଭାବେ ଡିଆର୍ଆର୍ ଡଃ ସତ୍ୟବ୍ରତ କରଙ୍କ ଦ୍ୱାରା ଶପଥ ଗ୍ରହଣ କରାଯାଇ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ସମ୍ପାଦକ ପ୍ରେମଜିତଙ୍କ ଦ୍ୱାରା ରୋଟ୍ରାକ୍ଟ ମାଗାଜିନ୍ ଉଦ୍ଘାଟନ କରାଯାଇଥିଲା । ଏତଦ ବ୍ୟତୀତ ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜନ କରିଥିବା ୫ ଜଣ ଅତିଥିଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଏହା ପରେ ଉପସ୍ଥିତି ସଂଖ୍ୟାନ କ୍ଲବର ସୁରକ୍ଷା ଅଧିକାରୀ ଇନ୍ଦ୍ରଜିତ ସାହୁ ବ୍ୟାଖ୍ୟା କରିଥିଲେ ଏବଂ ଅଧିଷ୍ଠାନ ଦିବସର ଅଧ୍ୟକ୍ଷ ଅବିନାଶ ସାହୁ ସଭା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନଙ୍କୁ ହାଇ-ଟି ପ୍ରଦାନ କରିବା ପରେ କିଛି ଗ୍ରୁପ ଫୋଟୋ ସେଶନ ହୋଇସାରି କାର୍ଯ୍ୟକ୍ରମ ଟି ସମାପ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *