ଜ୍ୟୋତିରଂଜନ ହତ୍ୟାକାଣ୍ଡ : ୩ ଅଭିଯୁକ୍ତ କୋର୍ଟ ଚାଲାଣ
ଗରଦପୁର,୯/୫( ଦର୍ଶନ ସମୀକ୍ଷା ) – ହରିଦାସପୁର ଗ୍ରାମର ଜ୍ୟୋତିରଂଜନ ପରିଡ଼ା (୨୦) ମହୋତ୍ସବରୁ ଫେରୁଥିବାବେଳେ ଦୁର୍ବୃତମାନେ ହତ୍ୟା କରିଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ ଅଂଚଳର ଲୋକଙ୍କୁ ମର୍ମାହତ କରିଛି । ପାଟକୁରା ପୋଲିସ ଏହି ମାମଲାରୁ ତ୍ୱରାନ୍ୱୀତ କରିଛି । ହତ୍ୟା କାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ଆଜି ପାଟକୁରା ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ତାଳସଙ୍ଗା ଗ୍ରାମର ଲତା ବେହେରା (୪୪), ଦୂର୍ଯେ୍ୟାଧନ ବେହେରା (୨୬) ଓ ଜ୍ଞାନ ରଂଜନ ଲେଙ୍କା (୨୩) । ପ୍ରକାଶ ଯେ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇ ଯାଉଥିବାବେଳେ ପାଟକୁରା ଥାନା ପୋଲିସ ଚଢ଼ାଉ କରି ହତ୍ୟାକାଣ୍ଡର ୨ ଘଂଟା ମଧ୍ୟରେ ୫ ଜଣଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ପାଟକୁରା ଥାନାରେ ୭୧/୨୫ ରେ ହତ୍ୟା ମାମଲା ରୁଜୁ କରାଯାଇ ଥାନା ଅଧିକାରୀ ମହମ୍ମଦ ଜାମସେଦ ଘଟଣାର ତଦନ୍ତ ଭାର ନେଇଛନ୍ତି ।
ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଆସି ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ୩ ଗୋଟି ଟିମ ଗଠନ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ । ପାଟକୁରା ପୋଲିସ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲା ସହିତ ଅନ୍ୟ ଜିଲାର କେତେକ ସ୍ଥାନରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରଖିଛି ।
ଗରଦପୁର //ହରିଦାସପୁର ଗ୍ରାମର ଜ୍ୟୋତିରଂଜନ ପରିଡ଼ା (୨୦) ମହୋତ୍ସବରୁ ଫେରୁଥିବାବେଳେ ଦୁର୍ବୃତମାନେ ହତ୍ୟା କରିଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ ଅଂଚଳର ଲୋକଙ୍କୁ ମର୍ମାହତ କରିଛି. କିନ୍ତୁ ପୋଲିସ ତୁରନ୍ତ ତିନିଜଣକୁ ଗିରଫ କରିଛି

Leave a Reply