ଗଜପତି //ବିଶିଷ୍ଟ ସାହିତ୍ୟିକ, ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ ପାରଳାଖେମୁଣ୍ଡି,ଶତାଧିକ ମହିଳା ଏକତ୍ରିତ ହୋଇ ରାଜରାସ୍ତାକୁ ଆସି ମଦ ବିରୋଧୀ ଆନ୍ଦୋଳନ କରିବା ସହ ମୋହନା ଥାନାରେ ଲିଖିତ ଅଭିଯୋଗକଲେ ଓ ଗଜପତି ଜିଲ୍ଲାରେ ପୋଲିସ ଶହୀଦ ସ୍ମୃତି ଦିବସକୁ ପାଳନ କରଯାଇଛି

Spread the love

ବିଶିଷ୍ଟ ସାହିତ୍ୟିକ, ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ ପାରଳାଖେମୁଣ୍ଡି, 21/10(ତାରିଣୀ ପ୍ରସାଦ ପଣ୍ଡା ): (ଦର୍ଶନ ସମୀକ୍ଷା)

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ସୁନାମଧନ୍ୟ ବ୍ୟକ୍ତିତ୍ବ ଓଡିଶାର ବିଶିଷ୍ଟ ସମବାୟବିତ, ସାହିତ୍ୟିକ, ଗାଵଷେକ, ସମାଜସେବୀ, ଐତିହାସିକ ତଥା ସାରସ୍ୱତ ସଂଗଠକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡିଶାର ଓଡ଼ିଶାର ରାଜ୍ୟପାଳ ଡ଼ଃ ହରିବାବୁ କମ୍ବମପାଟିଙ୍କ ଦ୍ୱାରା କଟକ ସାରଳା ଭବନରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଛି. ଉକ୍ତ ସାରସ୍ୱତ ଅନୁଷ୍ଠାନର ଅଧକ୍ଷ ଡ଼ଃ ପ୍ରଭାକର ସ୍ୱାଇଁ ଅଧକ୍ଷତାରେ ଅନୁଷ୍ଠିତ ସମାବେଶରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେଵ ସାହୁ, ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଫେସର ଖାରବେଳ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ. ଉତ୍ସବରେ ଉପସ୍ଥିତ ପ୍ରଫେସର ବିଜୟାନନ୍ଦ ସିଂ, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ଶିକ୍ଷାବିତ ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ସାହିତ୍ୟିକ ଓ ସମାଜସେବୀମାନେ ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି.
ଗଜପତିରେ ବେଆଇନ ରନ୍ଧାମଦକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଆସିବା ପରେ ଚେଇଁ ଉଠିଲା ପୋଲିସ ଓ ଅବକାରୀ ବିଭାଗ
ପାରଳାଖେମୁଣ୍ଡି, 21/11(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବାଦପୁର ଗ୍ରାମରେ କିଛି ଅସାଧୁ ଲୋକ ଦୀର୍ଘ ବର୍ଷ ଧରି ବେଆଇନ ଦେଶୀ ରନ୍ଧାମଦ ବିକ୍ରି କରି ଆସୁଛନ୍ତି. ଯାହା ଫଳରେ ଅନେକ ନିରୀହ ଲୋକ ମୃତ୍ୟୁବରଣ କରୁଛନ୍ତି. ଏହାକୁ ବିରୋଧ କରି ବାଦପୁର ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ରାଜରାସ୍ତାକୁ ଆସି ମଦ ବିରୋଧୀ ଆନ୍ଦୋଳନ କରିବା ସହ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଦେଶୀ ମଦ ବେଆଇନ ବିକ୍ରି ବନ୍ଦ ନ କଲେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ମହିଳାମାନେ ଗତ 2 ଦିନ ତଳେ ଚେତାବନୀ ଦେଇଥିଲେ. ମହିଳାମାନଙ୍କ ଏହି ଚେତାବନୀ ପରେ ଗତ ଦୀର୍ଘ ବର୍ଷ ଧରି କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରି ନ ଥିବା ପୋଲିସ ଓ ଅବକାରୀ ବିଭାଗ ଚେଇଁ ଉଠିବା ସହ ଦେଶୀ ମଦ ରନ୍ଧା ଓ ବିକ୍ରି ବିରୁଦ୍ଧରେ ବଡ଼ ଧରଣର ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ରନ୍ଧା ଓ ପୋଚ ଜବତ କରିଥିବା ସୂଚନା ମିଳିଛି.
ଗଜପତି ଜିଲ୍ଲା ମୋହନା ଥାନା ବାଦପୂର୍ ଗାଁରେ ପୋଲିସ୍ ଓ ଅବକାରୀ ଟିମ୍ ର ବଡ ଧାରଣାର ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିବା ସହ ପୋଚ ନଷ୍ଟ କରାଯାଇଛି l ଗାଁର କିଛି ବର୍ଷ ହେଲା ବେଆଇନ୍ ମଦ ରନ୍ଧା ଓ ବିକ୍ରୀ ଚାଲିଥିଲା l ମଦ ପିଇ ପରିବାରରେ ଅଶାନ୍ତି ସହ କିଛି ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ବାଦପୁରଗାଁର ମହିଳାମାନେ ବିରୋଧ କରି ଥାନାରେ ଅଭିଯୋଗ କରିଥଲେ ଳ ଏହାକୁ ଭିତ୍ତି କରି ଗତକାଲି ଉଭୟ ପୋଲିସ ଓ ଅବକାରୀ ଟିମ ଜଙ୍ଗଲ ଓ ଘର ପଛ ପଟେ ଚଢାଉ କରି ଚୁଲ୍ଲି ଭାଙ୍ଗିବା ସହ ଦେଶୀ ରନ୍ଧାମଦ ଓ ପୋଚ ଜବତ କରି ସେଗୁଡିକୁ ସମ୍ପୂର୍ଣ ଭାବେ ନଷ୍ଟ କରିଥିବା ସୂଚନା ମିଳିଛି. ଏହି ଘଟଣାରେ ଖବର ଲେଖିବା ସୁଦ୍ଧା କେହି ଗିରଫ ହୋଇ ନାହାନ୍ତି. ଏହି ଚଢ଼ାଉ ଓ ଅନୁଧ୍ୟାନ ଜାରି ରହିଥିବାରୁ ପୋଲିସ ଓ ଅବକାରୀ ତରଫରୁ ଗିରଫ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ.
ଗଜପତିରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ପାରଳାଖେମୁଣ୍ଡି, 21/10(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୋଲିସ ଶହୀଦ ସ୍ମୃତି ଦିବସକୁ ପାଳନ କରଯାଇଛି. ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର କୁମାର ପଣ୍ଡା ଶହୀଦ ହୋଇଥିବା ବିଭିନ୍ନ ପୋଲିସ କର୍ମଚାରୀଙ୍କ ସ୍ମୁତିଚାରଣ କରିଥିଲେ. ଶହୀଦ ହୋଇଥିବା କର୍ତ୍ତବ୍ୟରତ ପୋଲିସ କର୍ମଚାରୀମାନଙ୍କୁ ସଂମ୍ମାନ ଦିଆଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା. ପରିଶେଷରେ ସମସ୍ତ ପୋଲିସ କର୍ମଚାରୀମାନେ ଶହୀଦ ହୋଇଥିବା ପୋଲିସମାନଙ୍କୁ ସମ୍ମାନର ସହ ସାଲୁଟ ପ୍ରଦାନ କରିଥିଲେ.
[L ଉତ୍କଳ ବାଳାଶ୍ରମର ଶିଶୁଙ୍କ ସହ ଦୀପାବଳି ପାଳିଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି, 21/10(ତାରିଣୀ ପ୍ରସାଦ ପଣ୍ଡା): ଆଲୋକର ପର୍ବ ଦୀପାବଳି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିଶୁଙ୍କ ମେଳରେ ଦୀପାବଳି ପାଳନ କରିଛନ୍ତି ।
ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କ ଭଲମନ୍ଦ ବୁଝିବା ସହ ଅନୁଷ୍ଠାନର ବିଭିନ୍ନ କକ୍ଷ ପରିଦର୍ଶନ କରି ତଦାରଖ କରିଥିଲେ । ଉକ୍ତ ଆଶ୍ରମରେ ୫୦ ଜଣ ଝିଅ ରହୁଥିବା ବେଳେ ୨୬ ଜଣ ପୁଅ ରହୁଛନ୍ତି ।
ପରେ ଶିଶୁମାନଙ୍କ ଗହଣରେ ରହି ସେମାନଙ୍କ ନାଚ ଗୀତ ଦେଖିଥିଲେ ଏବଂ ମିଷ୍ଠାନ ଖୁଆଇ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପିଲାଙ୍କ ମେଳରେ ମିଶି ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ.
ସର୍ଟ ସର୍କିଟ ଯୋଗୁଁ ଗଜପତିରେ ଜଳିଗଲା ଜଗନ୍ନାଥ କାଜୁ ଇଣ୍ଡ୍ରଷ୍ଟି, 2 କୋଟିରୁ ଉର୍ଦ୍ଧ ସମ୍ପତ୍ତି କ୍ଷତି…..
20 ଘଣ୍ଟା ବିତିଲା ତଥାପି ଜଳୁଛି ନିଆଁ
ପାରଳାଖେମୁଣ୍ଡି, 21/10(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତରେ ଥିବା ଜଗନ୍ନାଥ କାଜୁ ଇଣ୍ଡ୍ରଷ୍ଟିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି. ଏଥିରେ 2 କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ପ୍ରାଥମିକ ଆକଳନରୁ କୁହାଯାଇଛି. ବର୍ତ୍ତମାନ ଖବର ଲେଖିବା ସମୟ ସୁଦ୍ଧା 20 ଘଣ୍ଟାରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ. ଘଟଣାରୁ ପ୍ରକାଶ, ଗତକାଲି ଦୀପାବଳି ପାଇଁ ଜଗନ୍ନାଥ ଇଣ୍ଡଷ୍ଟ୍ରିର ସମସ୍ତ କର୍ମଚାରୀ ଓ ମାଲିକ ସମସ୍ତ କାମ ସାରି ଇଣ୍ଡଷ୍ଟ୍ରିକୁ ବନ୍ଦ କରି ସନ୍ଧ୍ୟା ପୂର୍ବରୁ ନିଜ ନିଜ ଘରକୁ ଫେରି ଯାଇଥିଲେ. ଗତକାଲି ରାତ୍ର ଠିକ 9 ଟା ବେଳେ ଏହି ଇଣ୍ଡଷ୍ଟ୍ରିରେ ହୁତହୁତ ହୋଇ ନିଆଁ ଲାଗିଥିବା ଦେଖି ମାଲିକ ବିଭି ଜଗନ୍ନାଥ ରାଓଙ୍କୁ ନିକଟସ୍ଥ ଗ୍ରାମବାସୀମାନେ ଖବର ଦେଇଥିଲେ. ସମ୍ପୃକ୍ତ ମାଲିକ ଆନ୍ଧ୍ର ପଲାସା ଗ୍ରାମର ହୋଇଥିଲେ ବି ଗଜପତିର ଲାବଣ୍ୟଗଡ଼ ଠାରେ ଇଣ୍ଡଷ୍ଟ୍ରି କରିଥିଲେ. ଲୋକଙ୍କ ଠାରୁ ଖବର ପାଇବା ପରେ ଇଣ୍ଡଷ୍ଟ୍ରି ଠାରୁ ମାତ୍ର 15 କିମି ଦୂରରେ ରହୁଥିବା ମାଲିକ ଜଗନ୍ନାଥ ରାଓ ରାତ୍ର 9:30 ସୁଦ୍ଧା ଆସି ପହଞ୍ଚି ଗାରାବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ. ପରେ ଇଣ୍ଡଷ୍ଟ୍ରିର ଫାଟକକୁ ତରବରିଆ ଭାବେ ମାଲିକ ଜଗନ୍ନାଥ ଖୋଲିବା ଯୋଗୁଁ ଅଗ୍ନିର ପ୍ରଖର ତାପରେ ଅଚେତ ହୋଇ ତଳେ ପଡି ଯାଇଥିଲେ. ଡାକ୍ତରଙ୍କ ପରାମଶ ଯୋଗେ ତାଙ୍କ ପରିବାରବର୍ଗ ଆନ୍ଧ୍ର, ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଜରୁରୀ ଚିକିତ୍ସା ଯୋଗାଇବା ଯୋଗୁଁ ସେ ବିପଦମୁକ୍ତ ଥିବା ଜଣାଯାଇଛି. ଅପରପକ୍ଷରେ ନିଆଁ ଜଳୁଥିବା ଇଣ୍ଡଷ୍ଟ୍ରି ଠାରେ ଗତରାତ୍ର ଠାରୁ ଗାରାବନ୍ଧ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି. ତଥାପି ବର୍ତ୍ତମାନ ଖବର ଲେଖିବା ସୁଦ୍ଧା 20 ରୁ ଉର୍ଦ୍ଧ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରେନାହିଁ. କୁହାଯାଉଛି ଯେ ଏହି କାଜୁ ଇଣ୍ଡଷ୍ଟ୍ରିରେ ଗଛିତ ଥିବା ଚୋପା ବାହାରି ନ ଥିବା କାଜୁରେ ନିଆଁ ଲାଗିବା ଦ୍ୱାରା ସେଥିରୁ ତେଲ ବାହାରିବା ଯୋଗୁଁ ନିଆଁର ପ୍ରଖରତା ବଢିବା ସହ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ. ତଥାପି ନିଆଁକୁ ଆୟତ୍ତ ପାଇଁ ବହୁ ପ୍ରୟାସ ଜାରି ରହିଛି. ହୁତହୁତ ହୋଇ ଜଳୁଥିବା ଇଣ୍ଡଷ୍ଟ୍ରି ଠାରେ ମାଲିକଙ୍କ ସମ୍ପର୍କୟ ଓ କର୍ମଚାରୀମାନେ ମଧ୍ୟ ପହଞ୍ଚି ନିଆଁ ଲିଭାଇବାରେ ଲାଗି ପଡିଛନ୍ତି. ପ୍ରାଥମିକ ଭାବେ 2 କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଥିବା କୁହାଯାଉଛି. ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ଘଟିଥିବା ସମସ୍ତେ ସନ୍ଦେହ କରୁଛନ୍ତି.

Leave a Reply

Your email address will not be published. Required fields are marked *