ଖାଲି ପେଟରେ ତୁଳସୀ ପତ୍ର ଖାଇଲେ କ’ଣ ଉପକାର……!
ଆୟୁର୍ବେଦରେ ତୁଳସୀ ପତ୍ରକୁ ଜଡ଼ି-ବୁଟିର ରାଣୀ ବୋଲି କୁହାଯାଇଥାଏ। ପୁରାତନ କାଳରୁ ହିଁ ଏହାକୁ ଘରୋଇ ମହୌଷଧି ଭାବେ ଆମେ ବ୍ୟବହାର କରିଆସୁଛେ। କାଶ ହେଉ କି ଛିଙ୍କ ତୁଳସୀ ପତ୍ରକୁ ବାଟି ତା’ର ରସ ପିଇଲେ ଅଥବା ଏହି ପତ୍ରରୁ କିଛି ଚୋବାଇ ଖାଇଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି। ତେବେ କେବଳ ଏତିକି କାରଣ ନୁହେଁ, ଆୟୁର୍ବେଦରେ ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ଆଉ କ’ଣ କ’ଣ ଉପକାର ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ… ତୁଳସୀରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଭରି ରହିଥିବାରୁ, ଏହି ପତ୍ରରୁ ୪/୫ଟି ଲଗାତର୍ ୧୦ ଦିନ ସକାଳୁ ଖାଲି ପେଟରେ ଖାଇଲେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ।
ଫଳରେ ଥଣ୍ଡା, କାଶ, ଛିଙ୍କ ତଥା ଭାଇରାଲ୍ ଇନ୍ଫେକ୍ସନ୍ରୁ ଅନେକାଂଶରେ ମୁକ୍ତି ମିଳିଥାଏ। ତା’ଛଡ଼ା ଏଥିରେ କିଛି ଏନ୍ଜାଇମ୍ ତତ୍ତ୍ୱ ଥିବାରୁ, ଏହା ଶରୀରର ପାଚନ କ୍ରିୟାକୁ ବି ତ୍ୱରାନ୍ବିତ କରିଥାଏ, ଯଦ୍ଦ୍ବାରା ଗ୍ୟାସ, ବଦହଜମୀ, କୋଷ୍ଠକାଠିନ୍ୟର ସମସ୍ୟାରୁ ବି ଆରାମ ମିଳେ। ଏହାଛଡ଼ା ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ବ୍ଲଡ୍ ଶୁଗାର, ବ୍ଲଡ୍ ପ୍ରେଶର, କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିବା ସହ ଏହା ଆମର ମସ୍ତିଷ୍କକୁ ଶାନ୍ତ ରଖିବା ଏବଂ ଆମକୁ ଚିନ୍ତା ମୁକ୍ତ କରିବାରେ ବି ସାହାଯ୍ୟ କରିଥାଏ।
Leave a Reply