ଖଲ୍ଲିକୋଟ ରେ ମଣ୍ଡଳ ସ୍ତରୀୟ ସାମୁହିକ କ୍ରୀଡା ଉଦଘାଟିତ |
ଖଲ୍ଲିକୋଟ : 11/9 ଦର୍ଶନ ସମୀକ୍ଷା
ଗୁରୁବାର ଦିନ ଖଲ୍ଲିକୋଟ ସ୍ଥିତ ଶ୍ରୀମର୍ଦରାଜ ହାଇ ସ୍କୁଲ ପରିସରରେ ବ୍ଲକ ର 14 ବର୍ଷ ଓ 16ବର୍ଷ ର କମ ବୟସ ବାଳକ ବାଳିକା ଙ୍କ ନେଇ ଏକ ମଣ୍ଡଳ ସ୍ତରୀୟ ସମୂହ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଖଲ୍ଲିକୋଟ ବ୍ଲକ ସମୂହ କ୍ରୀଡା ସଂଗଠନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ କ୍ରୀଡା ର ବିକାଶ ଘଟିଲେ ପ୍ରତିଭା ର ବିକାଶ ଘଟିବା ସହ ଏଵେ ବି କୋମଲ ମାତି ପିଲାଙ୍କ ମଧ୍ୟସରେ ତେନ୍ଦୁଲକର ଓ ପି ଟି ଉଷା ଭଳି ପ୍ରତିଭା ଲୁଚି ରହିଥିବା ପ୍ରକାଶ କରିଥିଲେ |, ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଡ଼ଃ ସନ୍ତୋଷ କୁମାର ଷଢଙ୍ଗୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ, ଜିଲ୍ଲା କ୍ରୀଡା ପର୍ଯ୍ୟବେକ୍ଷକ ସାନନ୍ଦ ନାୟକ ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁ ଏ ବି ଇ ଓ ରବୀନ୍ଦ୍ର ସେଠୀ ଆର ସି ଏମ କଲେଜ ଅଧ୍ୟାପକ ଟି ଶିବାନବ୍ଦ ଶର୍ମା ଖଲ୍ଲିକୋଟ ବ୍ଲକ କ୍ରୀଡା ସଂଗଠନ ସମ୍ପାଦକ ପୀତବାସ ମହାପାତ୍ର ଏସ ଏମ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀମତୀ ଗୋମତୀ ପ୍ରଧାନ ଓ ସି ଆର ସି ସି ଡ଼ଃ ଦ୍ୱାରିକାନାଥ ମହାରଣା ସମେତ 12 ଜଣ ଖେଳ ଶିକ୍ଷକ ଯୋଗ ଦେଇ କ୍ରୀଡା ପରିଚାଳନା କରିଥିବା ବେଳେ ଖଲ୍ଲିକୋଟ ବ୍ଲକ ର ଖଲ୍ଲିକୋଟ, କଞ୍ଚଣା, ଖୋଜାପାଲି, କହେଁଇପୁର ଚାରି ଗୋଟି ଜୋନ ର 221 ଗୋଟି ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରାୟ 323 ଜନ ଛତ୍ର ଛାତ୍ରୀ ଯୋଗ ଦେଇ କବାଡି ଓ ଖୋକ ଖେଳ ଅନୁଷ୍ଠିତ ହୋଇ ଥିଲା ଆଗାମୀ 13 ତାରିଖ ରେ ବିଭିନ୍ନ ବର୍ଗ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବଳକା ଛି ଗୋଟି ଏଭେଣ୍ଟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି |କ୍ରୀଡା ପରମ୍ଭ ରେ ମାର୍ଚ୍ଚ ପାଷ୍ଟ ଜରିଆରେ କ୍ରୀଡ଼ାବିତ ମାନେ ଉପସ୍ଥିତ ଅତିଥି ମାନଙ୍କୁ ଅଭିବାଦନ କରିଥିଲେ |,( ଫୋଟୋ ) ରିପୋର୍ଟ,, ମାଧବ ବେହେରା ଖଲ୍ଲିକୋଟ
Leave a Reply