ସନ୍ଦୀପ ଖାଡ଼ଙ୍ଗା ଖଲ୍ଲିକୋଟ ଏନ ଏ ସି ର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ |
ଖଲ୍ଲିକୋଟ ; 19/7 ଦର୍ଶନ ସମୀକ୍ଷା
ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସନ୍ଦୀପ ଖାଡ଼ଙ୍ଗା ଓ ଏ ଏସ ଯୋଗ ଦେଇଥିବା ଜଣାପଡିଛି |ଶ୍ରୀ ଖାଡ଼ଙ୍ଗା କେନ୍ଦ୍ରାପଡା ଜିଲ୍ଲା ରାଜନଗର ତହସିଲ ର ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ |ଏଠାରେ ଉଲ୍ଲେଖଯୋଗ୍ୟ ରେ ଦୀର୍ଘ ଦିନ ହେଲା ଖଲ୍ଲିକୋଟ ଏନ ଏ ସି ରେ କୌଣସି ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବା ଯୋଗୁଁ ସ୍ଥାନୀୟ ତହସିଲଦାର ଡ଼ି ମାଲେସୁ ପାତ୍ର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ |ଫଳରେ ଗତ ଏକ ବର୍ଷ ହେଲା ବିକାଶ କାର୍ଯ୍ୟ ଆଗେଇ ପାରୁନଥିଲା |ବର୍ତମାନ ଜଣେ ଯୁବ ନିର୍ବାହୀ ଅଧିକାରୀ ଖଲ୍ଲିକୋଟ ଏନ ଏ ସି ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଏନ ଏ ସି ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସହର ବାସୀ ଆଶା ପ୍ରକଟ କରିଛନ୍ତି | ( ଫୋଟୋ ) ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ
Leave a Reply