ଖଲିକୋଟ //ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ପରିସର ରେ ଏକ ଦିବାସୀୟ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ କୁ ସ୍ଥାନୀୟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି | ମା ବହୁତୀ ଖଲ୍ଲିକୋଟ ବ୍ୟାଡ଼ମିଃଣ୍ଟନ ଟୁର୍ନାମେଣ୍ଟ ରେ ଗଞ୍ଜାମ ଜିଲ୍ଲା ର 25 ଗୋଟି ବ୍ୟାଡମିଣ୍ଟନ ଖେଳାଳି ଦଳ ଅଂଶ ଗ୍ରହଣ କରିଥିଲେ |

Spread the love

ଖଲ୍ଲିକୋଟ ରେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଃଣ୍ଟନ ଟୁର୍ନାମେଣ୍ଟ, ଉଦଘାଟନ କଲେ ବିଧାୟକ |
ଖଲ୍ଲିକୋଟ ; 20/7ଦର୍ଶନ ସମୀକ୍ଷା

ରବିବାର ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ପରିସର ରେ ଏକ ଦିବାସୀୟ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ କୁ ସ୍ଥାନୀୟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି | ମା ବହୁତୀ ଖଲ୍ଲିକୋଟ ବ୍ୟାଡ଼ମିଃଣ୍ଟନ ଟୁର୍ନାମେଣ୍ଟ ରେ ଗଞ୍ଜାମ ଜିଲ୍ଲା ର 25 ଗୋଟି ବ୍ୟାଡମିଣ୍ଟନ ଖେଳାଳି ଦଳ ଅଂଶ ଗ୍ରହଣ କରିଥିଲେ |ଏହି ଏକ ଦିବସୟା ବ୍ୟାଡ଼ମିଣ୍ଟନ ଖେଳ ପ୍ରଥମ ସ୍ଥାନ ରଖିଥିବା ବିଜୟୀ ଦଳ କୁ ନଗଦ 8 ହଜାର ଟଙ୍କା ଓ ଦ୍ୱତୀୟ ସ୍ଥାନ ରଖିଥିବା ବିଜୟୀ ଦଳ କୁ ନଗଦ 4 ହଜାର ଟଙ୍କା ସହ ଉଭୟ ଙ୍କୁ ଟ୍ରଫି ପ୍ରଦାନ କରାଯିବ ବୋଲି ଅର୍ଗାନାଇଁଜେର ଅରୋ ପ୍ରସାଦ ସାମନ୍ତ ପ୍ରକାଶ କରିଛନ୍ତି |ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଜ୍ଞପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଇଂ ନିରଞ୍ଜନ ବେହେରା ବିଜେପି ଘୁମୁସର ଆସିକା ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା ତହସିଲଦାର ଡ଼ି ମାଳେଶ୍ୱର ପାତ୍ର , ଯୁବ ବିଜେପି ନେତା ଅରୁଣ କୁମାର ଖୁଣ୍ଟିଆ , ନିରଞ୍ଜନ ନାୟକ ପ୍ରଦୀପ୍ତ କୁମାର ପଟ୍ଟନାୟକ ସମେତ କଞ୍ଚଣା ପଂଚାୟତ ର ଯୁବ ନେତା ଓ ସମିତି ସଭ୍ୟ ଚିତ୍ରସେନ ଘୋଷ, ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ବହୁ କ୍ରୀଡା ପ୍ରେମୀ ଯୋଗ ଦେଇଥିବା ବେଳେ ବିଜେପି ଯୁବ ନେତା କାର୍ତିକ ପ୍ରଧାନ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ | ଉଦଘାଟନ ପୂର୍ବରୁ ଅତିଥି ମାନଙ୍କୁ ବାଜା ବଜାଇ ବାଣ ଫୁଟାଇ ଖେଳାଳି ମାନେ ତୁରମେଣ୍ଟ ସ୍ଥଳ କୁ ପାଛୋଟି ନେଇଥିଲେ | (ଫୋଟୋ ) ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ

Leave a Reply

Your email address will not be published. Required fields are marked *