କୋୖଣସି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଆହୁରି ଅସୁବିଧାରେ ପକାଇ ନିଜକୁ ଭାବନ୍ତୁ ନାହିଁ ଯେ ସିଏ କ’ଣ କରିପାରିବ ତା’ର ଓଉକାତ୍ କେତେ କିନ୍ତୁ ଦିନ ଆସିବ ସିଏ ଆକାରରେ ଉଡୁଥିବ ଆଉ ଆପଣ ଧୂଳି ଚାଟୁଥିବେ ।

Spread the love

ଜୀବନ ରାସ୍ତାଟା ନୁହଁଇ ସହଜ
ଯେମିତି ବି ଚାଲିହେବ,
ସମୟ ସହିତ ତାଳ ନ ରଖିଲେ
କଣ୍ଟା ଖାଲରେ ପଡ଼ିବ ।

ମିଥ୍ୟାବାଦୀମାନେ ଏବେ ସମସ୍ତଙ୍କର ପ୍ରିୟ ହୁଅନ୍ତି ଏବଂ ଭଲପାଇବା ପାଆନ୍ତି ଆଉ ସତ୍ୟବାଦୀମାନେ ପାଆନ୍ତି ଅପମାନ ଆଉ ଅବହେଳା ।

କୋୖଣସି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଆହୁରି ଅସୁବିଧାରେ ପକାଇ ନିଜକୁ ଭାବନ୍ତୁ ନାହିଁ ଯେ ସିଏ କ’ଣ କରିପାରିବ ତା’ର ଓଉକାତ୍ କେତେ କିନ୍ତୁ ଦିନ ଆସିବ ସିଏ ଆକାରରେ ଉଡୁଥିବ ଆଉ ଆପଣ ଧୂଳି ଚାଟୁଥିବେ ।

ସବୁ ସମସ୍ୟାର Solutions କରିବାର Plan ଅଛି ଆଉ ସେହି Plan ଖୋଜି ପାଇବାକୁ ଚେଷ୍ଟା କରନ୍ତୁ ତା’ପରେ ଦେଖିବେ Problem ଯେତେ ବଡ଼ ହେଇଥାଉନା କାହିଁକି, ଆପଣଙ୍କୁ ଛୋଟ ଲାଗିବ ।

          

ଅତୀତ ଆଉ ଭବିଷ୍ୟତ ଦୁଇଟା ହିଁ ଅଦ୍ଭୁତ! ଅତୀତକୁ ଫେରି ପାଇବେ ନାହିଁ ଆଉ ଭବିଷ୍ୟତକୁ ଦେଖିପାରିବେ ନାହିଁ। ଅଥଚ ମଣିଷ ଅତୀତକୁ ନେଇ କଷ୍ଟ ପାଏ,ଭବିଷ୍ୟତ କୁ ନେଇ ଚିନ୍ତା କରେ ଆଉ ବର୍ତ୍ତମାନକୁ ହସ – ଖୁସିରେ କାଟିବାକୁ ଭୁଲିଯାଏ।

ଭଗବାନ ମଣିଷକୁ ନିଷ୍ପତି ନେବାକୁ ଯଥେଷ୍ଟ ବୁଦ୍ଧି ଦେଇଛନ୍ତି। ମଣିଷର ସେଇ ଗୋଟିଏ ନିଷ୍ପତି ଭାଗ୍ୟ ବଦଳାଇ ଦିଏ କିନ୍ତୁ ଆଜିର ମଣିଷ ନିଜ ନିଷ୍ପତିକୁ ଠିକ୍ ରେ ନ ନେଇ ପ୍ରତି ମୁହୂର୍ତ୍ତ ରେ କିଛି ହେଲେ ଭାଗ୍ୟକୁ ହିଁ ଦୋଷ ଦେଇଥାଏ।

ଗୋଟିଏ ମଣିଷ ସେତେବେଳେ ଅଧିକ ତା ଯନ୍ତ୍ରଣା ପାଇଥାଏ ଯେତେବେଳେ ତା କଥା ଶୁଣିବାକୁ କାହା ପାଖରେ ସମୟ ନଥାଏ ଆଉ ଯେତେବେଳେ ସେ ଚାହିଁଲେ ମଧ୍ଯ ତା ଦୁଃଖର କାରଣ କାହା ଆଗରେ କହି ପାରୁ ନଥାଏ।

ଏହା ନିରାଟ ସତ୍ୟ ଯେ ଯେଉଁଠି ଦୟା ଥାଏ ସେଇଠି ଧର୍ମ ନିଶ୍ଚୟ ଥାଏ, ଆଉ ଯେଉଁଠି ଲୋଭ ଥାଏ ସେଇଠି ପାପ ନିଶ୍ଚୟ ଥାଏ.ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ନିହାତି ହୋଇଥାଏ ଆଉ ଯେଉଁଠି କ୍ଷମା ଥାଏ ସେଇଠି ନିଶ୍ଚୟ ଭଗବାନଙ୍କ ବାସ ଥାଏ।

          

Leave a Reply

Your email address will not be published. Required fields are marked *