ପଟ୍ଟାମୁଣ୍ଡାଇରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର: ୭୫ଟି ଅଭିଯୋଗ ପଞ୍ଜିକୃତ
କେନ୍ଦ୍ରାପଡ଼ା: ଦର୍ଶନ ସମୀକ୍ଷା
ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ତୁରନ୍ତ ସମାଧାନ ପାଇଁ ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲାପାଳ ରଘୁରାମ ଆର ଆୟାର ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ୱରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୭୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୬୯ଟି ବ୍ୟକ୍ତିଗତ ଏବଂ ୬ଟି ସାମୂହିକ ଅଭିଯୋଗ ରହିଥିଲା।
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅଭିଯୋଗଗୁଡ଼ିକର ସୁଚିନ୍ତିତ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ସହିତ, ଆଗାମୀ ଦିନରେ ମଧ୍ୟ ଏଭଳି ଜନଶୁଣାଣି ଶିବିର ଜାରି ରହିବ। ଆସନ୍ତା ୧୮ ଅଗଷ୍ଟରେ ରାଜକନିକା ବ୍ଲକ କାର୍ଯ୍ୟାଳୟ ଏବଂ ୨୫ ଅଗଷ୍ଟରେ ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ଏହି ଶିବିରଗୁଡ଼ିକ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ଓ ପ୍ରଶାସନିକ ସେବାକୁ ସୁଗମ କରିବାରେ ଗୁରୁତ୍ୱପୂର୍ଣ୍
Leave a Reply