ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ଚାରିଟେବୁଲ ଟ୍ରଷ୍ଟ ତରଫ ରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ଆଜି ତା ୨୭/୬/୨୦୨୫ ରିଖ(ଦର୍ଶନ ସମୀକ୍ଷ)
ରବିବାର ଦିନ ଡେରାବିଶ ବ୍ଲକ ଦାନପୂର୍ ପଞ୍ଚାୟତ ର ରଜାଙ୍ଗ ଗ୍ରାମରେ ଯାତ୍ରା ସଂସ୍କୃତି ସୁରକ୍ଷା ମଞ୍ଚ ଚାରିଟେବୁଲ ଟ୍ରଷ୍ଟ , କଟକ, ଏବଂ ମା ‘ ବାସୁଳେଇ ଡ୍ରାମାଟିକ କ୍ଲବ ରଜାଙ୍ଗ ର କର୍ମକର୍ତ୍ତା ମାନଙ୍କ ର ମିଳିତ ସହଯୋଗ ରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମ ର ମାୟା ମଠ ଏବଂ ରଜାଙ୍ଗ ସ୍କୁଲ ପରିସର ରେ ୨୦୦ ରୁ ଉର୍ଦ୍ଧ ଚରା ରୋପଣ କରାଯାଇଛି । ଟ୍ରଷ୍ଟ ତରଫ ରୁ ସଭାପତି ଶିବ ନାରାୟଣ ସ୍ୱାଇଁ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଟ୍ରଷ୍ଟ ତରଫ ରୁ ପରିଚାଳନା ଟ୍ରଷ୍ଟି ବିଧୁ ଭୂଷଣ ରଥ , ଭାବଗ୍ରାହୀ ପଣ୍ଡା , ଶିତି କଣ୍ଠ ମହାନ୍ତି , ଆଶିଷ ଦାସ , ଡ. ମନୋରଞ୍ଜନ ପଣ୍ଡା , ଦିଲ୍ଲୀପ ପୃଷ୍ଟି , ସୁବାସ ଖଟୁଆ , ଫୁକୁଲି ପରିଡ଼ା , ପ୍ରଭାସ ପାତ୍ର, ମାନସ ଘଡେ଼ଇ , ପ୍ରଭାକର ଦାସ , ରଜତ ଦାଶ , ରାଜକିଶୋର ସ୍ବାଇଁ , କାହୁଁ ମହାରଣା , ବିଶ୍ବଭୂଷଣ ପଢ଼ିହାରି,ଙ୍କ ସହ ଯୁବକ ସଂଘ ତରଫ ରୁ ଜିତେନ୍ଦ୍ର ପଣ୍ଡା ,ଚିତ୍ତ ରଞ୍ଜନ ପଣ୍ଡା ,ଅଲେଖ ପୃଷ୍ଟି , ନିହାର ପଣ୍ଡା , ଦୀପ୍ତି ରଞ୍ଜନ ସ୍ବାଇଁ , ଉମେଶ ସ୍ବାଇଁ , ରତିକାନ୍ତ ଦାସ, ବିପ୍ଳବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । କ୍ଲବ ଏବଂ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ବୁଲି ବୁଲି ଗ୍ରାମ ବାସୀ ମାନଙ୍କୁ ଚାରାଗଛ ର ସୁରକ୍ଷା ପାଇଁ ଅନୁରୋଧ କରିଥିଲେ । ଶେଷ ରେ ଟ୍ରଷ୍ଟ ତରଫ ରୁ କ୍ଲବ ର ବରିଷ୍ଠ କର୍ମକର୍ତ୍ତା ଜୀତେନ୍ଦ୍ର ପଣ୍ଡା , ଚିତ୍ତ ରଞ୍ଜନ ପଣ୍ଡା , ଅଲେଖ ପୃଷ୍ଟି , ଉମେଶ ସ୍ବାଇଁ , ଫୁକୁଲି ପରିଡ଼ା , ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Leave a Reply