କନ୍ଧମାଳ //ଫୁଲବାଣୀ ଚକାପାଦ ବ୍ଲକ୍ ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗସାବାଡ଼ା ଠାରେ ଗଠିତ ହୋଇଥିବା ଶ୍ରୀ ଶ୍ରୀ ଧବଳେଶ୍ୱର ବରିଷ୍ଠ ନାଗରିକ ସଂଘ ତରଫରୁ ଶଙ୍କରାଖୋଲ ଠାରେ ଥିବା କଲ୍ୟାଣୀ ମଣ୍ଡପ ରେ ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି- କୁନା ଦିଗଲ କନ୍ଧମାଳ ଦର୍ଶନ ସମୀକ୍ଷା

Spread the love

କନ୍ଧମାଳ : ଶଙ୍କରା ଖୋଲ ରେ ଷଷ୍ଠ ତମ ବରିଷ୍ଠ ନାଗରିକ ସଂଘ ବାର୍ଷିକ ଉତ୍ସବ ଅନୁଷ୍ଠିତ..

କନ୍ଧମାଳ :=ଦର୍ଶନ ସମୀକ୍ଷା ଜିଲ୍ଲା ଫୁଲବାଣୀ ଚକାପାଦ ବ୍ଲକ୍ ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ଗସାବାଡ଼ା ଠାରେ ଗଠିତ ହୋଇଥିବା ଶ୍ରୀ ଶ୍ରୀ ଧବଳେଶ୍ୱର ବରିଷ୍ଠ ନାଗରିକ ସଂଘ ତରଫରୁ ଶଙ୍କରାଖୋଲ ଠାରେ ଥିବା କଲ୍ୟାଣୀ ମଣ୍ଡପ ରେ ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ମୁଖ୍ୟ ବକ୍ତା ରାଜ୍ୟ ବରିଷ୍ଠ ନାଗରିକ ସଂଘ ର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ, ସନମାନିତ ଅତିଥି କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ସର୍ବେଶ୍ୱର ମିଶ୍ର, ଟିକାବାଲି ବରିଷ୍ଠ ନାଗରିକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ, ଶଙ୍କରାଖୋଲ ବରିଷ୍ଠ ନାଗରିକ ସଂଘ ସଭାପତି ଲଡ଼ୁକିଶୋର ମହାରଣା, ସମ୍ପାଦକ ମୃତ୍ୟୁଞ୍ଜୟ ପାତ୍ର, ଓଁ ଶାନ୍ତି ବ୍ରହ୍ମ କୁମାରୀ ବକ୍ତା ଯାଜ୍ଞସେନି ମହାରଣା ପ୍ରମୁଖ ଯୋଗଦେଇଥିଲେ l ଏଥିରେ ଧବଳେଶ୍ୱର ବରିଷ୍ଠ ନାଗରିକ ସଂଘ ମାଧ୍ୟ୍ୟମରେ ଆୟୋଜିତ ଷଷ୍ଠ ତମ ବାର୍ଷିକ ଉତ୍ସବ ରେ ୧୫୦ ଜଣ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଯୁଗଳ କିଶୋର ସାହୁ ନାଗରିକ ମାନଙ୍କ ସମାଜ ପାଇଁ ନିଜ ନିଜର କର୍ତ୍ତବ୍ୟ ଓ ଅଧିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ନିକୁଞ୍ଜ କିଶୋର ପଟ୍ଟନାୟକ ନିଜ ମନକୁ ଶାନ୍ତ ରଖିବା ସହ ଯୁବପିଢ଼ି ସଜାଗ ଓ ବରିଷ୍ଠ ନାଗରିକ ସଂଘ କୁ କିଭଳି ସୁସ୍ଥ ସମାଜ ଗଠନ କରି ପାରିବ ତାହାରି ଉପରେ ଗୁରୁତ୍ୱ ଦେଇଥିଲେ l ଶ୍ରୀ ଶ୍ରୀ ଧବଳେଶ୍ୱର ବରିଷ୍ଠ ନାଗରିକ ସଂଘ ସଭାପତି ଲଡ଼ୁକିଶୋର ମହାରଣା ଅନ୍ୟ ସଦସ୍ୟ ମାନଙ୍କୁ ୧୦ ଟି ଆମ୍ବ ଗଛ ପ୍ରଦାନ କରିଥିଲେ l ଏଥିରେ ବହୁ ଦୂରଦୂରାନ୍ତର ରୁ ଆସିଥିବା ସମସ୍ତ ବାପା, ମା, ଭାଇ, ଭଉଣୀ ମାନଙ୍କ ପାଇଁ ସଂଘ ତରଫରୁ ଅର୍ଣ୍ଣପ୍ରସାଦ ମଧ୍ୟ୍ୟ କରାଯାଇ ଥିବା ବେଳେ ବହୁ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ହୋଇଥିଲା l ସଂଘ ର ସଦସ୍ୟ ଭାବଗ୍ରାହୀ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଶେଷରେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *