କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ୨୦୨୫ ଆୟୋଜିତ ହୋଇଯାଇଛି -କୁନା ଦିଗଲ ଦର୍ଶନ ସମୀକ୍ଷା କନ୍ଧମାଳ

Spread the love

କନ୍ଧମାଳ : ଜିଲ୍ଲାସ୍ତରୀୟ 2025 ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ ହେଇଯାଇଛି..

କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ୨୦୨୫ ଆୟୋଜିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗଦେଇ ବରିଷ୍ଠ ନାଗରିକ ମାନେ ନିୟମିତ ଯୋଗ ଓ ଚଳାବୁଳା କରି ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ l ମନୋମାଳିନ୍ୟ ନ କରି ସମସ୍ତଙ୍କ ମିଳାମିଶା କରି ଶେଷ ଜୀବନକୁ ଉପଭୋଗ କରି ସମାଜରେ ଏକ ଆଦର୍ଶ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ l ଉପସ୍ଥିତ ଅନ୍ୟତମ ଅତିଥିମାନେ ସମାଜର ବରିଷ୍ଠ ନାଗରିକ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ଆଲୋଚନା କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ସ୍ଵାଗତ ଅଭିଭାଷଣ ଦେବା ସହିତ ଶପଥ ପାଠ କରାଇଥିଲେ ଏବଂ ଏହି ଦିବସର ମହତ୍ତ୍ବ ଉପରେ ଆଲୋଚନା କରିଥିଲେ l ବରିଷ୍ଠ ନାଗରିକ ନିମନ୍ତେ ସ୍ଵାସ୍ଥ୍ୟ ପରିକ୍ଷା ଶିବିର, ଔଷଧ ବଣ୍ଟନ ଆଦି ବ୍ୟବସ୍ଥା କରାଯାଇଥିଲା l ବିଭିନ୍ନ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରିବା ସହିତ ସମ୍ବର୍ନ୍ଧନା କରାଯାଇଥିଲା ଏବଂ ଏହି ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଣୟ କୁମାର ନାୟକ, ସଭାପତି,ବରିଷ୍ଠ ନାଗରିକ ସଂଘ ଶ୍ରୀ ପଦ୍ମ ଚରଣ ସ୍ବାଇଁ, ଶ୍ରୀ ସର୍ବେଶ୍ଵର ମିଶ୍ର, ବ୍ରହ୍ମ କୁମାରୀ ସବିତା ଯୋଗଦେଇ ଥିବା ବେଳେ ଶତାଧିକ ବରିଷ୍ଠ ନାଗରିକ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ,ସାଧାରଣ ଜନତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରାୟ ତିନି ସହ ବରିଷ୍ଠ ନାଗରିକ ଙ୍କ ରେଜିଷ୍ଟେସନ୍ କରାଯାଇ ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି, ପଦ୍ମା ଏବଂ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ମତରଖିଛନ୍ତି l

Leave a Reply

Your email address will not be published. Required fields are marked *