କଟକ : ନୂଆବଜାର ହାଇସ୍କୁଲ୍ ୧୯୮୨ ମସିହା ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୃଷ୍ଣମୋହନ ନନ୍ଦୀଙ୍କ ସ୍ମୃତିରେ ମେଧାବୀ ସମ୍ବର୍ଦ୍ଧନା ଦିଆଯାଇଛି। ଚଳିତ ୨୦୨୪ -୨୫ ମସିହା ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ରେ A1 ଗ୍ରେଡ ରଖିଥିବା କୁମାରୀ ଜ୍ୟୋତିର୍ମୟୀ ସାହୁ, ବିସ୍ମିତା ନାୟକ, ଏବଂ ଖୁସଲ ସ୍ଵାଇଁ ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା _ ଭରତ ଚନ୍ଦ୍ର ମହାରଣା କଟକ

Spread the love

ନୁଆବଜାର ହାଇସ୍କୁଲ ୧୯୮୨ ମସିହା ବ୍ୟାଚର ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା:

କଟକ : ନୂଆବଜାର ହାଇସ୍କୁଲ୍ ୧୯୮୨ ମସିହା ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୃଷ୍ଣମୋହନ ନନ୍ଦୀଙ୍କ ସ୍ମୃତିରେ ମେଧାବୀ ସମ୍ବର୍ଦ୍ଧନା ଦିଆଯାଇଛି। ଚଳିତ ୨୦୨୪ -୨୫ ମସିହା ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ରେ A1 ଗ୍ରେଡ ରଖିଥିବା କୁମାରୀ ଜ୍ୟୋତିର୍ମୟୀ ସାହୁ, ବିସ୍ମିତା ନାୟକ, ଏବଂ ଖୁସଲ ସ୍ଵାଇଁ ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। 1982 ବ୍ୟାଚ୍ ର ପୁରାତନ ଛାତ୍ର ସଂସଦ ର ସଭାପତି ଅଜୟ ସୁତାର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୁରାତନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ମିଶ୍ର,
ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ ନାୟକ,ପ୍ରାକ୍ତନ ଶିକ୍ଷକ ନିରଞ୍ଜନ କାନୁନଗୋ,ପ୍ରମିଳା ମହାରଣା, ମନୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହିତ ବିଦ୍ୟାଳୟରେ ଦୀର୍ଘ ସମୟ କଟାଇ ଥିବା ଶିକ୍ଷକ ଜୀବନ ଉପରେ ଆଲୋକପାତ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଉମେଶ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାରେ ଲକ୍ଷ୍ମୀଧର ସାହୁ,ଭରତ ଚନ୍ଦ୍ର ମହାରଣା, ରଞ୍ଜନ ମହାରଣା, ଈଶ୍ୱର ଓଝା,
ଶଶାଙ୍କ ଶେଖର ଚୌଧୁରୀ, ସୋମଦତ୍ତ ନାୟକ ଙ୍କ ସମେତ 1982 ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *