କଟକ //ନାଦ ନିନାଦ ଅନୁଷ୍ଠାନର ଗ୍ରୀଷ୍ମ ଉତ୍ସବ ୨୦୨୫ ପାଳିତ, ଆଜି କଳାବିକାଶ କେନ୍ଦ୍ର ପ୍ରେଖ୍ୟାଳୟ ରେ କଟକ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଦ ନିନାଦ’ ର ଦୁଇ ଦିନିଆ ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି। ଏହି ଉତ୍ସବକୁ ମାନ୍ୟବର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର, ଉଦଘାଟନ କରିଥିଲେ- କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

Spread the love

ନାଦ ନିନାଦ ଅନୁଷ୍ଠାନର ଗ୍ରୀଷ୍ମ ଉତ୍ସବ ୨୦୨୫ ପାଳିତ

କଟକ

25-୦5-25 (ଦର୍ଶନ ସମୀକ୍ଷା) ରିଖ ରବିବାର ଦିନ ସ୍ଥାନୀୟ କଳାବିକାଶ କେନ୍ଦ୍ର ପ୍ରେଖ୍ୟାଳୟ ରେ କଟକ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଦ ନିନାଦ’ ର ଦୁଇ ଦିନିଆ ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି। ଏହି ଉତ୍ସବକୁ ମାନ୍ୟବର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର, ଉଦଘାଟନ କରି କହିଲେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ମାନବକୁ ସଦାଚାରି କରିଦିଏ। ଏବଂ ସମାଜ କୁ ଶୃଙ୍ଖଳିତ କରେ । ପ୍ରଫେସର୍ ଡକ୍ଟର ଜୟନ୍ତ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୁ ଯୋଗଦେଇ ଶାସ୍ତ୍ରୀୟ ସଙ୍ଗୀତ, ଓଡିଶୀ ସଂଗୀତ ଓ ନୃତ୍ୟ ର ପ୍ରଚାର ପ୍ରସାର କ୍ଷେତ୍ରରେ ‘ନାଦ ନିନାଦ’ ର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ପ୍ରାରମ୍ଭ ରେ ଅନୁଷ୍ଠାନ ର ସଭାପତି ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଗୁରୁ ପଣ୍ଡିତ ଏ. ମହେଶ୍ୱର ରାଓ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ। ଶେଷରେ ଅନୁଷ୍ଠାନ ର ଶିଳ୍ପୀ ମାନେ ପଣ୍ଡିତ ଏ. ମହେଶ୍ୱର ରାଓ ଙ୍କ ନିର୍ଦେଶନା ରେ ଲକ୍ଷଣ ଗୀତ ଧାରା ପରିବେଷଣ କରିଥିଲେ। ଶ୍ରୀ ଯୋଗେନ୍ଦ୍ର ନାଥ ସ୍ୱାଇଁ ତବଲା ରେ ସହଯୋଗ କରିଥିବା ବେଳେ ଗୁରୁ ଶ୍ରୀ ଏ ନାରାୟଣ ରାଓ ହରମୋନିଅମ ରେ ସହଯୋଗ କରିଥିଲେ। ପରେପରେ ପୁନେ ର ପ୍ରସିଦ୍ଧ ପଖାଉଜ୍ ବାଦକ ରୋହିତ ଖାବ୍ଲେ ଓ ପାର୍ଥ ଭୂମକର ଯୁଗଳ ପଖାୱଜ ବାଦନ କରି ଉପସ୍ଥିତ ଜନତାଙ୍କ ମନ ମୁଗ୍ଧ କରିଥିଲେ। ହାର୍ମୋନିୟମ ରେ ସହଯୋଗ କରିଥିଲେ ଦିଲ୍ଲୀ ର ଲଳିତ ଶିଶୋଦିଆ ପ୍ରାରମ୍ଭରେ କଟକ ସୁର ମନ୍ଦିର ର ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ଗୁରୁ ଡକ୍ଟର ଜ୍ୟୋତ୍ସ୍ନା ସାହୁ ଙ୍କ ନିର୍ଦ୍ଦେଶନାରେ ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସୁଜନ କୁମାର ରାୟଚୌଧୁରୀ, କାନନ ବାଳା ରାୟଚୌଧୁରୀ, ମିଲନ ପରିଡା, ବିଜୟ କୁମାର ସ୍ୱାଇଁ, ଏ. ନାରାୟଣ ରାଓ, ଏ. ମନ୍ଦାକିନୀ ରାଓ, ନମ୍ରତା ମହାନ୍ତି, ଅଜୟ ବାରିକ, ବନ ଲକ୍ଷ୍ମୀ କାନୁନଗୋ, ବିଜୟାଲକ୍ଷ୍ମୀ ପତି, ଲଳିତ ତ୍ରିପାଠୀ, ରଶ୍ମି କାନୁନଗୋ, ସବିତା ମହାନ୍ତି ଙ୍କ ସମେତ ‘ନାଦ ନିନାଦ’ ର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଶିଷ୍ଟ ଉଦଘୋଷକ ବିଚିତ୍ରା ନନ୍ଦ ପଣ୍ଡା ପରିଚାଳନା କରିଥିବା ବେଳେ ବିଶ୍ୱନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *