ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ହିନ୍ଦୋଳ ବିଇଓ ଙ୍କୁ କରିଲେ ସମ୍ବର୍ଦ୍ଧିତ
ଖଜୁରିଆକଟା ୧୩/୯ ଦର୍ଶନ ସମୀକ୍ଷା
ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ହିନ୍ଦୋଳ ର ସଦସ୍ୟ ସଦସ୍ୟା ହିନ୍ଦୋଳ ବିଇଓ ହରିହର ଦେହୁରୀ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ଦେହୁରୀ ଗୁରୁଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷକ ସଂଘର ବ୍ଲକ ନୋଡାଲ ଅଫିସର ଅନାଦି ଚରଣ ନାଏ କ, ସଭାପତି ପବିତ୍ର ମୋହନ ପ୍ରଧାନ, ନିରୁପମା ଦାସ, ଅମିୟ ଭୂଷଣ ମହାଳିକ, ସମ୍ପାଦକ ପ୍ରଭାସ ଚନ୍ଦ୍ର ଘଡେ଼ଇ, ସହ ସମ୍ପାଦକ ସଞ୍ଜୟ କୁମାର ସାହୁ , ଅଶୋକ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ସହ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଦ୍ଵିତିକୃଷ୍ଣ ସାହୁ, ସିଆରସିସି ସଞ୍ଜୟ କୁମାର ନାୟକ ଙ୍କୁ ସଂଘ ତତଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
Leave a Reply