ଆଜିଠାରୁ ଆରମ୍ଭ ହୋଇଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ୍ ର ଟିକେଟ ବିକ୍ରି । ଓସିଏ ସହ ଅନୁବନ୍ଧିତ ବିଭିନ୍ନ କ୍ରିକେଟ ଜିଲ୍ଲା , କ୍ଳବ୍ ଓ ସଂସ୍ଥା କୁ ଟିକେଟ ବିକ୍ରି କରାଯାଇଛି। ଅନ୍ୟପଟେ ଅଫ ଲାଇନ୍ ଟିକେଟ ବିକ୍ରି ପାଇଁ ହେଉଥିବା ବ୍ୟାରିକେଟିଂ କାର୍ଯ୍ୟର ତଦାରଖ କରିଛନ୍ତି କଟକ ଡିସିପି।

Spread the love

ଆଜିଠାରୁ ଆରମ୍ଭ ହୋଇଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ୍ ର ଟିକେଟ ବିକ୍ରି । ଓସିଏ ସହ ଅନୁବନ୍ଧିତ ବିଭିନ୍ନ କ୍ରିକେଟ ଜିଲ୍ଲା , କ୍ଳବ୍ ଓ ସଂସ୍ଥା କୁ ଟିକେଟ ବିକ୍ରି କରାଯାଇଛି। ଅନ୍ୟପଟେ ଅଫ ଲାଇନ୍ ଟିକେଟ ବିକ୍ରି ପାଇଁ ହେଉଥିବା ବ୍ୟାରିକେଟିଂ କାର୍ଯ୍ୟର ତଦାରଖ କରିଛନ୍ତି କଟକ ଡିସିପି।

କଟକ : ଦର୍ଶନ ସମୀକ୍ଷା

ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଓସିଏ ସହ ଅନୁବନ୍ଧିତ ସଂସ୍ଥା ଓ କ୍ଲବ୍ ଗୁଡିକୁ ଆଜି ଠାରୁ ଦୁଇ ଦିନ ଧରି ଟିକଟ ବିକ୍ରି କରାଯାଉଛି।ଏହି ଅନୁବନ୍ଧିତ ସଂସ୍ଥା ମାନେ ପାଖାପାଖି ୧୧ ହଜାର ଟିକଟ କିଣିବେ।ଓସିଏ ଅନୁବନ୍ଧିତ ୭୩ଟି ସଂସ୍ଥା, ୬ଟି ସରକାରୀ କାର୍ଯ୍ୟାଳୟ, ୨ ଜଣ ମନୋନୀତ ଆପେକ୍ସ କାଉନସିଲ ସଦସ୍ୟଙ୍କୁ ଏହି ଟିକଟ ବିକ୍ରି କରାଯାଉଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ ସମ୍ମିଳନୀ କକ୍ଷରେ ଏହି ଟିକଟ ବିକ୍ରି କରାଯାଉଛି । ଏହି ଟିକଟ ବିକ୍ରି ଦାୟିତ୍ଵ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଦିଆଯାଇଛି। ପ୍ରଥମ ଦିନର ବିକ୍ରି କରାଯାଉଥିବା ବେଳେ ସନ ରାଇଜ କ୍ଲବ୍ ର ସମ୍ପାଦକ କ୍ଳବ୍ ସଦସ୍ୟ ଙ୍କର ପ୍ରଥମ ଟିକେଟ କିଣିଥିଲେ। ସେହିଭଳି ବିଭିନ୍ନ ସଂସ୍ଥା ପକ୍ଷରୁ ସଦସ୍ୟ ମାନେ ଆସି ନିଜ କୋଟା ରେ ଥିବା ବିଭିନ୍ନ ଗ୍ୟାଲେରୀ ର ଟିକେଟ କୁ କିଣି ନେଇଛନ୍ତି

ଅନ୍ୟପଟେ ୫ ତାରିଖରେ ସାଧାରଣ ଦର୍ଶକ ମାନଙ୍କ ପାଇଁ ହେବାକୁ ଥିବା କାଉଣ୍ଟର ଟିକେଟ ବିକ୍ରି ପାଇଁ ବ୍ୟରି କେଟିଂ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭିଡ ନିୟନ୍ତ୍ରଣ କରିବା ପାଇଁ ଜିଗ୍ ଯ୍ୟାଗ ବ୍ୟାଟିକେଟ ତିଆରି କରାଯାଇଛି । ଓଷିଏ ର ଏକାଡେମୀ ପଡ଼ିଆରେ ପାଖାପାଖି ୧୦ ହଜାର ଲୋକ ରହିବା ଭଳି ବ୍ୟରିକେଟ କରାଯାଇଛି। ସେହିଭଳି ଏକ କିଲୋ ମିଟର ଲମ୍ବା ବ୍ୟାରିକେଟ୍ କରାଯାଇଛି। ଲୁହାରେ ନିର୍ମିତ ଏହି ବ୍ୟାରିକେଟ୍ ର ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ଡି ସି ପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ। କିଭଳି ଭାବେ ଶୃଙ୍ଖଳିତ ଭାବେ ଧାଡ଼ି ରେ ରହି ଟିକେଟ କିଣିବେ ସେଥିପାଇଁ ଅନୁଧ୍ୟାନ କରାଯାଉଛି। ୫ ତାରିଖ ଦିନ ଯେହେତୁ ସକାଳ ୯ ରେ ଟିକେଟ ବିକ୍ରି ହେବ ତେଣୁ କେବଳ ସକାଳ ୬ ଟା ରୁ ହିଁ ଧାଡ଼ି ରେ ରହି ପାରିବେ । ଆଗୁଆ ନଆସିବା ପାଇଁ ବୋଲି କହିଛନ୍ତି କଟକ ଡି ସି ପି।ସେହିଭଳି ଓ ସି ଏ ଅଫିସିଆଲ୍ ମଧ୍ୟ ଏହି ବ୍ୟାରିକେଟ୍ ତିଆରି ର ର ଯାଞ୍ଚ କରିଛନ୍ତି।

ଆସନ୍ତା କାଲି ମଧ୍ୟ ଓ ସି ଏ କନଫରେନ୍ସ ହଲ୍ ରେ ଅନୁବନ୍ଧିତ ସଂସ୍ଥା ମାନଙ୍କୁ ଟିକେଟ ବିକ୍ରି କରାଯିବ।

Leave a Reply

Your email address will not be published. Required fields are marked *