ଅନ୍ତର୍ମୁଖୀନ ହେଲାପରେ ହିଁ ଶାନ୍ତି ମିଳେ
ନିଜର ଦୃଷ୍ଟିକୁ ବାହ୍ୟ ଜଗତରୁ ଟାଣି ଆଣି ଭିତରେ ପ୍ରବେଶ କରାଇବା ଉଚିତ । ଅଧ୍ୟାତ୍ମ-ପଥର ଅବଲମ୍ବନ କରିବା ଉଚିତ । ଜଗତରେ ଏପାଖ- ସେପାଖ ଭ୍ରମୁଥିବା ପ୍ରାଣୀ ଏହି ଶୀତଳ ବୃକ୍ଷତଳେ ଶାନ୍ତି ପାଇ ପାରିବ ।
ଯେତେବେଳେ ବାହାରର ମାୟାରୂପୀ ବସ୍ତୁଗୁଡ଼ିକର ଭ୍ରମ ପ୍ରତି ବିମୁଖ ହୋଇ ଆମେ ଅନ୍ତର୍ମୁଖୀନ ହେବା, ଆତ୍ମ ଚିନ୍ତନ କରିବା, ସେତେବେଳେ ପ୍ରତୀତ ହେବ ଯେ ଆମେ ନିଜ ସ୍ଥାନରୁ ବହୁତ ଦୂରକୁ ଚାଲି ଯାଇଥିଲେ । ଆବଶ୍ୟକତା କେବେ ପୂର୍ଣ୍ଣ ହୋଇପାରି ନଥାଏ । ତାକୁ ଯେତିକି ତୃପ୍ତ କରିବା ପାଇଁ ଚେଷ୍ଟା କରାଯିବ, ଅଗ୍ନିରେ ଘିଅ ଢାଳିବା ଭଳି ତାହା ସେତିକି ବୃଦ୍ଧି ହେବାକୁ ଲାଗିବ । ସେଥିପାଇଁ ଏହି ଛାଇ ପଛରେ ଦୌଡ଼ିବା ଅପେକ୍ଷା ତା ଆଡ଼କୁ ପିଠି କରି ଦେବା ଭଲ । ଚିନ୍ତା କରିବା ଉଚିତ ଯେ ଆମେ କାହିଁକି ଟଙ୍କା ପଛରେ ଦୌଡ଼ିବା, ଯେତେବେଳେ କି ଆମ ଘରେ ହିଁ ସଂପଦ ପୂରି ରହିଛି । ଅନ୍ତଃକରଣ ଭିତରକୁ ମୁହଁ କଲେ, ପରମାତ୍ମାଙ୍କ ନିକଟରେ ଉପସ୍ଥିତ ହେଲେ ଏହି ଚାବି ମିଳିଯାଏ, ଯଦ୍ବାରା ସୁଖ ଓ ଶାନ୍ତିର ଅକ୍ଷୟ ଭଣ୍ଡାରର କବାଟ ଖୋଲିଯାଏ ।
ନିଜର ବାସ୍ତବିକ ସ୍ଥିତି ଜାଣିଗଲେ, ଆତ୍ମ ସ୍ଵରୂପକୁ ଚିହ୍ନିଗଲେ, ସଂସାରର ସ୍ଵରୂପର ବାସ୍ତବ ଜ୍ଞାନ ହୋଇଗଲେ ଶାନ୍ତିର ଶୀତଳ ଧାରା ପ୍ରବାହିତ ହୋଇଥାଏ । ଯାହା ତଟରେ ଅସନ୍ତୋଷର ଜ୍ବାଳା ଜ୍ବଳନ୍ତ ଅବସ୍ଥାରେ ରହେ ନାହିଁ । ସେତେବେଳେ ସେ ମୃଗତୃଷ୍ଠାକୁ ତ୍ୟାଗ କରିଦିଏ । ପ୍ରକୃତ ସନ୍ତୋଷ ଉପଲବ୍ଧ ହେଲେ ତାହାର ବାହ୍ୟ ଆବଶ୍ୟକତା ବହୁତ କମ୍ ହୋଇଯାଏ । ଅଳ୍ପ ଚାହୁଁଥିବା ବ୍ୟକ୍ତିକୁ ଯେତେବେଳେ ବହୁତ ମିଳିଯାଏ, ସେତେବେଳେ ତାକୁ ବଡ଼ ଆନନ୍ଦ ପ୍ରାପ୍ତ ହୋଇଥାଏ ।
ଅଖଣ୍ଡଜ୍ୟୋତି- ମାର୍ଚ୍ଚ-୧୯୪୧
Leave a Reply