Spread the love

ମୁମ୍ବାଇ ରେ ପ୍ରସିଦ୍ଧ ଲାଭ କରିଥିବା ଏକମାତ୍ର ଓଡ଼ିଆ ସ୍କୁଲ ଭାବେ ଉତ୍କଳ ହାଇ ସ୍କୁଲ ରେ ସ୍ଥାନୀୟ ଓଡ଼ିଆ ମାନେ ତାଙ୍କ ପିଲାମାନଙ୍କୁ ପଢ଼େଇ ଖୁସି ଅନୁଭବ କରନ୍ତି.. ଦୀର୍ଘ ଷାଠିଏ ବର୍ଷ ରୁ ଉର୍ଦ୍ଧ ହେବ ସେ ସ୍କୁଲ ଟି ଗୋଟେ ଛୋଟିଆ ଚାଳଘରେ ଆରମ୍ଭ ହେଇଥିଲା. ଓଡ଼ିଶାର ଲୋକମାନେ ସେତେବେଳେ ବିଭିନ୍ନ କଳ କାରଖାନା ରେ କାମ କରୁଥିବବେଳେ ସେମାନଙ୍କ ସନ୍ତାନ ମାନଙ୍କ ପାଇଁ ଶିକ୍ଷା ଦେବା ଏକରକମ କଷ୍ଟ ବେପାର ଅନୁଭବ କରି କିଛି ଓଡ଼ିଆ ଲୋକ ଯୋଜନା କରିଥିଲେ ଏକ ସ୍କୁଲ କରିବାକୁ . ସେତେବେଳେ ମହାରାଷ୍ଟ୍ର ସରକାର ଙ୍କ ସାହାଯ୍ୟ ସହଯୋଗ ରେ ସ୍କୁଲଟି ଚାଲୁଥିଲା ବେଳେ 1991 ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ସେ ସ୍କୁଲ କୁ ଯାଇ ଉତ୍କଳ ସମିତି ଉଦଘାଟନ କରି ଏକ ଲକ୍ଷ୍ୟ ଟଙ୍କା ଦାନ କରିଥିଲେ. ଆଜି ସେ ସ୍କୁଲରେ ପାଖା ପାଖି ଏକହଜର ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି. ସ୍କୁଲର ଉପସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଗୌଡ଼. କୁହନ୍ତି ଆମେ ଓଡ଼ିଆ ମାନେ ଏତେ ଦୂରରେ ରହିଲେ ବି ଆମେ ଆମ ପରମ୍ପରା ଭୁଲିନାହୁଁ. ସବୁ ପର୍ବ ପର୍ବାଣି ପୂଜା ଵିଧି ଓଡ଼ିଆ ସଂସ୍କୃତି ରେ କରାଯାଏ. ଗଣେଶପୂଜା ବଡ଼ ଯାକ ଜମକରେ ହୁଏ. ଓଡିଶାରୁ ବି ମାନ୍ୟଗନ୍ୟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ ହୁଏ..

Leave a Reply

Your email address will not be published. Required fields are marked *