Spread the love

ସେଦିନ ଥିଲା ମାର୍ଚ୍ଚ ୫, ୧୯୧୬ର ସେହି ମହାର୍ଘ ମୁହୂର୍ତ୍ତ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଦେଇଥିଲା ଏକ ବୀରପୁତ୍ରଙ୍କୁ ଜନ୍ମ, ଯିଏ ରାଜନୀତିରେ ଏକ ବିପ୍ଳବ ଆଣିବା ସହିତ ବ୍ରିଟିଶଙ୍କୁ ଦେଇଥିଲେ ମୁହଁତୋଡ ଜବାବ। ସେ ହେଲେ ବିଜୟାନନ୍ଦ ପଟ୍ଟନାୟକ, ଯିଏ ବିଜୁ ପଟ୍ଟନାୟକ ବା ବିବୁବାବୁ ଭାବରେ ଜଣାଶୁଣା। ତାଙ୍କର କାମ ପାଇଁ ତାଙ୍କୁ ଝଡର ଇଗଲ୍‌ ବୋଲି ମଧ୍ୟ କୁହାଯାଏ।

ବିଜୁ ପଟ୍ଟନାୟକ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ। ଖାଲି ଏତିକି ନୁହେଁ, ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଆଉ ସାହସୀ ପାଇଲଟ୍ ମଧ୍ୟ ଥିଲେ।

ବିଜୁ ପଟ୍ଟନାୟକ ବିମାନ ଶିଳ୍ପ ପ୍ରତି ଏତେ ଆଗ୍ରହୀ ଥିଲେ ଯେ ପାଇଲଟ୍ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପାଠପଢା ମଧ୍ୟ ଛାଡିଦେଇଥିଲେ। ତାଲିମ ନେବା ପରେ ସେ ଘରୋଇ ବିମାନ ସେବା ସହିତ ଉଡ଼ାଣ ଆରମ୍ଭ କରିଥିଲେ, କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ରୟାଲ ଇଣ୍ଡିଆନ ବାୟୁସେନାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ସେ କଳିଙ୍ଗ ଏୟାରଲାଇନ୍ସ ମଧ୍ୟ ଆରମ୍ଭ କରିଥିଲେ।

ଇଣ୍ଡୋନେସିଆର ‘ଭୂମିପୁତ୍ର’:

ବିଜୁ ପଟ୍ଟନାୟକ ଖୁବ ସାହସୀ ଥିଲେ। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ। ଏନେଇ ତାଙ୍କୁ ଅନେକ ଥର ସମ୍ମାନିତ କରାଯାଇଛି। ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆର ନେତାମାନଙ୍କୁ ଡଚ୍ ଅଧିକାରୀଙ୍କ ଷଡଯନ୍ତ୍ରରୁ ରକ୍ଷା କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ଏନେଇ ଇଣ୍ଡୋନେସିଆ ତାଙ୍କୁ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିଥିଲା।

କାଶ୍ମୀର ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା:

୧୯୪୭ ମସିହାରେ, ଯେତେବେଳେ ପାକିସ୍ତାନୀ ଆକ୍ରମଣକାରୀମାନେ କାଶ୍ମୀର ଉପରେ ଆକ୍ରମଣ କରିଥିଲେ, ସେତେବେଳେ ବିଜୁ ପଟ୍ଟନାୟକ କାଶ୍ମୀରକୁ ବଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଜୁ ଜଣେ ପାଇଲଟ୍ ଥିଲେ ଏବଂ ଡାକୋଟା ଡି ସି -୩ ବିମାନ ଉଡ଼ାଉଥିଲେ। ୨୭ ଅକ୍ଟୋବରରେ ସେ ନିଜ ବିମାନରେ ଶ୍ରୀନଗରର ବିମାନଘାଟିକୁ ଯାଇଥିଲେ ଏବଂ ୧-ଶିଖ ରେଜିମେଣ୍ଟର ୧୭ ଜଣ ସୈନିକଙ୍କୁ ସାଙ୍ଗରେ ନେଇଥିଲେ।

ସେ ନିଜ ବିମାନକୁ ବିମାନଘାଟି ନିକଟରେ ଉଡ଼ାଇଥିଲେ ଏବଂ ଯେତେବେଳେ ଦେଖିଲେ ଯେ ରାସ୍ତା ପୂରା ସଫା ଅଛି ସେ ନିଜ ବିମାନକୁ ସେଠାରେ ଅବତରଣ କରିଥିଲେ ଏବଂ ସେଠାରେ ପହଞ୍ଚିଥିବା ଭାରତୀୟ ସୈନିକମାନେ ଅନୁପ୍ରବେଶକାରୀଙ୍କୁ ତଡି ଦେଇଥିଲେ।

ବିଜୁଙ୍କ କ୍ଷେପଣାସ୍ତ୍ରର ସ୍ୱପ୍ନ:

ଆଜି ଭାରତରେ ଏକରୁ ଅଧିକ କ୍ଷେପଣାସ୍ତ୍ର ଥାଇପାରେ, କିନ୍ତୁ କ୍ଷେପଣାସ୍ତ୍ରର ସ୍ୱପ୍ନ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ଦେଖିଥିଲେ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଆଜାଦ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି। ଯେତେବେଳେ ଡକ୍ଟର କଲାମ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାବୋରେଟୋରୀରେ କାର୍ଯ୍ୟ କରୁଥିଲେ, ସେତେବେଳେ ସେ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପାଇଁ ଓଡିଶା ଉପକୂଳରେ ଏକ ଦ୍ୱୀପ ଆବଶ୍ୟକ କରିଥିଲେ।

ଏହା ଉପରେ କଲାମ ବିଜୁ ପଟ୍ଟନାୟକଙ୍କୁ ଭେଟି କଥା ହୋଇଥିଲେ। ତା’ପରେ ବିଜୁ ବାବୁ ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ୫ଟି ଦ୍ୱୀପ ଦେବାକୁ ପ୍ରସ୍ତୁତ, କିନ୍ତୁ ଏହାର ପ୍ରତିବଦଳରେ ସେ ଏପରି କ୍ଷେପଣାସ୍ତ୍ର ତିଆରି କରିବାକୁ ପ୍ରତିଜ୍ଞା କରିବା ଉଚିତ ଯାହା ଚୀନ୍ ଉପରେ ପଡ଼ିପାରିବ।

ମୃତ୍ୟୁର ସ୍ୱପ୍ନ:

୧୭ ଏପ୍ରିଲ ୧୯୯୭ରେ ‘ଝଡର ଇଗଲ୍ ବିଜୁବାବୁ ସବୁଦିନ ପାଇଁ ଝଡରେ ମିଶିଯାଇଥିଲେ। ତାଙ୍କୁ କିନ୍ତୁ ସେଭଳି ମୃତ୍ୟୁ ମିଳିଲା ନାହିଁ ଯେପରି ସିଏ ଚାହୁଁଥିଲେ। ବିଜୁ ତାଙ୍କ ମୃତ୍ୟୁକୁ ନେଇ କହିଥିଲେ, “ଦୀର୍ଘ ଦିନର ରୋଗ ଅପେକ୍ଷା ମୁଁ ବିମାନ ଦୁର୍ଘଟଣାରେ ମରିବାକୁ ପସନ୍ଦ କରିବି। ନଚେତ ଏମିତି ହୁଅନ୍ତା ଯେ ମୁଁ ତୁରନ୍ତ ମରିଯିବି… ମୁଁ ପଡ଼ିଯିବି ଏବଂ ମରିଯିବି।”

Leave a Reply

Your email address will not be published. Required fields are marked *