Spread the love

୧-ତିନି ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ମହାସଂଘର ଦାବି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ନିଷ୍ପତ୍ତି।

୨-ଅନଲାଇନ ଅଟୋ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ, ପୋଲିସ ଡିଜିଙ୍କ ସହ ବୈଠକ ପରେ ନିଷ୍ପତ୍ତି।

୩-ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ, ଉଭୟ ଅନଲାଇନ ଓ ଅଫଲାଇନରେ କରିପାରିବେ ଫର୍ମ ପୂରଣ।

୪-ଦଶମ ଶ୍ରେଣୀ ପରୀକ୍ଷା: ବିଜ୍ଞାନରେ ୧୭,୬୬୧ ବିଦ୍ୟାର୍ଥୀ ଅନୁପସ୍ଥିତ।

୫-ୟୁନିଫର୍ମ ଛାଡି ପ୍ରତିବାଦ କଲେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ସ୍କୁଲକୁ ଆସି ପାଠ ପଢ଼ାଇଲେ, କିନ୍ତୁ ପିନ୍ଧିଲେନି ୟୁନିଫର୍ମ।

୬-ମାଟ୍ରିକ ପରୀକ୍ଷାରେ ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ, ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ।ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତି।

୭-ବନ୍ତ ବ୍ଲକର ଶିଆଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟ: ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସହ ବଚସା, ବିଡ଼ିଓ ଚାପୁଡ଼ା ମାରିବା ଭିଡ଼ିଓ ପ୍ରଘଟ।

୮-ବ୍ରହ୍ମପୁରରେ ପୋଲିସ-ଡ୍ରାଇଭର ପିଟାପିଟି । ପୋକୋଡିବନ୍ଧ ଛକରେ ଧସ୍ତାଧସ୍ତି ହେଲେ ପୋଲିସ କର୍ମଚାରୀ ଓ ଆନ୍ଦୋଳନକାରୀ।

୯-୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖା ପ୍ରସ୍ତୁତି:ସାମ୍ସ ଷ୍ଟିୟରିଂ କମିଟି ବୈଠକ ୨୨ରେ ବସିବ।

୧୦-ଦାମନଯୋଡି:ବାତ ରୋଗ କାରଣରୁ ମାଟ୍ରିକ ହଲ୍‌ରେ ଅଚେତ ହୋଇଯାଇଥିବା ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ।

୧୧-ରାଜ୍ୟରେ ସଡ଼କ ଦୁର୍ଘଟଣା୬.୧୮%, ମୃତ୍ୟୁ ହାର ୭.୬୦%କୁ ବୃଦ୍ଧି।

୧୨-ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ, ୧୮ରେ ବର୍ଷାର ପରିମାଣ ବଢ଼ିବା ସହ କିଛି ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା।

୧୩-ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ:ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ।

୧୪-ଜାତୀୟ ରାଜପଥ ଫାଙ୍କା ନ କଲେ ଆଜି ଠାରୁ ବସ ବନ୍ଦ: ବସ୍ ମାଲିକ ସଂଘର ଚେତାବନୀ।

୧୫-କିଟରେ ଅନୁଷ୍ଠିତ ହେଲା ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍‌ଥଟେକ୍‌ ବୁଟ୍‌କ୍ୟାମ୍ପ, ଯୋଗ ଦେଲେ ୨୫ଟି ଷ୍ଟାର୍ଟଅପ୍‌ କମ୍ପାନୀ।

୧୬-ଡ୍ରାଇଭର ଆନ୍ଦୋଳନ ପାଇଁ ପରିବା ବଜାରରେ ନିଆଁ !ଆଜି ମାଲ୍ ନଆସିଲେ ରାଜଧାନୀରେ ମିଳିବନି ପନିପରିବା।

୧୭-ବରଗଡ଼:ଚଣା ଏବଂ ମୁଢିରେ ବର୍ଷକୁ ରୋଜଗାର ୨୪ଲକ୍ଷ, ଉପାନ୍ତ ଅଞ୍ଚଳ ମହିଳାଙ୍କ ନିଆରା ଉଦ୍ୟମ।

୧୮-ପୁଣି ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ, ଏଜିଓ ନାଁରେ ଚାଲିଥିଲା ଦେହ ବେପାର।

୧୯-ନୋବେଲ୍‌ ଶାନ୍ତି ପୁରସ୍କାର ଦୌଡ଼ରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦୀ।

୨୦-ଘୂର୍ଣ୍ଣିଝଡ଼ରେ ଛାର୍‌ଖାର ମାଲୱୀ; ୩୦୦ ଲୋକଙ୍କ ମୃତ୍ୟୁ, ୨୦ ହଜାରରୁ ଅଧିକ କ୍ଷତିଗ୍ରସ୍ତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave a Reply

Your email address will not be published. Required fields are marked *