Spread the love

ଆମର ଦୁଃଖର କାରଣ କଦାପି ଭଗବାନ, ଗ୍ରହ ନକ୍ଷତ୍ର, ଭାଗ୍ୟ, ସମ୍ବନ୍ଧ ସମ୍ପର୍କୀୟ ବା ପଡ଼ୋଶୀ ନୁହଁନ୍ତି ! କେବଳ ଆମେ ନିଜେ ! ଆମର ମୁଣ୍ଡ ବ୍ୟଥାର କାରଣ, ଦୁର୍ବଳ ଚିନ୍ତା ଧାରା, ପେଟ ବ୍ୟଥାର କାରଣ ଅଖାଦ୍ୟ । ଋଣୀ ହେବାର କାରଣ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ । ସମସ୍ତ ଦୁଃଖର କାରଣ ନିଜର ମୁର୍ଖାମୀ ଏବଂ ଦୁର୍ବଳ ବିଚାର ଧାରା ତେଣୁ ଆସନ୍ତୁ । ସମସ୍ତେ ପ୍ରତିଦିନ ନିଜକୁ ନିଜେ ଅଧ୍ୟୟନ କରି ସୁଧୁରିବା ପାଇଁ ଚେଷ୍ଟା କରିବା ।

ବେଳେବେଳେ ସମୟ ମଣିଷକୁ ଏପରି ପରିସ୍ଥିତିକୁ ନେଇ ଆସେ,ନା ମଣିଷ କିଛି କହିପାରେ ନା କିଛି ସହି ପାରେ, କେବଳ ସମୟକୁ ଅପେକ୍ଷା କରିଥାଏ।

ଭାବ ନାହିଁ ଯେ ପ୍ରେମ ଏବଂ ସଂଲଗ୍ନତା ସମାନ ଅଟେ। ଉଭୟ ପରସ୍ପରର ଶତ୍ରୁ ଅଟନ୍ତି। ଏହା ହେଉଛି ସଂଲଗ୍ନ ଯାହା ପ୍ରେମକୁ ମାରିଦିଏ।

ଧନ, ବନ୍ଧୁ, ପତ୍ନୀ ଏବଂ ରାଜ୍ୟ ପୁନଃ ପ୍ରାପ୍ତ ହୋଇପାରିବ, କିନ୍ତୁ ଏହି ଶରୀର ପୁନଃ ପ୍ରାପ୍ତ ହୋଇପାରିବ ନାହିଁ।

ଫୁଲର ସୁଗନ୍ଧି ପବନ ଦିଗରେ ବ୍ୟାପିଥାଏ, କିନ୍ତୁ ଜଣେ ବ୍ୟକ୍ତିର ସୁଗୁଣ ତଥା ଉତ୍ତମ ଆଚରଣର ପ୍ରଭାବ ଚାରିଆଡ଼େ ବ୍ୟାପିଥାଏ।

     

ବଲ ବଲ ହୋଇ ଚାହିଁଛି ଜଳକା,
ମାରିନେଲେ ମହାପାତ୍ରେ,
ବାଣ୍ଟି କୁଣ୍ଟି ସବୁ ନେଇ ଚାଲିଗଲେ,
ଆଉଯେ ବଳିନି ମୋଟେ ।

ବିଜୟ ଓ ପରାଜୟ ଜୀବନର ପ୍ରମୁଖ ଅଂଶବିଶେଷ, ଏଣୁ ଏହାକୁ ଆଧାର କରି ନିଜ ଭବିଷ୍ୟତକୁ ଯୋଜନା କରିବା ଉଚିତ୍ । ଯେ କୌଣସି କାର୍ଯ୍ୟର ଆରମ୍ଭ ପୂର୍ବରୁ ଏ କଥାକୁ ଗୁରୁ ଜ୍ଞାନ ମନେ କରିବା ଆବଶ୍ୟକ ।

ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେନାହିଁ ।

ଯେଉଁମାନେ Relationship ରଖିବାକୁ ଚାହାନ୍ତି ସେମାନେ ତୁମ ବଡ଼ ବଡ଼ ଭୁଲ୍ କୁ ବି କ୍ଷମା କରିଦିଅନ୍ତି ଆଉ ଯେଉଁମାନେ Relationship ରଖିବାକୁ ଚାହାନ୍ତି ନାହିଁ ସେମାନେ ତୁମ ଠିକ୍ କଥାରୁ ବି ଭୁଲ୍ ବାହାର କରିଥାନ୍ତି ।

Leave a Reply

Your email address will not be published. Required fields are marked *