Spread the love

ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟରେ ଅବସର କାଳୀନ ସମ୍ୱର୍ଦ୍ଧନା

କଟକ : ଆଜି କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ବିଜ୍ଞାନ ସୂପରଭାଇଜର ଅକ୍ଷୟ କୁମାର ନନ୍ଦ ଏବଂ ବରିଷ୍ଠ ପରିସଂଖ୍ୟାନ ସହକାରୀ ଲକ୍ଷ୍ମଣ କୁମାର ବିଶ୍ବାଳ ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ୱର୍ଦ୍ଧନା ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ୍ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଉଭୟଙ୍କର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଳାର ଶୈକ୍ଷିକ, ସହଶୈକ୍ଷିକ ଓ ଶିକ୍ଷା କାର୍ଯ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମ ଖୁବ୍ ସଫଳତାର ସହ ସଂପନ୍ନ କରିଥିବାରୁ ଉଭୟଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଉତ ଲକ୍ଷ୍ମଣ କୁମାର ବିଶ୍ବାଳ ଙ୍କୁ ଫାଇନାଲ ପେନସନ ଓ ଅକ୍ଷୟ କୁମାର ନନ୍ଦ ଙ୍କୁ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ ଏବଂ ଉଭୟଙ୍କର ଅବସର ପରବର୍ତ୍ତୀ ଜୀବନ ର ନିରାମୟ ସୁଖ ସମୃଦ୍ଧି କାମନା କରିଥିଲେ । ଅବସର ଗ୍ରହଣ ଦିବସରେ ଫାଇନାଲ ପେନସନ ପ୍ରଦାନ କରି ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସମ୍ୱର୍ଦ୍ଧନା ଉତ୍ସବ ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ, ମିହୀର କୁମାର ପରିଡ଼ା, ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ, ଅନନ୍ତ ଚରଣ ଦାଶ,ପ୍ରଧାନ ଶିକ୍ଷକ ପ୍ରମଥ ନାଥ ଦେ, ଗୌତମ କୁମାର ଆଚାର୍ଯ୍ୟ, ମେଘମାଳା ବିଶ୍ବାଳ, ସି ଆର୍ ସି ସି ସ୍ୱାଗତିକା ନାୟକ ଓ ସଂଗୀତା ଦାସ,ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ, ଦିକ୍ଷୀତ ସ୍ୱାଇଁ,ପୂର୍ବତନ ଉପଖଣ୍ଡ ଅଧିକାରୀ ତପନ କୁମାର ମହାନ୍ତି ଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାଲ,ଉତ୍ତରୀୟ,ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ସ୍ୱଶିତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଉଭୟ ବିଦାୟୀ କର୍ମଚାରୀ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ କାର୍ଯ୍ୟାଳୟ ର ସହଯୋଗୀ ମାନଙ୍କୁ ସେମାନଙ୍କର ସ୍ନେହ, ଶ୍ରଦ୍ଧା ଓ ଅକୁଣ୍ଠ ସହଯୋଗପାଇଁ ଆନ୍ତରିକ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିବା ସହିତ ପୂର୍ବଭଳି ନିଜନିଜର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ! ଏହି ଅବସରରେ ତପନ କୁମାର ମହାନ୍ତି ଙ୍କୁ ମଧ୍ୟ ତାଙ୍କର ଫାଇନାଲ ପେନସନ ପତ୍ର ପ୍ରଦାନ କରଯାଇଥିଲା ।

Related Post

Leave a Reply

Your email address will not be published. Required fields are marked *

You Missed